ଅହମ୍ମଦାବାଦ: ଭାରତୀୟ ଦିନିକିଆ ଦଳରେ ଡେବ୍ୟୁ(Deepak Hooda ODI debut) କରିବା ପରେ ସ୍ବପ୍ନ ସାକାର ହୋଇଛି ବୋଲି କହିଛନ୍ତି ବ୍ୟାଟ୍ର ଦୀପକ ହୁଡ୍ଡା । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODI ମ୍ୟାଚ୍ରେ ପୂର୍ବତନ କ୍ୟାପଟେନ ବିରାଟ କୋହଲିଙ୍କ ଠାରୁ ଡେବ୍ୟୁ କ୍ୟାପ୍ ଗ୍ରହଣ କରିଥିଲେ ହୁଡ୍ଡା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ODI ସିରିଜର ପ୍ରଥମ ମ୍ୟାଚ୍ରେ ହୁଡ୍ଡାଙ୍କୁ ଭାରତୀୟ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା ।
ଏହାମଧ୍ୟ ପଢନ୍ତୁ: IND vs WI: ୧୦୦୦ତମ ଦିନିକିଆରେ ଭାରତର ଦମଦାର ବିଜୟ
ଦୀପକ ହୁଡ୍ଡା ପ୍ରଥମ ଦିନିକିଆରେ ୩୨ ବଲ୍ରୁ ୨୬ ରନ୍ର ଇଂନିସ ଖେଳିଥିଲେ । ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଥିଲା ଓଡିଶା । ଦିନିକିଆ ଡେବ୍ୟୁ ପରେ ହୁଡ୍ଡା କହିଛନ୍ତି, "ମୋ ଦେଶକୁ ପ୍ରତିନିଧିତ୍ବ କରିବାକୁ ଅବସର ମିଳିଥିବାରୁ ବାସ୍ତବରେ ସମ୍ମାନିତ ଓ ଧନ୍ୟ ମନେ କରୁଛି । କୋହଲିଙ୍କ ଠାରୁ କ୍ୟାପ୍ ଗ୍ରହଣ କରିବା ମୋ ପାଇଁ ବହୁତ ଖାସ୍ ଓ ସ୍ବପ୍ନ ସତ ହେବାର ମୂହୂର୍ତ୍ତ । ଏହି ଚମତ୍କାର ଯାତ୍ରାରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ ।"
ଅନ୍ୟପଟେ ଅଲରାଉଣ୍ଡର ୱାସିଂଟନ ସୁନ୍ଦର କହିଛନ୍ତି, ବିଜୟ ହଜାରେ ଟ୍ରଫିରେ ଭିନ୍ନ ଭିନ୍ନ ପରିବେଶରେ ବୋଲିଂ କରିବା ଯୋଗୁଁ ଭଲ ପ୍ରଦର୍ଶନ ପାଇଁ ସହାୟକ ହୋଇଛି । ୧୦୦୦ତମ ଦିନିକିଆ ମ୍ୟାଚ୍ରେ ଘରୋଇ ଟିମ ୱେଷ୍ଟଇଣ୍ଡିଜକୁ ପ୍ରଥମେ ମାତ୍ର ୧୭୬ ରନ୍ରେ ସୀମିତ ରଖିବା ପରେ ୨୮ ଓଭରରେ ସହଜରେ ଲକ୍ଷ୍ୟ ହାସଲ କରିବା ସହ ୬ ୱିକେଟରେ ବିଜୟୀ ହୋଇଥିଲା । ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ ।