ETV Bharat / sports

ଇମ୍ରାନ ଖାନଙ୍କୁ ଗୁଳିମାଡ, ନିନ୍ଦା କଲେ କ୍ରିକେଟର - ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀଙ୍କୁ ଗୁଳିମାଡ

ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇଛି ଗୁଳିମାଡ । ଗୁଳିକାଣ୍ଡ ଘଟଣାକୁ ପୂର୍ବତନ କ୍ରିକେଟର ତଥା କ୍ରିକେଟ କଡ଼ା ନିନ୍ଦା କରିଛନ୍ତି । ଅଧିକ ପଢ଼ନ୍ତୁ

cricketers and ex cricketers condolence firing incident with Imran Khan
ଇମ୍‌ରାନ ଖାନଙ୍କୁ ଗୁଳିମାଡ, ନିନ୍ଦା କଲେ କ୍ରିକେଟର
author img

By

Published : Nov 3, 2022, 10:52 PM IST

ହାଇଦ୍ରାବାଦ: ପୂର୍ବତନ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇଛି ଗୁଳିମାଡ । ତାଙ୍କ ଗୋଡରେ ଗୁଳି ବାଜିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଗୁଳିକାଣ୍ଡ ଘଟଣାକୁ ପୂର୍ବତନ କ୍ରିକେଟର ତଥା କ୍ରିକେଟ କଡ଼ା ନିନ୍ଦା କରିଛନ୍ତି ।

  • Strongly condemn this heinous attack on @ImranKhanPTI. May Allah keep Kaptaan safe and protect our beloved Pakistan, Ameen.

    — Babar Azam (@babarazam258) November 3, 2022 " class="align-text-top noRightClick twitterSection" data=" ">

ପାକିସ୍ତାନ ଅଧିନାୟକ ବାବର ଆଜମ ଟ୍ବିଟ୍‌ କରି କହିଛନ୍ତି, "ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ମୁଁ କଡ଼ାଶବ୍ଦରେ ନିନ୍ଦା କରୁଛି । କ୍ୟାପ୍‌ଟେନଙ୍କୁ ଆହ୍ଲା ସୁରକ୍ଷିତ ରଖନ୍ତୁ ଓ ଆମ ପାକିସ୍ତାନରୁ ସୁରକ୍ଷା ଦିଅନ୍ତୁ ।"

  • Deeply disturbed about the events unfolding in Wazirabad . Our prayers with Imran BHAI and everyone there. We as a country must come together and not allow anyone to distort our national unity.

    — Wasim Akram (@wasimakramlive) November 3, 2022 " class="align-text-top noRightClick twitterSection" data=" ">

କ୍ରିକେଟ କିମ୍ବଦନ୍ତୀ ୱାସିମ୍‌ ଆକ୍ରମ ଟ୍ବିଟ୍‌ କରି ଲେଖିଛନ୍ତି, "ଓ୍ବାଜିରାବାଦରେ ଘଟିଥିବା ଘଟଣାକୁ ନେଇ ମୁ ଗଭୀର ଭାବରେ ବ୍ୟଥିତ । ଇମ୍‌ରାନ ଭାଇଙ୍କ ପାଇଁ ପ୍ରାର୍ଥନା କରୁଛୁ । ଗୋଟିଏ ଦେଶ ନାଗରିକ ଭାବରେ ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କୁ ଏକାଠି ହେବାକୁ ହେବ ଏବଂ କାହାରିକୁ ଏଭଳି କାଣ୍ଡ ଘଟାଇବାକୁ ପ୍ରଶୟ ଦେବା ନାହିଁ ।"

  • عمران خان صاحب اور اُن کے ساتھیوں کی جلد اور مکمل صحتیابی کے لیے دعاگو ہوں اللّٰہ تعالٰی سب کو اپنی حفاظت میں رکھے آمین

    — Shahid Afridi (@SAfridiOfficial) November 3, 2022 " class="align-text-top noRightClick twitterSection" data=" ">

ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି, "ମୁଁ ଇମରାନ ଖାନ ଓ ତାଙ୍କ ସହଯୋଗୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି ଘଟଣାକୁ ନିନ୍ଦା କରୁଛି ।"

ଗୁରୁବାର ଅପରାହ୍ନରେ ପାକିସ୍ତାନର ଓ୍ବାଜିରାବାଦରେ ଇମ୍ରାନଙ୍କ ପିଟିଆଇ ଦଳ (Tehreek-e-Insaf ) PTI ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଇମ୍ରାନ ଖାନ ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଛି (firing near rally of former Pakistan PM Imran khan)।

ଇମ୍‌ରାନ ଖାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ସରକାର ବିରୋଧରେ ରାଲି ଆୟୋଜନ କାରଯାଇଥିଲା । ଏଥିରେ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ଓ୍ବାଜିରାବାଦ ସହରର ଜାଖର ଅଲ୍ଲୀ ଛକ ନିକଟରେ ରାଲି ପହଞ୍ଚିଥିଲା । ଇମ୍ରାନ ଓ ଅନ୍ୟ କିଛି ବରିଷ୍ଠ ନେତା ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ହଠାତ ଗୁଳିମାଡ ହୋଇଥିଲା । ଏଥିରେ ଇମ୍ରାନଙ୍କ ଗୋଟିଏ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.