ETV Bharat / sports

ଭାରତ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ; ଷ୍ଟୋକସ୍ ଇନ, ଆର୍ଚର ଆଉଟ୍ - ଇଂଲଣ୍ଡ ଟେଷ୍ଟ ମ୍ୟାଚ

ଭାରତ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଇଂଲଣ୍ଡ ଫାଷ୍ଟ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇନାହିଁ । ଅଧିକ ପଢ଼ନ୍ତୁ...

ଭାରତ ବିପକ୍ଷରେ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଷ୍ଟୋକସ୍ ଇନ, ଆର୍ଚର ଆଉଟ୍

author img

By

Published : Jul 21, 2021, 9:19 PM IST

ଲଣ୍ଡନ: ଭାରତ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଇଂଲଣ୍ଡ ଫାଷ୍ଟ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇନାହିଁ । ଏହସହ ଇଂଲଣ୍ଡ ଦଳ ପାଇଁ ଖୁସି ଖବର ହେଉଛି ଅଲରାଉଣ୍ଡର ବେନ ଷ୍ଟୋକସ୍ ଦଳରେ ସାମିଲ ହୋଇଛନ୍ତି ।

ଅଗଷ୍ଟ ୪ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଆଇପିଏଲ ଖେଳିବା ସମୟରେ ବେନ ଷ୍ଟୋକସଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହାପରେ ତାଙ୍କ ଆଙ୍ଗୁଠି ଅସ୍ତ୍ରୋପଚାର ହୋଇଥିଲା । ଯାହାଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରୁ ସେ ବାଦ ପଡ଼ିଥିଲେ ।

ସେହିଭଳି ଇଂଲଣ୍ଡର ଫାଷ୍ଟ ବୋଲର ଜୋଫ୍ରା ଆର୍ଚରଙ୍କ ମଧ୍ୟ ଆଇପିଏଲ ଖେଳିବା ସମୟରେ କହୁଣୀରେ ଆଘାତ ଲାଗିଥିଲା । ଫଳରେ ସେ ଅଧାରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ । ଏହାପରେ ତାଙ୍କ ଡାହାଣ କହୁଣୀର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ବର୍ତ୍ତମାନ ସେ ଏହି ଆହତ ସମସ୍ୟାରୁ ଠିକ ହେବାରେ ଲାଗିଛନ୍ତି ।

ତେବେ ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଇଂଲଣ୍ଡ ଟେଷ୍ଟ ଦଳରେ ସାମିଲ କରାଯାଇନାହିଁ । ସେହିଭଳି ଆଉଜଣେ ଇଂଲିଶ ଫାଷ୍ଟ ବୋଲର କ୍ରିଶ୍ ୱୋକସଙ୍କୁ ମଧ୍ୟ ଇଂଲଣ୍ଡ ଦଳରେ ସାମିଲ କରାଯାଇନାହିଁ । କ୍ରିଶ ୱୋକସ୍ଙ୍କ ମଧ୍ୟ ଗୋଇଠିରେ ଆଘାତ ଲାଗିଥିଲା । ତେବେ ମଧ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ପ୍ରଥମ ଦୁଇଟି ଟେଷ୍ଟ ପରେ ଦୁଇ ଇଂଲିଶ କ୍ରିକେଟର ଫିଟ ହେଲେ ତାଙ୍କୁ ଦଳରେ ସାମିଲ କରାଯିବ । ଏହାକୁ ନେଇ ସୂଚନା ଦେଇଛନ୍ତି ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ କ୍ରିଶ ସିଲଭରଉଡ ।

ଇଂଲଣ୍ଡର ଟେଷ୍ଟ ସ୍କ୍ବାଡ୍

ଜୋର ରୁଟ୍, ବେନ ଷ୍ଟୋକସ୍, ରୋରୀ ବର୍ନସ, ଡୋମିନିକ ସିବ୍ଲେ, ଜୋଶ ବଟଲର, ମାର୍କ ଉଡ୍, ସାମ କୁରନ, ଜେମ୍ସ ଆଣ୍ଡରସେନ, ଜନି ବେୟାରଷ୍ଟୋ, ଡୋମିନିକ ବେସ୍, ଷ୍ଟୁଆର୍ଟ ବ୍ରଡ, ଜାକ୍ କ୍ରାଲି, ହସିବ ହମିଦ୍, ଡାନ ଲରେନ୍ସ, ଜାକ ଲିଚ୍, ଓଲି ପୋପ୍, ଓଲି ରବିନସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.