ETV Bharat / sports

ଲର୍ଡ୍ସ ଟେଷ୍ଟ: ୱିକେଟ ନମିଳିବାରୁ ବଲ୍‌ ଟ୍ୟାମ୍ପରିଂ କଲେ ଇଂଲଣ୍ଡ ଖେଳାଳି !

author img

By

Published : Aug 15, 2021, 9:44 PM IST

ଇଂଲଣ୍ଡର ଖେଳାଳି ନିଜ ଜୋତା ବଳରେ ବଲକୁ ଚପାଉଛନ୍ତି ଏବଂ ସ୍ପାଇକ୍‌ରେ ଘସିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Eng vs Ind: English player seen with spikes on ball, Aakash Chopra asks if it is tampering
ଲର୍ଡ୍ସ ଟେଷ୍ଟ: ୱିକେଟ ନମିଳିବାରୁ ବଲ୍‌ ଟ୍ୟାମ୍ପରିଂ କଲେ ଇଂଲଣ୍ଡ ଖେଳାଳି !

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ଏହି ମ୍ୟାଚର ଚତୁର୍ଥ ଦିନରେ କିଛି ଏପରି ଘଟଣା ଘଟିଛି ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡର ଖେଳାଳି ନିଜ ଜୋତା ବଳରେ ବଲକୁ ଚପାଉଛନ୍ତି ଏବଂ ସ୍ପାଇକ୍‌ରେ ଘସିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଲୋକେ ଏହି ଫଟୋକୁ ପୋଷ୍ଟ କରିବା ସହ ପ୍ରଶ୍ନ କରିଛନ୍ତି ଏହା ବଲ୍ ଟ୍ୟାମ୍ପରିଂ ମାମଲା ନୁହେଁ କି ? ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି ଓ ପଚାରିଛନ୍ତି, ଏସବୁ କ’ଣ ହେଉଛି ? ଏହା ଇଂଲଣ୍ଡ ଖେଳାଳିଙ୍କ ବଲ୍ ଟ୍ୟାମ୍ପରିଂ କରିବାର ପ୍ରୟାସ ନା କୋଭିଡରୁ ରକ୍ଷା ପାଇବା ପାଇଁ ଉପାୟ ?

  • Ball tampering, eh? #EngvInd

    — Wear a Mask. Stay Safe, India (@cricketaakash) August 15, 2021 " class="align-text-top noRightClick twitterSection" data=" ">

ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା ମଧ୍ୟ ଟ୍ବିଟ ଯୋଗେଁ ପଚାରିଛନ୍ତି, ବଲ୍ ଟ୍ୟାମ୍ପରିଂ ? ଏଥିସହ ଅନ୍ୟ ୟୁଜର ମାନେ ଫଟୋ ସେୟାର କରିବା ସହ ଇଂଲଣ୍ଡ ଖେଳାଳିମାନେ ଆଦୌ ସୁଧୁରିବେ ନାହିଁ ବୋଲି ମତ ଦେଇଛନ୍ତି ।

ଲର୍ଡ୍ସ ଟେଷ୍ଟର ଚତୁର୍ଥ ଦିନ ଚା’ ପାନ ବିରତି ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଛି। ଭାରତ ୭୮ ରନରେ ଆଗୁଆ ରହିଛି । ଚେତେଶ୍ବରର ପୂଜାରା ୨୯ ଓ ଅଜିଙ୍କ୍ୟ ରାହାଣେ ୨୪ ରନରେ ବ୍ୟାଟିଂ କରିଛନ୍ତି। ପୂର୍ବରୁ ଲୋକେଶ ରାହୁଲ ୫, ରୋହିତ ଶର୍ମା ୨୧ ଓ କ୍ୟାପଟେନ୍ ବିରାଟ କୋହଲି ୨୦ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.