ETV Bharat / sports

ୟୁଏଇରେ ଅବଶିଷ୍ଟ ଆଇପିଏଲ, ଆସିବେନି ଅଷ୍ଟ୍ରେଲୀୟ ଖେଳାଳି !

author img

By

Published : May 30, 2021, 5:35 PM IST

ଆଇପିଏଲର ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯିବା ନେଇ ବିସିସିଆଇ ଘୋଷଣା କରିବା ଦିନକ ପରେ ଟୁର୍ଣାମେଣ୍ଟକୁ ଲାଗିଛି ବଡ ଝଟ୍‌କା । ଅଧିକ ପଢନ୍ତୁ...

Cummins set to skip IPL in UAE, CA to decide on other Australian players: Report
ୟୁଏଇରେ ଅବଶିଷ୍ଟ ଆଇପିଏଲ, ଆସିବେନି ଅଷ୍ଟ୍ରେଲୀୟ ଖେଳାଳି !

ସିଡନୀ: ଆଇପିଏଲର ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯିବା ନେଇ ବିସିସିଆଇ ଘୋଷଣା କରିବା ଦିନକ ପରେ ଟୁର୍ଣାମେଣ୍ଟକୁ ଲାଗିଛି ବଡ ଝଟ୍‌କା । ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପାଟ କମିନ୍ସ ୟୁଏଇରେ ଖେଳାଯିବାକୁ ବାକି ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପାଇଁ ଭାଗନେବେ ନାହିଁ ।

ସିଡନୀ ମର୍ଣ୍ଣିଂ ହେରାଲ୍‌ଡରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କମିନ୍ସ ଏହା ସ୍ପଷ୍ଟ କରିସାରିଛନ୍ତି ଯେ ସେ ଆଇପିଏଲର ଅବଶିଷ୍ଟ ମ୍ୟାଚରେ ଭାଗ ନେବେନାହିଁ । ତେବେ ଏହି ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରାଯାଇନାହିଁ ।

ପାରିବାରିକ କାରଣରୁ ଡେଭିଡ ୱାର୍ଣ୍ଣର ଓ ପାଟ କମିନ୍ସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ୱେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦେବାକୁ ବିଚାର କରୁଛି ।

ପୂର୍ବରୁ ଇଂଲଣ୍ଡ କ୍ରିକେଟ ଟିମର ପରିଚାଳନା ନିର୍ଦ୍ଦେଶକ ଆସଲେ ଗିଲସ କହିଥିଲେ, ଆଇପିଏଲ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ଓ ୱେଲ୍ସ କ୍ରିକେଟ(ଇସିବି) ତାର ସୂଚୀରେ ପରିବର୍ତ୍ତନ କରିବ ନାହିଁ ।

ଏକାଧିକ ଖେଳାଳି କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଇପିଏଲର 14ତମ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର 15ରୁ ଅକ୍ଟୋବର 15 ମଧ୍ୟରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.