ETV Bharat / sports

ଚଳିତ କ୍ରିକେଟ ସିଜିନରୁ ବାଦ ପଡ଼ିବେ ଶ୍ରେୟସ ଆୟର ?

author img

By

Published : Mar 24, 2021, 6:48 PM IST

ଚଳିତ କ୍ରିକେଟ ସିଜିନରୁ ବାଦ ପଡ଼ି ପାରନ୍ତି ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର। ଇଂଲଣ୍ଡ ବିପକ୍ଷରେ ଫିଲଣ୍ଡିଂ ବେଳେ ଶ୍ରେୟସ ଆୟରଙ୍କ ବାମ କାନ୍ଧ ଆଘାତ ପ୍ରାପ୍ତ ହୋଇଥିଲା। ଅଧିକିି ପଢ଼ନ୍ତୁ...

ଚଳିତ କ୍ରିକେଟ ସିଜିନରୁ ବାଦ ପଡ଼ିବେ ଶ୍ରେୟସ ଆୟର ?
ଚଳିତ କ୍ରିକେଟ ସିଜିନରୁ ବାଦ ପଡ଼ିବେ ଶ୍ରେୟସ ଆୟର ?

ମୁମ୍ବାଇ: ଚଳିତ କ୍ରିକେଟ ସିଜିନରୁ ବାଦ ପଡ଼ି ପାରନ୍ତି ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର। ଇଂଲଣ୍ଡ ବିପକ୍ଷରେ ଫିଲଣ୍ଡିଂ ବେଳେ ଶ୍ରେୟସ ଆୟରଙ୍କ ବାମ କାନ୍ଧ ଆଘାତ ପ୍ରାପ୍ତ ହୋଇଥିଲା। ଏହାପରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ତେବେ କାନ୍ଧ ଆଘାତ ସଙ୍ଗିନ ଥିବାରୁ ସେ ଦିନିକିଆ ସିରିଜରେ ବାଦ ପଡ଼ିଥିବା ବେଳେ ଏହି ଚଳିତ କ୍ରକେଟ ସିଜନରୁ ମଧ୍ୟ ବାଦ ପଡ଼ି ପାରନ୍ତି ବୋଲି ଆଲୋଚନା ହେଉଛି।

ଶ୍ରେୟସଙ୍କ ବାମ କାନ୍ଧରେ ଅସ୍ତ୍ରୋପଚାର ହୋଇପାରେ। ଫଳରେ ଚଳିତ ଆଇପିଏଲ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ବ ଆଉ କାହାକୁ ଦେବାକୁ ହେବ। ବିସିସିଆଇର ଜଣେ ଅଧିକାରୀଙ୍କ ମୁତାବକ ଶ୍ରେୟସ ଆହତ ହେବା ପରେ ତାଙ୍କୁ ସ୍କାନିଂ ପାଇଁ ନିଆଯାଇଥିଲେ। ସ୍କାନିଂ ରିପୋର୍ଟ ଅନୁଯାୟୀ ତାଙ୍କୁ ସର୍ଜରୀ କରିବାକୁ ହେବ। ତେବେ ସର୍ଜରୀ ନେଇ ବ୍ୟାଟସମ୍ୟାନ କିମ୍ବା ବସିସିଆଇ ପକ୍ଷରୁ କୌଣସି ଔପଚାରିକ ନିଷ୍ପତ୍ତି ନିଆ ଯାଇନାହିଁ।

ଆଗକୁ ଟି-20 ବିଶ୍ବକପ ଆସୁଛି। ଶ୍ରେୟସ ଆୟରଙ୍କ ଆଘାତ ଦିଲ୍ଲୀ କ୍ୟାପିଟାଲ୍ସ ସମେତ ଭାରତ ପାଇଁ ଏକ ବଡ଼ କ୍ଷତି ହେବ। ଚଳିତ ସିଜନରେ ଭଲ ଫର୍ମରେ ଥିଲେ ଶ୍ରେୟସ। ଆଇପିଏଲକୁ ପ୍ରତ୍ୟେକ ଖେଳାଳି ଅଭ୍ୟାସ ମ୍ୟାଚ ଭଳି ଦେଖୁଛନ୍ତି। ଇଂଲଣ୍ଡ ବିପକ୍ଷରେ ଅଷ୍ଟମ ଓଭରରେ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଦିନିକିଆ ସିରିଜରୁ ବାଦ ପଡ଼ିଥିବା ନେଇ ବିସିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ଭାରତ 66 ରନରେ ବିଜୟ ଲାଭ କରିଛି। 3 ଟିକିଆ ଦିନିକିଆ ମ୍ୟାଚ ସିରିଜରେ ଭାରତ 1-0ରେ ଆଗୁଆ ରହିଛି। ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇ ପାରେ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.