ETV Bharat / sports

ଅବସର ପରେ କୋଚ ହେବାକୁ ୱାର୍ଣ୍ଣରଙ୍କ ଇଚ୍ଛା, ପତ୍ନୀ ନେବେ ନିଷ୍ପତ୍ତି - David Warner Retirement

David Warner: ଟେଷ୍ଟ ଓ ଦିନିକିଆ କ୍ରିକେଟରୁ ଅବସର ପରେ ଏବେ କୋଚ୍‌ ଭୂମିକାରେ ଆସିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲୀୟ ଭେଟେରାନ କ୍ରିକେଟର ଡେଭିଡ ୱାର୍ଣ୍ଣର । ଭବିଷ୍ୟତ ଯୋଜନାରେ ମୋହର ମାରିବେ ପତ୍ନୀ । ଅଧିକ ପଢ଼ନ୍ତୁ

ଅବସର ପରେ କୋଚ ହେବାକୁ ୱାର୍ଣ୍ଣରଙ୍କ ଇଚ୍ଛା
ଅବସର ପରେ କୋଚ ହେବାକୁ ୱାର୍ଣ୍ଣରଙ୍କ ଇଚ୍ଛା
author img

By ETV Bharat Odisha Team

Published : Jan 7, 2024, 9:02 PM IST

ସିଡ୍‌ନୀ: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଡେଭିଡ ୱାର୍ଣ୍ଣର ଦିନିକିଆ ଓ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି । ୩୭ ବର୍ଷୀୟ ୱାର୍ଣ୍ଣର ଶନିବାର ସିଡ୍‌ନୀରେ ପାକିସ୍ତାନ ବିପକ୍ଷରେ ନିଜ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚ୍‌ରେ ୮ ୱିକେଟ୍‌ରେ ବିଜୟ ହାସଲ କରିବା ସହ ଘରୋଇ ମାଟିରେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ କ୍ଲିନ୍‌ସ୍ବିପ୍‌ କରିଥିଲା ଅଷ୍ଟ୍ରେଲିଆ । ଏହା ପୂର୍ବରୁ ଟେଷ୍ଟ ଓ ଏକଦିବସୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ଘୋଷଣା କରିଥିଲେ ୱାର୍ଣ୍ଣର । ତେବେ ସେ କ୍ରିକେଟରୁ ଅବସର ପରେ କୋଚ୍‌ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଛନ୍ତି । ହେଲେ ତାଙ୍କ ଭବିଷ୍ୟତ ଯୋଜନାରେ ତାଙ୍କ ପତ୍ନୀ ହିଁ ମୋହର ମାରିବେ ବୋଲି କହିଛନ୍ତି ୱାର୍ଣ୍ଣର ।

ଏକଦିବସୀୟ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଟି୨୦ ଅନ୍ତର୍ଜାତୀୟ ଓ ଆଇପିଏଲ୍‌ ସମେତ ବିଶ୍ବର ବିଭିନ୍ନ ଘରୋଇ ଟି୨୦ ଲିଗ୍‌ ଖେଳିବା ଜାରି ରଖିବେ ୱାର୍ଣ୍ଣର । ତେବେ ସିଡ୍‌ନୀରେ ପାକିସ୍ତାନ ବିପକ୍ଷରେ ନିଜ କ୍ୟାରିୟରର ଅନ୍ତିମ ଟେଷ୍ଟ ମ୍ୟାଚ୍‌ ପରେ ୱାର୍ଣ୍ଣର କହିଛନ୍ତି, "ଭବିଷ୍ୟତରେ କୋଚିଂ ସହିତ ଯୋଡ଼ିହେବା ପାଇଁ ମୋର ବହୁତ ଇଚ୍ଛା ଅଛି । ହେଲେ ମୋତେ ପ୍ରଥମେ ମୋ ପତ୍ନୀ ସହିତ କଥା ହେବାକୁ ପଡ଼ିବ ଯେ, ମୋତେ ଆଉ କିଛିଦିନ ବାହାରେ ରହିବାକୁ ଅନୁମତି ମିଳିବ କି ନାହିଁ ।" ଏହି ବାମହାତୀ ବ୍ୟାଟର ୨୦୧୮ରେ କେପ୍‌ ଟାଉନରେ ବଲ୍‌ ଟାମ୍ପରିଂ ବିବାଦ ଛନ୍ଦି ହୋଇଯାଇଥିଲେ । ଏହାପୂର୍ବରୁ ବିପକ୍ଷ ଦଳର ଖେଳାଳିଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପାଇଁ ଜଣାଶୁଣା ଥିଲେ ୱାର୍ଣ୍ଣର । ଏହି ବିବାଦ ପରେ ନିଜ ଖେଳ ସଂସ୍କୃତିରେ ପରିବର୍ତ୍ତନ ଆଣିଥିଲା ଅଷ୍ଟ୍ରେଲିଆ କ୍ରିକେଟ ।

ଏହା ମଧ୍ୟ ପଢ଼ନ୍ତୁ...ୱାର୍ଣ୍ଣରଙ୍କ ସହ ଘଟିଲା ବଡ ଅଘଟଣ ! କଲେ ଇମୋସନାଲ୍ ପୋଷ୍ଟ

ଗତ ସପ୍ତାହରେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟର ଉସମାନ ଖାୱଜା କହିଥିଲେ ଯେ ୱାର୍ଣ୍ଣରଙ୍କ କ୍ୟାରିୟର ଆରମ୍ଭରୁ ବିପକ୍ଷ ଦଳର ଖେଳାଳିଙ୍କ ସହ ସ୍ଲେଜିଂ କରିବା ପାଇଁ ତାଙ୍କୁ ଦଳର ପ୍ରଶିକ୍ଷକମାନେ କହିଥିଲେ । ଏନେଇ ୱାର୍ଣ୍ଣର କହିଛନ୍ତି, "ଯେତେବେଳେ ମୁଁ ଦଳରେ ଯୋଗ ଦେଲି, ମୋର କାମ ଥିଲା ବିପକ୍ଷ ଦଳର ଖେଳାଳିଙ୍କୁ ବିଚଳିତ କରିବା, ବା ସେମାନେ ବ୍ୟାଟିଂ କରୁଥିବାବେଳେ ସେମାନଙ୍କ ଧ୍ୟାନ ଭଙ୍ଗ କରିବା । ବ୍ୟକ୍ତିଗତ ଭାବେ ମୋତେ କେବଳ ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥିଲା । ହେଲେ ଆଇପିଏଲ୍‌ ଭଳି ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ବିଦେଶୀ ଖେଳଳିଙ୍କ ସହ ଗୋଟିଏ ଡ୍ରେସିଂ ରୁମ ସେୟାର କରିଥାଆନ୍ତି । ଏହି କାରଣରୁ କ୍ରିକେଟ୍‌ରେ ସ୍ଲେଜିଂ ଖୁବଶୀଘ୍ର ଏକ ଅତୀତ ହୋଇଯିବ । ମୋତେ ଲାଗୁନି ଆଉ ସେଭଳି ଆକ୍ରାମକ ସ୍ଲେଜିଂ ଦେଖିବାକୁ ମିଳିବ । ଏହା କେବଳ ହସ ମଜାରେ ସୀମିତ ରହିଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.