ETV Bharat / sports

ଚେନ୍ନାଇ ଚମକ; ରାଜସ୍ଥାନକୁ 45ରନରେ କଲା ଚିତପଟାଙ୍ଗ

ଚଳିତ ଆଇପିଏଲ ସଂସ୍କରଣର 12ତମ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ ବୋଲିଙ୍ଗ ଓ ଫିଲ୍ଡିଂରେ ଉନ୍ନତ ପ୍ରର୍ଦଶନ କରି ରାଜସ୍ଥାନକୁ 45 ରନରେ ପରାସ୍ତ କରିଛି ଧୋନୀବୀହିନୀ । ଅଧିକ ପଢନ୍ତୁ...

author img

By

Published : Apr 20, 2021, 7:28 AM IST

ଚମକିଲା ଚେନ୍ନାଇ
ଚମକିଲା ଚେନ୍ନାଇ

ମୁମ୍ବାଇ: ୱାଙ୍ଖେଡରେ ଛାଇ ଗଲା ଚେନ୍ନାଇ ସୁପର କିଙ୍ଗସ । ଚଳିତ ଆଇପିଏଲ ସଂସ୍କରଣର 12ତମ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ ବୋଲିଙ୍ଗ ଓ ଫିଲ୍ଡିଂରେ ଉନ୍ନତ ପ୍ରର୍ଦଶନ କରି ରାଜସ୍ଥାନକୁ 45 ରନରେ ପରାସ୍ତ କରିଛି ଚେନ୍ନାଇ । ଚେନ୍ନାଇକୁ ଜିତାଇବାରେ ମୋଇନ ଅଲ୍ଲୀ ଓ ରବିନ୍ଦ୍ର ଜାଡେଜାଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ ।

ପ୍ରଥମେ ରାଜସ୍ଥାନ ରୟାଲ୍ସ ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇର ଫାଫ ଡୁ ପ୍ଲେସି ଓ ଗାଏକୱାଡ୍ ପାଳି ଆରମ୍ଭ କରିଥିଲେ । ଗାଏକୱାଡ ମାତ୍ର 10 ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ମୋଇନ ଅଲ୍ଲୀ । ଅପରାଜିତ ମୋଇନ ଅଲ୍ଲୀ ଓ ଡୁ ପ୍ଲେସି ଜବରଦସ୍ତ ସଟ ଖେଳି ଦଳୀୟ ସ୍କୋରକୁ 45ରେ ପହଞ୍ଚାଇଥିଲେ । ଡୁ ପ୍ଲେସି 17 ବଲରୁ 4ଟି ଚୌକା ଓ 2ଟି ଛକା ମାରି 33 ରନ କରି ଆଉଟ ହୋଇଥିଲେ । ଏହା ପରେ ମୋଇନ ଓ ସୁରେଶ ରାଇନାଙ୍କ ମଧ୍ୟରେ 33 ରନର ଭାଗିଦାରୀ ହୋଇଥିଲା । ମୋଇନ 26 ରନ କରି ଆଉଟ ହୋଇଥିଲେ । ଏହା ପରେ ପଡିଆକୁ ଆସିଥିଲେ ଅମ୍ବାତି ରାଇଡୁ । ସେ କିଛି ଦର୍ଶକୀୟ ସଟ ଖେଳିଥଲେ । ରୟୁଡୁ 17ଟି ବଲରୁ 27 ରନ କରି ବିଦାୟ ନେଇଥିଲେ । ରାଜସ୍ଥାନ ବୋଲର ପଛକୁ ପଛ ଗୋଟିଏ ପରେ ଗୋଟିଏ ୱିକେଟ ହାତେଇ ଥିଲେ । ଏହା ସହିତ 125 ରନ ବେଳକୁ ସୁପର କିଙ୍ଗସ 5ଟି ୱିକେଟ ହରାଇ ସାରିଥିଲା । ମ୍ୟାଚରେ ଜଣେ ବି କେହି ଅର୍ଦ୍ଧଶତକ ହାସଲ କରିନାହାନ୍ତି । 20 ଓଭରରେ ଚେନ୍ନାଇ 9 ୱିକେଟ ହରାଇ 188 ରନ କରିଥିଲା । ରାଜସ୍ଥାନକୁ 189 ବିଜୟ ଲକ୍ଷ୍ୟ ଦେଇଥିଲା ।

189 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ଓପନର ବଟଲର ଓ ମନନ ବ୍ୟାଟିଂ ଆରମ୍ଭ କରିଥିଲେ । ମନନ ଭୋରା 14 ରନ କରି ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଅଧିନାୟକ ସଞ୍ଜୁ ସାମସନ କିଛି ଭଲ ପ୍ରର୍ଦଶନ କରି ନ ଥିଲେ । ମାତ୍ର 1 ରନ କରି ଆଉଟ ହୋଇଥିଲେ । ବଟଲର ଚମତ୍କାର ସଟ ଖେଳି ମ୍ୟାଚକୁ ଜିତିବା ଆଶା ଉଜ୍ଜୀବିତ କରିଥିଲେ । ଜାଜେଡା ବଟଲରଙ୍କୁ ବୋଲ୍ଡ କରିବା ପରେ ମ୍ୟାଚର ଗତିପଥ ବଦଳି ଯାଇଥିଲା । ପଛକୁ ପଛ ଭୁଷୁଡିବାରେ ଲାଗିଥିଲା ରାଜସ୍ଥାନର ୱିକେଟ । ଜିତିବା ପାଇଁ ଆବଶ୍ୟକ ହେଉଥିବା 45 ରନ କରି ପାରିନଥିଲା ରାଜସ୍ଥାନ । 20 ଓଭରରେ ରାଜସ୍ଥାନ 9 ୱିକେଟ ହରାଇ 143 ରନ ସଂଗ୍ରହ କରିଥିଲା । ମ୍ୟାଚକୁ କବଜା କରି ନେଇଥିଲା ଚେନ୍ନାଇ । ଜାଡେଜା ଓ ମୋଇନଙ୍କ ଦମଦାର ବୋଲିଂ ଚେନ୍ନାଇକୁ ବିଜୟୀ କରିଛି । ମୋଇନ ପ୍ଲେୟା ଅଫ ଦି ମ୍ୟାଚ ହୋଇଛନ୍ତି । ଚଳିତ ସଂସ୍କରଣର ପ୍ରଥମ ମ୍ୟାଚକୁ ହାରିବା ପରେ ଲାଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଧୋନୀବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.