ମୁମ୍ବାଇ: IPL ୨୦୨୧ ସିଜିନର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ । ଏହାକୁ ନେଇ ଆଇପିଏଲ ଟ୍ବିଟର ଆକାଉଣ୍ଟରେ ନୂଆ ପ୍ରୋମୋ ରିଲିଜ ହୋଇଛି । ଯେଉଁଠି କ୍ୟାପଟେନ କୁଲଙ୍କ ମହେନ୍ଦ୍ର ସିଂହ ଧୋନିଙ୍କୁ ନୂଆ ଅବତାରରେ ଦେଖିବାକୁ ମଳିଛି । ଭାରତରେ କୋରୋନା ସଂକ୍ରମଣ ଯୋଗୁଁ ଅଧାରୁ ଆଇପିଏଲକୁ ବନ୍ଦ କରିବାକୁ ପଡ଼ିଥିଲା । ଅବଶିଷ୍ଟ ମ୍ୟାଚ ଦୁବାଇରେ ଖେଲାଯିବାକୁ ନିଷ୍ପତ୍ତି ହୋଇଛି ।
-
🎺🎺🎺 - #VIVOIPL 2021 is BACK and ready to hit your screens once again!
— IndianPremierLeague (@IPL) August 20, 2021 " class="align-text-top noRightClick twitterSection" data="
Time to find out how this blockbuster season concludes, 'coz #AsliPictureAbhiBaakiHai!
Starts Sep 19 | @StarSportsIndia & @DisneyPlusHS pic.twitter.com/4D8p7nxlJL
">🎺🎺🎺 - #VIVOIPL 2021 is BACK and ready to hit your screens once again!
— IndianPremierLeague (@IPL) August 20, 2021
Time to find out how this blockbuster season concludes, 'coz #AsliPictureAbhiBaakiHai!
Starts Sep 19 | @StarSportsIndia & @DisneyPlusHS pic.twitter.com/4D8p7nxlJL🎺🎺🎺 - #VIVOIPL 2021 is BACK and ready to hit your screens once again!
— IndianPremierLeague (@IPL) August 20, 2021
Time to find out how this blockbuster season concludes, 'coz #AsliPictureAbhiBaakiHai!
Starts Sep 19 | @StarSportsIndia & @DisneyPlusHS pic.twitter.com/4D8p7nxlJL
ଏଥିପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କୁ ନେଇ ନୂଆ ପ୍ରୋମୋ ରିଲିଜ କରାଯାଇଛି । ଏଥିରେ ଧୋନିଙ୍କ ଷ୍ଟାଇଲିସ ଫ୍ଲାମବୟାଣ୍ଟ ହେୟାର ଷ୍ଟାଇଲ ଦେଖିବାକୁ ମିଳିଛି । ତା ସାଙ୍ଗକୁ ଧୋନିଙ୍କ ଦମଦାର ଡାଇଲଗ ସହ ପ୍ରୋମୋରେ ଅବଶିଷ୍ଟ ଆଇପିଏଲ ମ୍ୟାଚ ମଜା ବିଷୟରେ ଲୋକଙ୍କୁ ବୁଝାଯାଉଛି । IPL ୨୦୨୧କୁ ଏକ ଫିଲ୍ମ ବୋଲି ଏଥିରେ ଦର୍ଶାଯାଇଛି । ଯାହାର ଗୋଟିଏ ଭାଗ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ଭାଗ ବାକି ଅଛି ବୋଲି କହିଛନ୍ତି ମହେନ୍ଦ୍ର ସିଂହ ଧୋନି ।
ଏହାକୁ ନେଇ ଆଇପିଏଲର ଅଫିସିଆଲ ଆକାଉଣ୍ଟରୁ ଟ୍ବିଟ୍ କରି କୁହାଯାଇଛି ଯେ, " ଆଉ ଏକ ବ୍ଲକ ବ୍ଲଷ୍ଟର ସିଜିନ ପାଇଁ ସମୟ ଆସିଛି । କାରଣ ଅପନା ପିକ୍ଚର ଅଭି ବାକି ହେ (apna picture abhi baki he) । " ଏହାର ଅର୍ଥ ଆମର ଅଧା ଚଳଚ୍ଚିତ୍ର ଆହୁରି ବାକି ଅଛି । ଆଇପିଏଲର ଅବଶିଷ୍ଠ ମ୍ୟାଚରେ ଆରମ୍ଭରେ ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ ।
ଏହି ସିଜିନକୁ ନେଇ ଫ୍ୟାନମାନେ ଅପେକ୍ଷାରତ ଥିବା ବେଳେ ଧୋନୀଙ୍କୁ ନେଇ ଜାରି ହୋଇଥିବା ପ୍ରୋମ ଫ୍ୟାନଙ୍କ ମନରେ ଉତ୍କଣ୍ଠା ବଢ଼ାଇ ଦେଇଛି । ବର୍ତ୍ତମାନର ପଏଣ୍ଟ ଟେବୁଲ କଥା କହିଲେ ବର୍ତ୍ତନମାନ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାରି ଶୀର୍ଷରେ ରହିଛି । ଏହାପରେ ଚେନ୍ନାଇ ସୁପର କିଙ୍ଗ୍ସ, କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଯଥାକ୍ରମେ ଦ୍ବିତୀୟ,ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