ETV Bharat / sports

ଆଗକୁ ଡିଜନୀ ଷ୍ଟାରରେ ପ୍ରସାରଣ ହେବ ICC ମ୍ୟାଚ - ଡିଜନୀ ଷ୍ଟାର ଟିଭି ଡିଜିଟାଲ ଅଧିକାର ଜିତିଛି

ଆଇସିସି ( International Cricket Council ) ର ସମସ୍ତ ମ୍ୟାଚ ପ୍ରସାରଣ କରିବ ଡିଜନୀ ଷ୍ଟାର ( Disney Star ) ।ଏନେଇ କ୍ରୀଡା ପରିଚାଳନା ସଂସ୍ଥା ପକ୍ଷରୁ ଆଜି (ଶନିବାର) ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଆଗକୁ ଡିଜନୀ ଷ୍ଟାରରେ ପ୍ରସାରଣ ହେବ ICC ମ୍ୟାଚ

author img

By

Published : Aug 27, 2022, 9:38 PM IST

ହାଇଦ୍ରାବାଦ: କ୍ରୀଡା ପରିଚାଳନା ସଂସ୍ଥାର (sport's governing body) ନୂଆ ପଦକ୍ଷେପ । ଆଇସିସି ( International Cricket Council ) ର ସମସ୍ତ ଇଭେଣ୍ଟ ପ୍ରସାରଣ କରିବ ଡିଜନୀ ଷ୍ଟାର ( Disney Star ) । ୨୦୨୪ରୁ ୨୦୨୭ ମସିହା ଭିତରେ ହେବାକୁ ଥିବା ସମସ୍ତ ଇଭେଣ୍ଟ ତଥା ମହିଳା ଏବଂ ପୁରୁଷ ଉଭୟ ମ୍ୟାଚର ପ୍ରସାରଣ କରିବାର ଅଧିକାର ହାତେଇଛି ଡିଜନୀ ଷ୍ଟାର । ଏନେଇ କ୍ରୀଡା ପରିଚାଳନା ସଂସ୍ଥା ପକ୍ଷରୁ ଆଜି (ଶନିବାର) ସୂଚନା ଦିଆଯାଇଛି ।

ଡିଜନୀ ଷ୍ଟାର ଉଭୟ ଟିଭି ଏବଂ ଡିଜିଟାଲ ଅଧିକାର ଜିତିଛି (Disney Star has won the TV and digital rights) । ଏନେଇ ଆଇସିସି କହିଛି, "ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଜି ଆନୁଷ୍ଠାନିକ ଭାବରେ ଘୋଷଣା କରୁଛି କି ଭାରତରେ ଆଗମୀ ଚାରି ବର୍ଷ ପାଇଁ ସମସ୍ତ ଆଇସିସି କ୍ରିକେଟ ମ୍ୟାଚର ଘର ହେବ ଡିଜନୀ ଷ୍ଟାର । ଯିଏକି ୨୦୨୭ ମସିହା ପର୍ଯ୍ୟନ୍ତ ପୁରୁଷ ଏବଂ ମହିଳା ଦଳର ମ୍ୟାଚ ପ୍ରସାରିତ କରିବା ପାଇଁ ଟିଭି ଏବଂ ଡିଜିଟାଲ ଅଧିକାର ବଜାୟ ରଖିବ ।" ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆହୁରି ମଧ୍ୟ କହିଛି କି କହିଛି ଡିଜନୀ ଷ୍ଟାର ଗୋଟିଏ ରାଉଣ୍ଡ ସିଲ ହୋଇଥିବା ବିଡ ପ୍ରକ୍ରିୟାରେ ଅଧିକାର ଜିତିଛି ଯାହା କ୍ରିକେଟର ଚମତ୍କାର ଅଭିବୃଦ୍ଧି ଆଣିବ ବୋଲି ସମ୍ଭାବନା ରହିଛି । ଡିଜନୀ ଷ୍ଟାରରେ ଆସିସିର ସମସ୍ତ ଇଭେଣ୍ଟ ପ୍ରାସାରିତ ହେଲେ ଭବିଷ୍ୟତରେ ଏହା ଅଧିକ କ୍ରୀଡାପ୍ରେମୀଙ୍କ ସଂଖ୍ୟାକୁ ବୃଦ୍ଧି କରିବାର ସହାୟକ ହେବା । ଏହା ସହିତ ଡିଜନୀ ଷ୍ଟାରର ଟିଭି ଏବଂ ଡିଜିଟାଲ ଅଧିକାର ପରେ ମହିଳା କ୍ରିକେଟକୁ ଘରେ ଘରେ ପରିଚିତ କରିବାରେ ଏକ ପ୍ରଭାବଶାଳୀ ମଧ୍ୟମ ହେବ ।

ଭାରତରେ ମହିଳାମାନଙ୍କର ଇଭେଣ୍ଟ ଡିଜିଟାଲ ପାର୍ଟନର ଦ୍ବାରା ପ୍ରସାରଣ କରିବା ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ । ଏହି ପଦକ୍ଷେପ କ୍ରୀଡା ଜଗତର ବିକାଶକୁ ଅଧିକ ପ୍ରସାରିତ କରିବା । ସେହିପରି ଆମର ଏହି ପଦକ୍ଷେପରେ ପାଦରେ ପାଦ ମିଶାଇ ଚାଲିବ ଟିଭି ଓ ଡିଜିଟାଲ ଅଧିକାର ଜିତିଥିବା ଡିଜନୀ ଷ୍ଟାର । ଡିଜନୀ ଷ୍ଟାର ମହିଳା କ୍ରିକେଟକୁ କୋଣ ଅନୁକୋଣରେ ପହଁଞ୍ଚାଇବା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ହେବ । ଏଥିପାଇଁ ମୁଁ ବହୁତ ଉତ୍ସାହିତ ରହିଛି । ଏହା ସହିତ ଡିଜନୀ ଷ୍ଟାର ଆମର ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନାକୁ ସମର୍ଥନ (support our ambitious growth plans) କରିବ ବୋଲି ଆଇସିସି ଚେୟାରମ୍ୟାନ ଗ୍ରେଗ ବାରକଲେ (ICC chairman Greg Barclay) କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.