ETV Bharat / sports

T20 WC: ଭାରତ-ପାକିସ୍ତାନ ମ୍ୟାଚ୍‌ ସପକ୍ଷରେ ପ୍ରକାଶ ପାଦୁକୋନ

ଖେଳ ସହ ରାଜନୀତିକୁ ମିଶ୍ରଣ କରିବା ଅନୁଚିତ୍‌ । ଏହା କହିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍‌ । ଅଧିକ ପଢନ୍ତୁ...

Don't mix sports with politics, India-Pak T20 WC match should go on: Prakash Padukone
T20 WC: ଭାରତ-ପାକିସ୍ତାନ ମ୍ୟାଚ୍‌ ସପକ୍ଷରେ ପ୍ରକାଶ ପାଦୁକୋନ
author img

By

Published : Oct 19, 2021, 8:21 PM IST

ମୁମ୍ବାଇ: ଖେଳ ସହ ରାଜନୀତିକୁ ମିଶ୍ରଣ କରିବା ଅନୁଚିତ୍‌ । ଏହା କହିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍‌ । ଆଗାମୀ ଟି-୨୦ ବିଶ୍ବକପ୍‌ରେ ପୂର୍ବରୁ ନିର୍ଦ୍ଧାରିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଖେଳାଯିବା ଉଚିତ ବୋଲି କହିଛନ୍ତି ଭେଟେରାନ ବ୍ୟାଡମିଣ୍ଟନ ଷ୍ଟାର ।

ଦୁବାଇରେ ଅକ୍ଟୋବର ୨୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ପୂର୍ବରୁ ଆମ-ଆଦମୀ ପାର୍ଟି ପକ୍ଷରୁ ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପର ମ୍ୟାଚ୍‌ରୁ ଭାରତ ଓହରିଯିବା ନେଇ ଦାବି କରାଯାଇଥିଲା ।

ଏକ ସାମ୍ବାଦିକ ସମ୍ମିଳନୀରେ AAPର କାଲକାଜି ବିଧାୟକ କହିଥିଲେ, "କାଶ୍ମୀରରେ ସାଧାରଣ ଜନତାଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରୁଥିବା ଦେଖାଯାଉଛି । ପାକିସ୍ତାନ ପକ୍ଷରୁ ପ୍ରାୟୋଜିତ ଏହି ଆତଙ୍କବାଦୀ ଭାରତରେ ଜୀବନ ନେଉଥିବାବେଳେ, ସେମାନଙ୍କ ସହ କ୍ରିକେଟ ଖେଳିବା ଉଚିତ୍‌ କି ? ପାକିସ୍ତାନ ସହ କ୍ରିକେଟ ମ୍ୟାଚ୍‌ ଖେଳାନଯିବା ଦାବି ସହ ପ୍ରଧାନମନ୍ତ୍ରୀ ମଧ୍ୟ ରାଜି ହେବେ ବୋଲି ଆଶା ।"

ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଉପସଭାପତି ରାଜୀବ ଶୁକ୍ଳା ଏହି ମାମଲାରେ ସ୍ପଷ୍ଟୀକରଣ ରଖିସାରିଛନ୍ତି । ଟି-୨୦ ବିଶ୍ବକପ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଦ୍ବାରା ଆୟୋଜିତ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ କୌଣସି ଦେଶ ଅନ୍ୟ ଦେଶ ସହ ମ୍ୟାଚ୍‌ ଖେଳିବାକୁ ମନା କରିପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.