ETV Bharat / sports

Cricket World Cup 2023: ବିଶ୍ବକପରେ କମାଲ କରିପାରନ୍ତି ଏହି 5 ବରିଷ୍ଠ ଖେଳାଳି

author img

By ETV Bharat Odisha Team

Published : Oct 2, 2023, 3:14 PM IST

ଅକ୍ଟୋବର 5ରୁ ଆରମ୍ଭ ହେବ ବ୍ୟାଟ ବଲର ମହାଯୁଦ୍ଧ । ଜାଣିଛନ୍ତି ଚଳିତ ବିଶ୍ବକପ ପାଇଁ କିଛି ଦଳରେ ବରିଷ୍ଠ ଖେଳାଳି ରହିଛନ୍ତି ଯିଏକି କମାଲ କରିପାରନ୍ତି । ଜାଣନ୍ତୁ କିଏ ସେହି ଖେଳାଳି ।

Cricket World Cup 2023
World Cup 2023

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ବକପ ପାଇଁ ହାତରେ ଆଉ ମାତ୍ର 2ଦିନ । ଅକ୍ଟୋବର 5ରୁ ଆରମ୍ଭ ହେବ ବ୍ୟାଟ ବଲର ମହାଯୁଦ୍ଧ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କ୍ରିକେଟ ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି । ଏହି ମୁକାବିଲା ପାଇଁ ଅନେକ ଯୁବ ଖେଳାଳି ଥିବା ଭିତରେ କିଛି ବରିଷ୍ଠ ଖେଳାଳି ମଧ୍ୟ ରହିଛନ୍ତି ଯିଏକି ଯଥେଷ୍ଟ ଦକ୍ଷ । ହୁଏତ କିଛି ବରିଷ୍ଠ ଖେଳାଳିଙ୍କର ଏହା ଶେଷ ବିଶ୍ବକପ ହୋଇପାରେ । ଆସନ୍ତୁ ଜାଣିବା ବିଶ୍ବକର 2023 ପାଇଁ ବିଭିନ୍ନ ଦଳରେ ଥିବା ସେହି 5 ବରିଷ୍ଠ ଖେଳାଳିଙ୍କ ସମ୍ପର୍କରେ ।

ୱେସଲେ ବାରେସି: ନେଦରଲାଣ୍ଡସର ଏହି ଖେଳାଳି ବିଶ୍ବକପରେ ବରିଷ୍ଠ ଖେଳାଳି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କୁ 39 ବର୍ଷ 152 ଦିନ । ସେ 2010ରେ ସ୍କଟଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ । ସେ 45ଟି ଦିନିକିଆ ଖେଳିଛନ୍ତି । 44ଟି ମ୍ୟାଚରେ ବ୍ୟାଟିଂ କରିଛନ୍ତି । ସେ 1,193 ରନ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ 8ଟି ଅର୍ଦ୍ଧଶତକ ରହିଛି । 137 ରନ ତାଙ୍କର ସର୍ବାଧିକ ରନ ।

ରୋଲଫ ଇରାସମସ ଭାନ ଡେର ମେରୱେ: ନେଦରଲାଣ୍ଡସର ଏହି ଖେଳାଳି ବିଶ୍ବକପର ଦ୍ବିତୀୟ ବରିଷ୍ଠ ଖେଳାଳି । ତାଙ୍କୁ 38 ବର୍ଷ 257 ଦିନ । ସେ ପ୍ରଥମେ ଦକ୍ଷିଣ ଆଫ୍ରିକା ପାଇଁ ଖେଳୁଥିଲେ ପରେ ନେଦରଲାଣ୍ଡସ ପାଇଁ ଖେଳିଥିଲେ । 2019ରେ ନେଦରଲାଣ୍ଡସରେ ପଦାର୍ପଣ କରିଥିଲେ । 16ଟି ଦିନିକିଆ ମ୍ୟାଚରେ ସେ 19ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଏଥର ବିଶ୍ବକପ୍‌ରେ ଚମକ ଦେଖାଇବେ ଏହି ୫ କନିଷ୍ଠ ଖେଳାଳି

