ETV Bharat / sports

EngvsInd, 3rd test: 2 ଘଣ୍ଟାରେ ଅଲଆଉଟ ଟିମ୍ ଇଣ୍ଡିଆ, ସିରିଜ 1-1ରେ ବରାବର - ଲିଡସ ଟେଷ୍ଟରେ ଭାରତର ପରାଜୟ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ଏକ ଇନିଂସ ଓ ୭୬ ରନରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି ବିରାଟ ବ୍ରିଗେଡ୍ । ଅଧିକ ପଢନ୍ତୁ...

Ind vs eng third test
EngvsInd, 3rd test: 2 ଘଣ୍ଟାରେ ଅଲଆଉଟ ଟିମ୍ ଇଣ୍ଡିଆ, ସିରିଜ 1-1ରେ ବରାବର
author img

By

Published : Aug 28, 2021, 6:07 PM IST

ଲଣ୍ଡନ: ଖେଳ ଆରମ୍ଭର ଦୁଇ ଘଣ୍ଟା ନପୁରୁଣୁ ଅଲଲାଉଟ୍ ହେଲା ଟିମ୍ ଇଣ୍ଡିଆ । ମାତ୍ର 63 ରନରେ 8ଟି ଓ୍ବିକେଟ ହରାଇଲା କୋହଲି ବ୍ରିଗେଡ୍ । ଏକ ଇନିଂସ ଏବଂ 76 ରନରେ ହାରିଲା 3ୟ ଟେଷ୍ଟ । ସିରିଜ 1-1ରେ ବରାବର ।

ଚତୁର୍ଥ ଦିନ ଆରମ୍ଭରୁ ଝଟକା ଖାଇଥିଲା ଭାରତ । ପୂଜାରା ଓଭରନାଇଟ ସ୍କୋରରେ କୌଣସି ରନ ନଯୋଡି ଆଉଟ ହୋଇଥିଲି । ପରେ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ବି ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । କୋହଲି ବ୍ୟକ୍ତିଗତ 55 ରନ କରି ଆଉଟ ହୋଇଥିଲା ।

ପରେ, ରାହାଣେ (10), ପନ୍ତଙ୍କ ଓ୍ବିକେଟ ହରାଇଥିଲା ଭାରତ । ରବିନ୍ଦ୍ର ଜାଡେଜା 30 ରନର ଦ୍ରୁତ ଇନିଂସ ଖେଳିଥିଲେ ବି ଇଂଲଣ୍ଡ ବୋଲିଂକୁ ସାମ୍ନା କରିପାରି ନଥିଲେ । ପରେ ସାମି, ଇଶାନ୍ତ, ସିରାଜଙ୍କ ଓ୍ବିକେଟ ଅକ୍ତିଆର କରି ଇଂଲଣ୍ଡ ସିରିଜକୁ 1-1ରେ ବରାବର କରିଛି ।ଭାରତ 3ୟ ଟେଷ୍ଟ ମ୍ୟାଚରେ ଏକ ଇନିଂସ ଏବଂ 76 ରନରେ ପରାଜିତ ହୋଇଛି । ଇଂଲଣ୍ଡ ପକ୍ଷରୁ ରବିନସନ ଦ୍ବିତୀୟ ଇନିଂସରେ ଚମତ୍କାର ବୋଲିଂ କରି 65 ରନ ବିନିମୟରେ 5ଟି ଓ୍ବିକେଟ ହାସଲ କରିଛନ୍ତି । ଏହାସହିତ ରବିନସନ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ।ଭାରତ ପ୍ରଥମ ଇନିଂସରେ ମାତ୍ର 78 ରନ କରି ଅଲଆଉଟ ହୋଇଥିଲା । ପରେ ଇଂଲଣ୍ଡ ପ୍ରଥମ ଇନିଂସରେ 432 ରନର ବିଶାଳ ସ୍କୋର କରିଥିଲା ଏବଂ ଭାରତଠୁ 354 ରନର ଲିଡ ନେଇଥିଲା । ଦ୍ବିତୀୟ ଇନିଂସରେ ଭାରତ ତୃତୀୟ ଦିନରେ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ 4ର୍ଥ ଦିନରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇ ଥିଲା । ବର୍ତ୍ତମାନ ସିରିଜ 1-1ରେ ବରାବର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.