ETV Bharat / sports

ଟି୨୦ ପାଇଁ ଦକ୍ଷିଣ ଆଫ୍ରିକା ଯାଇ ନାହାନ୍ତି ଦୀପକ ଚହର, ଦିନିିକିଆ ଖେଳିବା ନେଇ ଦ୍ବନ୍ଦ୍ବ - ଟି୨୦ ପାଇଁ ଦକ୍ଷିଣ ଆଫ୍ରିକା ଯାଇ ନାହାନ୍ତି ଦୀପକ ଚହର

Deepak Chahar not reached South Africa: ଭାରତୀୟ ଦୃତ ବୋଲର ଦୀପକ ଚହରଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଦଳ ସହ ଯୋଗ ଦେଇନଥିବା ଜଣା ପଡ଼ିଛି । ତେବେ ଟି୨୦ ପରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଥିବାରୁ ସେ ଏଥିରେ ଖେଳିବେ କି ନାହିଁ ସେନେଇ ଆଶଙ୍କା ଉପୁଜିଛି । ଅଧିକ ପଢ଼ନ୍ତୁ

ଟି୨୦ ପାଇଁ ଦକ୍ଷିଣ ଆଫ୍ରିକା ଯାଇ ନାହାନ୍ତି ଦୀପକ ଚହର

author img

By ETV Bharat Odisha Team

Published : Dec 10, 2023, 8:26 PM IST

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି ଠାରୁ ଟି୨୦ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ହେଲେ ଏହା ପୂର୍ବରୁ ଆସିଛି ଏକ ବଡ଼ ଅପ୍‌ଡେଟ୍‌ । ଏପର୍ଯ୍ୟନ୍ତ ଦଳର ଷ୍ଟାର ପେସର ଦୀପକ ଚହର ଦକ୍ଷିଣ ଆଫ୍ରିକାରେ ପହଞ୍ଚିନାହାନ୍ତି । ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇପାରିନଥିବା ଜଣାପଡ଼ିଛି । ଏହା ପୂର୍ବରୁ ବେଙ୍ଗାଲୁରୁରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଶେଷ ଟି୨୦ ମ୍ୟାଚ୍‌ରେ ମଧ୍ୟ ସମାନ କାରଣରୁ ଖେଳି ପାରିନଥିଲେ ଚହର । ତେବେ ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ଟି୨୦ ଦଳରେ ନଥିବାବେଳେ ଦୀପକ ଚହରଙ୍କ ଅନୁପସ୍ଥିତି ପେସ୍‌ ଆଟାକ୍‌ରେ ଦଳକୁ ଗୋଟିଏ ପାଦ ପଛରେ ରଖିପାରେ ।

ତେବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହୋଇଥିବା ଥିବା ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌ରେ ଚହର ଓ ସିରାଜଙ୍କ ସ୍ଥାନ ଚୂଡ଼ାନ୍ତ ଏକାଦଶରେ ଏକପ୍ରକାର ସ୍ଥିର ବୋଲି କୁହାଯାଉଥିଲା । ହେଲେ ଚହରଙ୍କ ସ୍ଥାନରେ ଖେଳିବାକୁ ଦଳ ପାଖରେ ବିକଳ୍ପ ଭାବେ ରହିଛନ୍ତି ଅର୍ଶଦୀପ ସିଂହ ଓ ମୁକେଶ କୁମାର । ଅନଭିଜ୍ଞ ହେଲେ ମଧ୍ୟ ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତେଣୁ ସିରାଜଙ୍କୁ ଏହି ଦୁଇ ଜଣଙ୍କର ମଧ୍ୟ ଭରପୁର ସହଯୋଗ ମିଳିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୀପକ ଚହରଙ୍କ ବାପା ମେଡିକାଲରେ ଭର୍ତ୍ତି, ଷ୍ଟାର ପେସରଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଦ୍ବନ୍ଦ୍ବ

ଅନ୍ୟପଟେ ଆଜି ଠାରୁ ଟି୨୦ ଶୃଙ୍ଖଳା ଆରମ୍ଭ ହେଉଥିବାବେଳେ ୧୨ ଓ ୧୪ ଡିସେମ୍ବରରେ ଦ୍ବିତୀୟ ଓ ତୃତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ । ତେଣୁ ଟି୨୦ ଶୃଙ୍ଖଳାରେ ଦୀପକ ଚହରଙ୍କ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ସେପଟେ ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୀପକ ଚହର ଏ ପର୍ଯ୍ୟନ୍ତ ଡର୍ବନରେ ଦଳ ସହ ଯୋଗ ଦେଇ ନାହାନ୍ତି । ତାଙ୍କ ବାପାଙ୍କୁ ବ୍ରେନ୍‌ଷ୍ଟ୍ରୋକ୍‌ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ପାଇଁ ଖେଳରୁ ବ୍ରେକ୍‌ ନେବାକୁ ସେ ବିସିସିଆଇଠୁ ଅନୁମତି ମାଗିଥିଲେ । ଆଗାମୀ ଦିନରେ ସେ ପରିବାର ସଦସ୍ୟଙ୍କ ସ୍ଵାସ୍ଥ୍ୟବସ୍ଥା ଆଧାରରେ ଦଳରେ ସାମିଲ୍‌ ହେବା ନେଇ ନିଷ୍ପତ୍ତି ନେବେ । ସେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ସ୍କ୍ବାଡ୍‌ରେ ମଧ୍ୟ ରହିଛନ୍ତି । ତେଣୁ ଯଦି ଦଳରେ ଯୋଗ ଦେବାରେ ସେ ବିଫଳ ହୁଅନ୍ତି, ତେବେ ବିସିସିଆଇ ବିକଳ୍ପ ଖେଳାଳି ମଧ୍ୟ ଚୟନ କରିରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.