ଏହା ବି ପଢନ୍ତୁ...Cricket World Cup 2023: ଏଥର ଇଂଲଣ୍ଡ ପାଇଁ ସହଜ ହେବନି ରାସ୍ତା, ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ ଓ ଦୁର୍ବଳତା

ମହମ୍ମଦ ନବି: ଆଫଗାନିସ୍ତାନର ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବି ବରିଷ୍ଠ ଖେଳାଳି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । 2015 ଆଫଗାନିସ୍ତାନ ଦଳରେ ଡେବ୍ୟୁ କରିଥିଲେ । ନବି 147 ଦିନିକିଆ ଖେଳିଛନ୍ତି । 131ଟି ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି । ସେ 3, 153 ରନ କରିଛନ୍ତି । ସେଥିରେ ତାଙ୍କର 16ଟି ଅର୍ଦ୍ଧଶତକ ରହିଛି । ନବ ଜଣେ ଦକ୍ଷ ବୋଲର ମଧ୍ୟ । ସେ 154ଟି ୱିକେଟ ନେଇଛନ୍ତି । 30ରନ ଦେଇ 4ଟି ୱିକେଟ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ।

ମହମ୍ମୁଦଲ୍ଲା: ବାଂଲାଦେଶର ଅଲରାଉଣ୍ଡର ମହମ୍ମୁଦଲ୍ଲା ବିଶ୍ବକପ ବରିଷ୍ଠ ଖେଳାଳି ତାଲିକାର ଚତୁର୍ଥରେ ରହୁଛନ୍ତି । ତାଙ୍କୁ 37 ବର୍ଷ 240 ଦିନ । ମହମ୍ମୁଦଲ୍ଲା 221ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 192ଟି ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି । ସେ 5,020ରନ କରିଛନ୍ତି ଯେଉଁଥିରେ 27ଟି ଅର୍ଦ୍ଧଶତକ ରହିଛି । ତାଙ୍କର 150ରନ ସର୍ବାଧିକ ସ୍କୋର । 148 ମ୍ୟାଚ ଖେଳି ସେ 82ଟି ୱିକେଟ ନେଇଛନ୍ତି । 4 ରନ ଦେଇ 3ଟି ୱିକେଟ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ।

ରବିଚନ୍ଦ୍ରନ ଅଶ୍ବିନୀ: ଚଳିତ ବିଶ୍ବକପରେ ଖେଳୁଥିବା ବରିଷ୍ଠ ଖେଳାଳି ତାଲିକାରେ ରବିଚନ୍ଦ୍ରନ ଅଶ୍ବିନୀଙ୍କ ନାମ ରହିଛି । ବରିଷ୍ଠ ଖେଳାଳି ତାଲିକାରେ ପଞ୍ଚମ ନମ୍ବରରେ ଆସୁଛନ୍ତି ଭାରତୀୟ ଅଲରାଉଣ୍ଡର ତଥା ସ୍ପିନ ବୋଲର ଅଶ୍ବିନୀ । ସେ ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତୀୟ ବିଶ୍ବକପ ସ୍କ୍ବାଡରେ ସ୍ଥାନ ପାଇଛନ୍ତି । 115ଟି ଦିନିକିଆ ମ୍ୟାଚ ଖେଳି ଅଶ୍ବିନୀ 4.94 ରନ ବ୍ୟୟରେ 155 ୱିକେଟ ହାସଲ କରିଛନ୍ତି । 24 ରନ ଦେଇ 4 ୱିକେଟ ଅକ୍ତିଆର ଅଶ୍ବିନୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ । ତାଙ୍କ ବ୍ୟାଟିଂ କଥା ଯଦି କହିବା ସେ 63 ଇନିଂସରେ 707 ରନ କରିଛନ୍ତି ଯେଉଁଥିରେ ଗୋଟି ଅର୍ଦ୍ଧଶତକ ରହିଛି । 65 ତାଙ୍କର ସର୍ବାଧିକ ରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.