ETV Bharat / sports

୧୯୮୩ ବିଶ୍ବକପ ବିଜୟୀ ଟିମ ପାଇଁ ପାଣ୍ଠି ଯୋଗାଡ କରିଥିଲେ ଲତା ମଙ୍ଗେଶକର - ୧୯୮୩ ବିଶ୍ବକପ ବିଜୟୀ ଭାରତ

୧୯୮୩ରେ ଆମେ ବିଶ୍ବକପ ଜିତିବାପରେ, ଲତା ମଙ୍ଗେଶକର ନିଜର ଭାଇ(ହୃଦୟନାଥ ମଙ୍ଗେଶକର)ଙ୍କ ସହ ମିଶି ପାଣ୍ଠି ଯୋଗାଡରେ ଲାଗି ପଡିଥିଲେ । ଭାରତୀୟ କ୍ରିକେଟ ଟିମ ପାଇଁ ସେ ୨୦ ଲକ୍ଷ ଟଙ୍କା ଯୋଗାଡ କରିପାରିଥିଲେ ଓ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଲକ୍ଷ ଲେଖାଏଁ ପ୍ରଦାନ କରିପାରିଥିଲେ । ସେହି ସମୟରେ BCCI ପାଖରେ ଅଧିକ ଅର୍ଥ ନଥିଲା । ଅଧିକ ପଢନ୍ତୁ

Did you know Lata Mangeshkar raised Rs 20 lakh for 1983 Cup-winning team?
୧୯୮୩ ବିଶ୍ବକପ ବିଜୟୀ ଟିମ ପାଇଁ ପାଣ୍ଠି ଯୋଗାଡ କରିଥିଲେ ଲତା ମଙ୍ଗେସକର
author img

By

Published : Feb 7, 2022, 4:35 PM IST

Updated : Feb 7, 2022, 4:44 PM IST

ମୁମ୍ବାଇ(ମହାରାଷ୍ଟ୍ର): କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କର କ୍ରିକେଟକୁ ବେଶ ଭଲପାଉଥିଲେ। କ୍ରିକେଟ ପ୍ରତି ଥିବା ତାଙ୍କର ଦୁର୍ବଳତାର ଏକ ଖୁଲାସା କରିଛନ୍ତି ଭେଟେରାନ ବଲିଉଡ୍‌ ଅଭିନେତା ତଥା ଦିବଂଗତ ଭାରତୀୟ କ୍ରିକେଟ ଟିମର କ୍ୟାପେଟନ ମନସୁର ଅଲୀ ଖାନ ପଟଉଦିଙ୍କ ପତ୍ନୀ ଶର୍ମିଳା ଟାଗୋର । ୧୯୮୩ କ୍ରିକେଟ ବିଶ୍ବକପ(1983 WorldCup winning team) ବିଜୟୀ ଭାରତୀୟ ଟିମ ପାଇଁ ଷ୍ଟେଜ୍‌ ଶୋ କରି ୨୦ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରିଥିଲେ ଲତା ଦିଦି ।

ସୁର ସାମ୍ରାଜ୍ଞୀ ଭାରତବର୍ଷର ସ୍ବର ଲତା ମଙ୍ଗେଶକର ରବିବାର, ଫେବୃଆରୀ ୬ରେ ୯୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିବା ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ଶର୍ମିଳା ଟାଗୋର କହିଛନ୍ତି, ସେ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ଆର୍ଥିକ ସ୍ଥିତି ଭଲ ନଥିଲା । ଫଳରେ ବିଶ୍ବକପ ବିଜୟୀ ଟିମର ଖେଳାଳିଙ୍କୁ ସେମାନେ ସମ୍ବର୍ଦ୍ଧିତ କରିପାରୁନଥିଲେ ।

