ETV Bharat / sports

Cricket World Cup 2023: କୋହଲିଙ୍କ ପ୍ରଶଂସାରେ ଶତମୁଖ ରିକି ପଣ୍ଟିଂ, କହିଲେ ଆହୁରି ଶ୍ରେଷ୍ଠ ପ୍ରଦର୍ଶନ ଆସିବା ବାକି ଅଛି

author img

By ETV Bharat Odisha Team

Published : Nov 6, 2023, 9:18 PM IST

ଦିନକୁ ଦିନ କ୍ରିକେଟ ଜଗତରେ ରେକର୍ଡ ପରେ ରେକର୍ଡ କରିବାରେ ଲାଗିଛନ୍ତି ବିରାଟ କୋହଲି । ବିଶ୍ବକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ କ୍ୟାରିୟରର ୪୯ତମ ଶତକ ସହ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ତେବେ ତାଙ୍କର ଆହୁରି ଶ୍ରେଷ୍ଠ ପ୍ରଦର୍ଶନ ଆସିବା ବାକି ଅଛି ବୋଲି ଆକଳନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂ । ଅଧିକ ପଢ଼ନ୍ତୁ

କୋହଲିଙ୍କ ଆହୁରି ଶ୍ରେଷ୍ଠ ପ୍ରଦର୍ଶନ ଆସିବା ବାକି ଅଛି
କୋହଲିଙ୍କ ପ୍ରଶଂସାରେ ଶତମୁଖ ରିକି ପଣ୍ଟିଂ

ହାଇଦ୍ରାବାଦ: ଜାରି ରହିଥିବା ଆଇସିସି ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ନିଜର ପ୍ରାଇମ୍‌ ଫର୍ମରେ ଅଛନ୍ତି । ଏପର୍ଯ୍ୟନ୍ତ ୪ ଅର୍ଦ୍ଧଶତକ ଓ ଦୁଇଟି ଶତକ ବଳରେ ୫୪୩ ରନ ସହ ବିଶ୍ବକପ୍‌ ୨୦୨୩ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟରଙ୍କ ସୂଚୀରେ ଦ୍ବିତୀୟରେ ରହିଛନ୍ତି ବିରାଟ । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ନିଜ କ୍ରିକେଟ୍‌ କ୍ୟାରିୟରର ୪୯ତମ ଶତକ ସହ ସେ ଦିନିକିଆ କ୍ରିକେଟ୍‌ରେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ତେବେ ବିରାଟ ଚଳିତ ବିଶ୍ବକପ୍‌ରେ ଆହୁରି ଅନେକ ରେକର୍ଡ କରିବାକୁ ବାକି ଅଛି ବୋଲି ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବିଶ୍ବ ବିଜୟୀ ଅଧିନାୟକ ରିକି ପଣ୍ଟିଂ ।

