ETV Bharat / sports

ପାକିସ୍ତାନୀ ବୋଲରଙ୍କୁ ଧୋନିଙ୍କ ଉପହାର - ପାକିସ୍ତାନୀ ବୋଲର ହାରିସ ରୌଫ୍‌

ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସ(CSK) ଜର୍ସିକୁ ପାକିସ୍ତାନୀ ଦ୍ରୁତ ବୋଲର ହାରିସ ରୌଫଙ୍କୁ ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

Dhoni gifts CSK jersey to Pak pacer Haris Rauf
ପାକିସ୍ତାନୀ ବୋଲରଙ୍କୁ ଧୋନିଙ୍କ ଉପହାର
author img

By

Published : Jan 7, 2022, 10:58 PM IST

ଲାହୋର: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସ(CSK) ଜର୍ସିକୁ ପାକିସ୍ତାନୀ ଦ୍ରୁତ ବୋଲର ହାରିସ ରୌଫଙ୍କୁ ଉପହାର ଦେଇଛନ୍ତି ।

  • The legend & capt cool @msdhoni has honored me with this beautiful gift his shirt. The "7" still winning hearts through his kind & goodwill gestures. @russcsk specially Thank you so much for kind support. pic.twitter.com/XYpSNKj2Ia

    — Haris Rauf (@HarisRauf14) January 7, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍‌

ଧୋନିଙ୍କ ଠାରୁ ଉପହାର ମିଳିବା ପରେ ରୌଫ ନିଜେ ଟ୍ବିଟ୍‌ରେ ଲେଖିଛନ୍ତି, "କିମ୍ବଦନ୍ତୀ କ୍ୟାପଟେନ କୁଲ୍‌ ମହେନ୍ଦ୍ର ସିଂହ ଧୋନି ସୁନ୍ଦର ଉପହାର ସହିତ ମୋତେ ସମ୍ମାନିତ କରିଛନ୍ତି । ଶାନ୍ତ ଓ ସରଳ ସ୍ବଭାବ ଓ ନମ୍ର ବ୍ୟବହାର ପାଇଁ ''7''(ଧୋନିଙ୍କ ଜର୍ସି ନମ୍ବର) ଏବେବି ହୃଦୟ ଜିତୁଛି ।" ଏଥିସହ ରୌଫ ଚେନ୍ନାଇ ସୁପରକିଙ୍ଗ୍ସର ଅଧିକାରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ନିକଟରେ ଶେଷ ହୋଇଥିବା ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ରେ ରୌଫ ଦମଦାର ପ୍ରଦର୍ଶନ କରିଥିଲେ । ସୁପର ୧୨ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ୱିକେଟ ହାସଲ କରି ବିଜୟର ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଶେଷ ଥର ପାଇଁ ସେ ନଜର ଆସିଥିଲେ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.