ETV Bharat / sports

Ind vs Eng 2nd ODI: ଚମକିଲେ ଚହଲ, ଭାରତ ସମ୍ମୁଖରେ ୨୪୭ ରନ୍‌ ବିଜୟ ଲକ୍ଷ୍ୟ

author img

By

Published : Jul 14, 2022, 9:48 PM IST

ଦ୍ବିତୀୟ ଦିନିକିଆରେ ଭାରତକୁ ୨୪୭ ରନ୍‌ ଟାର୍ଗେଟ ଦେଇଛି ଘରୋଇ ଇଂଲଣ୍ଡ ଦଳ । ଟସ୍‌ ଜିତି ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ଅଧିକ ପଢ଼ନ୍ତୁ

Ind vs Eng 2nd ODI: ଚମକିଲେ ଚହଲ, ଭାରତ ସମ୍ମୁଖରେ ୨୪୭ ରନ୍‌ ବିଜୟ ଲକ୍ଷ୍ୟ
Ind vs Eng 2nd ODI: ଚମକିଲେ ଚହଲ, ଭାରତ ସମ୍ମୁଖରେ ୨୪୭ ରନ୍‌ ବିଜୟ ଲକ୍ଷ୍ୟ

ଲଣ୍ଡନ: ଦ୍ବିତୀୟ ଦିନିକିଆରେ ଭାରତକୁ ୨୪୭ ରନ୍‌ ଟାର୍ଗେଟ ଦେଇଛି ଘରୋଇ ଇଂଲଣ୍ଡ ଦଳ । ଟସ୍‌ ଜିତି ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ପ୍ରଥମ ୱିକେଟ ପାଇଁ ଇଂଲଣ୍ଡର ଦୁଇ ଓପନରଙ୍କ ମଧ୍ୟରେ ୪୧ରନ୍‌ର ଭାଗୀଦାରୀ ହୋଇଥିଲା । ଏହାପରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଲିଥିଲା ।

Innings Break!

Another fine display of bowling from #TeamIndia as England are all out for 246 runs in 49 overs.

Scorecard - https://t.co/1fGCGj0DLT #ENGvIND pic.twitter.com/mzOsgCFNGG

— BCCI (@BCCI) July 14, 2022

ଗତ ମ୍ୟାଚ୍‌ ଜଶପ୍ରୀତ ବୁମ୍‌ରା ଆକ୍ରାମକ ବୋଲିଂ ପରେ ଆଜି ଇଂଲଣ୍ଡ ବ୍ୟାଟର ତାଙ୍କୁ ହୋମ୍‌ୱାର୍କ କରି ପଡ଼ିଆକୁ ଓହ୍ଲାଇଥିବା ପ୍ରତୀତ ହୋଇଥିଲା । ଅନ୍ୟପଟେ ଆଜି ୟୁଜିବେନ୍ଦ୍ର ଚହଲ ସ୍ପିନ୍‌ ବୋଲିଂରେ ଇଂଲଣ୍ଡ ବ୍ୟାଟରଙ୍କୁ ନାକେଦମ୍‌ କରିଛନ୍ତି ସେ ୧୦ ଓଭରରେ ୪୭ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି । ୪୯ ଓଭରରେ ଇଂଲଣ୍ଡ ୨୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ସର୍ବାଧିକ ୪୭ ରନ୍‌ କରିଥିବା ବେଳେ ଡେଭିଡ ୱିଲି ୪୧ ରନ୍‌ କରିଛନ୍ତି । ସେହିଭଳି ଜନିୟ ବେୟାରଷ୍ଟୋ ୩୮ ରନ୍‌ କରିଛନ୍ତି । ସମସ୍ତ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ଏହାକୁ ବଡ଼ ସ୍କୋର୍‌ ପରିଣତ କରିବାରେ ଫେଲ୍‌ ମାରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ବ୍ୟାଟିଂ କରି ପାରିନଥିଲେ । ଭାରତ ୪୯ ଓଭରରେ ଇଂଲଣ୍ଡ ଦଳକୁ ଅଲ୍‌ଆଉଟ କରିଛି ।

ଅନ୍ୟମାନଙ୍କ ମଧ୍ୟରେ ଭାରତ ପକ୍ଷରୁ ହାର୍ଦ୍ଦକ ପାଣ୍ଡ୍ୟା ଓ ମହମ୍ମଦ ସାମୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ସେହିଭଳି ଜଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରୀଷ୍ଣା ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।

ଲଣ୍ଡନ: ଦ୍ବିତୀୟ ଦିନିକିଆରେ ଭାରତକୁ ୨୪୭ ରନ୍‌ ଟାର୍ଗେଟ ଦେଇଛି ଘରୋଇ ଇଂଲଣ୍ଡ ଦଳ । ଟସ୍‌ ଜିତି ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ପ୍ରଥମ ୱିକେଟ ପାଇଁ ଇଂଲଣ୍ଡର ଦୁଇ ଓପନରଙ୍କ ମଧ୍ୟରେ ୪୧ରନ୍‌ର ଭାଗୀଦାରୀ ହୋଇଥିଲା । ଏହାପରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଲିଥିଲା ।

ଗତ ମ୍ୟାଚ୍‌ ଜଶପ୍ରୀତ ବୁମ୍‌ରା ଆକ୍ରାମକ ବୋଲିଂ ପରେ ଆଜି ଇଂଲଣ୍ଡ ବ୍ୟାଟର ତାଙ୍କୁ ହୋମ୍‌ୱାର୍କ କରି ପଡ଼ିଆକୁ ଓହ୍ଲାଇଥିବା ପ୍ରତୀତ ହୋଇଥିଲା । ଅନ୍ୟପଟେ ଆଜି ୟୁଜିବେନ୍ଦ୍ର ଚହଲ ସ୍ପିନ୍‌ ବୋଲିଂରେ ଇଂଲଣ୍ଡ ବ୍ୟାଟରଙ୍କୁ ନାକେଦମ୍‌ କରିଛନ୍ତି ସେ ୧୦ ଓଭରରେ ୪୭ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି । ୪୯ ଓଭରରେ ଇଂଲଣ୍ଡ ୨୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ସର୍ବାଧିକ ୪୭ ରନ୍‌ କରିଥିବା ବେଳେ ଡେଭିଡ ୱିଲି ୪୧ ରନ୍‌ କରିଛନ୍ତି । ସେହିଭଳି ଜନିୟ ବେୟାରଷ୍ଟୋ ୩୮ ରନ୍‌ କରିଛନ୍ତି । ସମସ୍ତ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ଏହାକୁ ବଡ଼ ସ୍କୋର୍‌ ପରିଣତ କରିବାରେ ଫେଲ୍‌ ମାରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ବ୍ୟାଟିଂ କରି ପାରିନଥିଲେ । ଭାରତ ୪୯ ଓଭରରେ ଇଂଲଣ୍ଡ ଦଳକୁ ଅଲ୍‌ଆଉଟ କରିଛି ।

ଅନ୍ୟମାନଙ୍କ ମଧ୍ୟରେ ଭାରତ ପକ୍ଷରୁ ହାର୍ଦ୍ଦକ ପାଣ୍ଡ୍ୟା ଓ ମହମ୍ମଦ ସାମୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ସେହିଭଳି ଜଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରୀଷ୍ଣା ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.