ଏହାମଧ୍ୟ ପଢନ୍ତୁ: ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର

ଟାଗୋର କହିଛନ୍ତି,"ସେ (ଲତା ମଙ୍ଗେଶକର) କ୍ରିକେଟକୁ ଅଧିକ ଭଲପାଉଥିଲେ । ୧୯୮୩ରେ ଆମେ ବିଶ୍ବକପ ଜିତିବାପରେ, ସେ ନିଜର ଭାଇ(ହୃଦୟନାଥ ମଙ୍ଗେଶକର)ଙ୍କ ସହ ମିଶି ପାଣ୍ଠି ଯୋଗାଡରେ ଲାଗିପଡିଥିଲେ । ଭାରତୀୟ କ୍ରିକେଟ ଟିମ ପାଇଁ ସେ ୨୦ ଲକ୍ଷ ଟଙ୍କା ଯୋଗାଡ କରିପାରିଥିଲେ ଓ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଲକ୍ଷ ଲେଖାଏଁ ପ୍ରଦାନ କରିପାରିଥିଲେ । ସେହି ସମୟରେ BCCI ପାଖରେ ଅଧିକ ଅର୍ଥ ନଥିଲା । ଏପରିକି ଗୋଆ ପାଇଁ, ସୁଧୀର ଫଡକେ ସାବ୍‌(ଗୋଆ ସ୍ବାଧୀନତା ଆନ୍ଦୋଳନରେ ସାମିଲ ଥିଲେ ) ଗୋଆ ଲିବେରେସନ ପାଇଁ କନସର୍ଟ ଆୟୋଜନ କରି ସହାୟତାର ହାତ ବଢାଇଥିଲେ ।"

ଲତା ମଙ୍ଗେସକର ଜାନୁଆରୀ ୮ରେ COVID-19 ପଜିଟିଭ ଚିହ୍ନଟ ହେବାପରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସା ଚାଲିଥିଲା ମାତ୍ର ଫେବୃଆରୀ ୬ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ୧୯୮୩ ବିଶ୍ବକପ ବିଜୟୀ ଟିମର ସଦସ୍ୟ କିର୍ତ୍ତୀ ଆଜାଦ ମହାନ ଗାୟିକାଙ୍କ ସ୍ମୃତିରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଲତା ମଙ୍ଗେଶକରଙ୍କ ସହ କ୍ୟାପେଟନ୍‌ କପିଳ ଦେବ ଓ ମହିନ୍ଦର ଅମରନାଥଙ୍କ ସମେତ ସଂପୂର୍ଣ୍ଣ ଟିମ ରହିଛନ୍ତି ।

  • Lata Didi we will miss you.
    The entire victorious World Cup team of 83 will never forget your contribution to the team.
    Your Lata Mangeshkar night at Indraprastha stadium, now IGI stadium, Delhi to collect funds for the team. #LataMangeshkar
    We are indebted to you for life
    🙏

    — Kirti Azad (@KirtiAzaad) February 6, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Ind vs WI: ସୁର ସାମ୍ରାଜ୍ଞୀଙ୍କୁ ଟିମ ଇଣ୍ଡିଆର ଶ୍ରଦ୍ଧାଞ୍ଜଳୀ, ନୀରବ ପ୍ରାର୍ଥନା

ଆଜାଦ ଲେଖିଛନ୍ତି, ଲତା ଦିଦି ଆମେ ତୁମକୁ ମିସ୍‌ କରିବୁ । ୮୩ ବିଶ୍ବକପ ବିଜୟୀ ସଂପୂର୍ଣ୍ଣ ଟିମ କେବେବି ଟିମ ପାଇଁ ଆପଣଙ୍କ ଅବଦାନ ଭୁଲିପାରିବ ନାହିଁ । ସେବେର ଇନ୍ଦ୍ରପ୍ରସ୍ଥ ଷ୍ଟାଡିୟମ, ଦିଲ୍ଲୀର ବର୍ତ୍ତମାନର ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଟିମ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ ଲତା ମଙ୍ଗେଶକର । ଆମେ ଆଜୀବନ ଆପଣଙ୍କ ପାଖରେ ଋଣି ରହିବୁ ।" BCCI ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଟ୍ବିଟ୍‌ ଯୋଗେଁ ଗଭୀର ଶୋକବ୍ୟକ୍ତ କରିବାସହ ଲତା ମଙ୍ଗେଶକରଙ୍କ ସ୍ବର କେବେ ପୁରୁଣା ହୋଇନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 7, 2022, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.