ETV Bharat / sports

IPL 2022: ପଞ୍ଜାବକୁ ୯ ୱିକେଟରେ ମାତ୍‌ ଦେଲା ଦିଲ୍ଲୀ

author img

By

Published : Apr 20, 2022, 10:36 PM IST

IPL 2022ର ୩୨ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ୍‌ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୧୬ ରନ୍‌ ବିଜୟ ଲକ୍ଷ୍ୟ ମାତ୍ର ଗୋଟିଏ ୱିକେଟ ବିନିମୟରେ ୧୦.୩ ଓଭରରେ ହାସଲ କରିଛି ପଞ୍ଜାବ । ଅଧିକ ପଢ଼ନ୍ତୁ

IPL 2022: ପଞ୍ଜାବକୁ ୯ ୱିକେଟରେ ମାତ୍‌ ଦେଲା ଦିଲ୍ଲୀ
IPL 2022: ପଞ୍ଜାବକୁ ୯ ୱିକେଟରେ ମାତ୍‌ ଦେଲା ଦିଲ୍ଲୀ

ମୁମ୍ବାଇ: IPL 2022ର ୩୨ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ୍‌ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୧୬ ରନ୍‌ ବିଜୟ ଲକ୍ଷ୍ୟ ମାତ୍ର ଗୋଟିଏ ୱିକେଟ ବିନିମୟରେ ୧୦.୩ ଓଭରରେ ହାସଲ କରିଛି ପଞ୍ଜାବ । ଦିଲ୍ଲୀର ଇନିଂସ ଆରମ୍ଭରୁ ହିଁ ଡେଭିଡ ୱାର୍ଣ୍ଣର ଓ ପୃଥ୍ବୀ ଶ ବଡ଼ ସଟ୍‌ ଖେଳି ନଜ ଉଦ୍ଦେଶ୍ୟ ଜାହିର କରିଥିଲେ ।

ପୃଥ୍ବୀ ଓ ୱାର୍ଣ୍ଣର ପ୍ରଥମ ୱିକେଟ ପାଇଁ ଦଳ ଖାତାରେ ୮୩ ରନ୍‌ ଜୋଡ଼ିଥିଲେ । ପୃଥ୍ବୀ ୨୦ଟି ବଲ୍‌ରୁ ୪୧ ରନ୍‌ ହାସଲ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ ହୋଇଥିଲେ । ତେବେ ଏହାପରେ ମଧ୍ୟ ୱାର୍ଣ୍ଣର ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ୩୦ଟି ବଲ୍‌ରୁ ୬୦ ରନ୍‌ କରି ଦିଲ୍ଲୀକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ । ପୃଥ୍ବୀ ଆଉଟ ହେବାପରେ ସର୍ଫରାଜ ଖାନ ଗୋଟିଏ ଚୌକା ସହ ୧୩ଟି ବଲ୍‌ରୁ ୧୨ ରନ୍‌ କରିଥିଲେ । ସର୍ବଶେଷରେ ଦିଲ୍ଲୀ ୯ ୱିକେଟରେ ଏହି ମ୍ୟାଚ୍‌କୁ ଜିତି ନେଇଛି ।

ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ପଞ୍ଜାବ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ୱିକେଟ ପାଇଁ ଦୁଇ ଓପନରଙ୍କ ମଧ୍ୟରେ ୩୩ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ଶିଖର ଧାୱନ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ଅଧିନାୟକ ମୟଙ୍କ ଅଗ୍ରୱାଲ ମଧ୍ୟ ମୁସ୍ତାଫିଜୁରଙ୍କ ଶିକାର ପାଲଟିଥିଲେ ।

ଦଳର ୭ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ ଛୁଇଁ ପାରିନାହାନ୍ତି । ପଞ୍ଜାବ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ୍‌ କରିଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରୱାଲ ୨୪ ରନ୍‌ କରିଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ ଦଳ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲା । ତେବେ ଦମଦାର ଇନିଂସ ପାଇଁ ଓ୍ୱାର୍ଣ୍ଣରଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.