ETV Bharat / sports

T-20 ବିଶ୍ବକପ ଖେଳିବେନି ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ! - ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ

ଦୁବାଇରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ ନଖେଳିପାରନ୍ତି ଇଂଲଣ୍ଡ ଅରଲାଉଣ୍ଡର ବେନ୍ ଷ୍ଟୋକ୍ସ । ମାନସିକ ଅସ୍ଥିରତା ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟରୁ ଦୂରେଇ ଯାଇଛନ୍ତି ବେନ ଷ୍ଟୋକ୍ସ । ଅଧିକ ପଢ଼ନ୍ତୁ...

T-20 ବିଶ୍ବକପ ଖେଳିବେନି ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ !

author img

By

Published : Sep 5, 2021, 5:20 PM IST

ଲଣ୍ଡନ: ଦୁବାଇରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ ନଖେଳିପାରନ୍ତି ଇଂଲଣ୍ଡ ଅରଲାଉଣ୍ଡର ବେନ୍ ଷ୍ଟୋକ୍ସ । ମାନସିକ ଅସ୍ଥିରତା ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟରୁ ଦୁରେଇ ଯାଇଛନ୍ତି ବେନ ଷ୍ଟୋକ୍ସ । ଏଥିପାଇଁ ସେ IPL ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପ୍ଟେମ୍ବର ୧୯ ତାରିଖରୁ IPL ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।

IPL ୨୦୨୧ର ପ୍ରଥମ ପର୍ଯ୍ୟାୟରେ ସାମିଲ ଥିଲେ ବେନ ଷ୍ଟୋକ୍ସ । ତେବେ ଆଙ୍ଗୁଠିରେ ଆଘାତ ଯୋଗୁଁ ସେ ଇଂଲଣ୍ଡ ଫେରି ଯାଇଥିଲେ । ଏହାପରେ କୋଭିଡ ସଂକ୍ରମଣ ଯୋଗୁଁ ସେ IPL ୨୦୨୧କୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ତେବେ ଟି-୨୦ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ IPL ୨୦୨୧ ଶେଷ ହେବ । ଇଂଲଣ୍ଡର ଏକ ଜଣାଶୁଣା ମିଡିଆ ରିପୋର୍ଟକୁ ଦେଇଥିଲେ ବେନ ଷ୍ଟୋକ୍ସ । ଏଥିରେ ସେ ଟି-୨୦ ବିଶ୍ବକପକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ବେନ୍ ଷ୍ଟୋକ୍ସ କହିଛନ୍ତି ଯେ, "ବର୍ତ୍ତମାନ ଆଦୌ କ୍ରିକେଟ ବିଷୟରେ ଭାବୁନାହିଁ । ବର୍ତ୍ତମାନ ମୁଁ କେବଳ ନିଜକୁ ସମୟ ଦେବାକୁ ଚାହୁଁଛି ।" ବେନ୍ ଷ୍ଟୋକ୍ସଙ୍କ ସାକ୍ଷାତକାର ପରେ ସେ ଟି-୨୦ରେ ଭାଗ ନନେଇ ପାରନ୍ତି ବୋଲି କୁହାଯାଉଛି । କାରଣ ଅନେକ ସମୟ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି ବେନ୍ ଷ୍ଟୋକ୍ସ । ଏହାଛଡ଼ା ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ବୋର୍ଡକୁ ନିଜନିଜ ଦଳ ଘୋଷଣା କରିବାକୁ ଶେଷ ସମୟ ଅବଧି ଦେଇଛି ଆଇସିସି । ଏହି କ୍ରମରେ ଟି-୨୦ ବିଶ୍ବକପରେ ବେନ୍ ଷ୍ଟୋକ୍ସଙ୍କୁ ଦେଖିବା କଷ୍ଟକର ଜଣା ପଡ଼ୁଛି । ଟି-୨୦ ବିଶ୍ବକପରେ ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଏକ ବଡ଼ କ୍ଷତି ହେବ ।

ସେପଟେ ବିସିସିଆଇ ପକ୍ଷରୁ ସେପ୍ଟେମ୍ବର ୭ ତାରିଖରେ ଭାରତୀୟ ଦଳ ଘୋଷଣା କରାଯିବ । ଏହାକୁ ନେଇ ଜଣେ ବିସିସିଆଇ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.