ପଣ୍ଟିଂ ବିରାଟ କୋହଲିଙ୍କୁ ପ୍ରଶଂସା କରି ତାଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟର ବୋଲି କହିଛନ୍ତି । ଆଇସିସି ୱେବ୍‌ସାଇଟ୍‌ରେ ପଣ୍ଟିଂ କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ (ବିରାଟ) ସର୍ବଶ୍ରେଷ୍ଠ ବ୍ୟାଟର ଏବଂ ଏହା ମୁଁ ବହୁ ଦିନରୁ କହିଆସୁଛି । ତାଙ୍କୁ ସଚିନଙ୍କ ରେକର୍ଡ ସମକକ୍ଷ ହେବା ଦରକାର ନଥିଲା, ତାଙ୍କୁ ରେକର୍ଡ ଭାଙ୍ଗିବାର ମଧ୍ୟ କୌଣସି ଦରକାର ନଥିଲା । ଯଦି ଏବେ ପର୍ଯ୍ୟନ୍ତ ଆପଣ ତାଙ୍କର ବ୍ୟାଟିଂ ରେକର୍ଡ ଦେଖିବେ, ତେବେ ଏହା ଅବିଶ୍ବନୀୟ ।" ଦକ୍ଷିଣ ଆଫ୍ରିକା ବିପକ୍ଷ ଶତକ ଚଳିତ ବିଶ୍ବକପ୍‌ରେ କୋହଲିଙ୍କର ଦ୍ବିତୀୟ ଶତକ ଓ ବିଶ୍ବକପ୍‌ ଇତିହାସରେ ଏହା ଚତୁର୍ଥ ଶତକ ଥିଲା । ଦିନିକିଆ କ୍ରିକେଟ୍‌ରେ ୪୯ତମ ଶତକ ହାସଲ କରିବାକୁ କୋହଲି ସଚିନଙ୍କ ଠାରୁ ୧୭୫ ପାଳି କମ୍‌ ଖେଳିଛନ୍ତି । ଏହାକୁ ଇଙ୍ଗିତ କରି ପଣ୍ଟିଂ କହିଛନ୍ତି, "୪୯ତମ ଶତକ ହାସଲ କରି କୋହଲି ସଚିନଙ୍କ ସମକକ୍ଷ ହୋଇଗଲେ ଏବଂ ସଚିନଙ୍କ ଠାରୁ ୧୭୫ ପାଳି କମ ଖେଳି ଏହି ରେକର୍ଡ କରିଦେଲେ, ଏହା ସତରେ ଅବିଶ୍ବସନୀୟ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: କୋଲକାତାରେ କୋହଲିଙ୍କ ମାଷ୍ଟରକ୍ଲାସ୍‌, ଏମିତି ହାସଲ କଲେ 49ତମ ଦିନିକିଆ ଶତକ

ଚଳିତ ବିଶ୍ବକପ୍‌ରେ ବିପକ୍ଷ ଦଳ ଗୁଡ଼ିକ ପାଇଁ କୋହଲି ଆହୁରି ଘାତକ ସାବ୍ୟସ୍ତ ହେବେ ବୋଲି ପଣ୍ଟିଂ ଭବିଷ୍ୟବାଣୀ କରିଛନ୍ତି । କାରଣ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବାପରେ ସେ ଆହୁରି ସ୍ବତନ୍ତ୍ର ଭାବେ ଖେଳିବେ । ପଣ୍ଟିଂ କହିଛନ୍ତି, "ସେହି ୪୯ତମ ଶତକ କୋହଲିଙ୍କ ପାଇଁ ଆହୁରି କଠିନ ହୋଇଥାନ୍ତା । ମୋତେ ଲାଗୁଛି ସେ ସଚିନଙ୍କ ସମକକ୍ଷ ହେବାକୁ ଅଧିକ ପରିଶ୍ରମ କରୁଥିଲେ । ଏହା ଏବେ ହୋଇଗଲା ଏବଂ ଏକ ଭଲ ସମୟରେ ସେ ଏହି ସଫଳତା ପାଇଲେ । ଏବେ କୋହଲି ଆହୁରି ଗୋଟିଏ ଲିଗ୍‌ ମ୍ୟାଚ୍‌ ସହିତ ସେମିଫାଇନାଲ୍‌ ବି ଖେଳିବେ । ତେଣୁ ଏହା କୋହଲି ଓ ଟିମ୍‌ ଇଣ୍ଡିଆ ପାଇଁ ବାସ୍ତବରେ ଏକ ଭଲ ସମୟ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିରାଟ ଓ ଜାଡେଜାଙ୍କୁ ପ୍ରଶଂସା କଲେ ରୋହିତ

ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବୋଲିଂ ଆଟାକ୍‌ର ପ୍ରଭାବୀ ପ୍ରଦର୍ଶନରେ ମଧ୍ୟ ପଣ୍ଟିଂ ବେଶ ପ୍ରଭାବିତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍‌ ହାସଲକାରୀ ୧୦ ବୋଲରଙ୍କ ତାଲିକାରେ ୩ ଭାରତୀୟ ଅଛନ୍ତି । ମହମ୍ମଦ ଶାମି ସର୍ବାଧିକ ୧୬ ୱିକେଟ୍‌ ହାସଲ କରିଥିବାବେଳେ ଯଶପ୍ରୀତ ବୁମ୍‌ରା ୧୫ ଓ ରବୀନ୍ଦ୍ର ଜାଡେଜା ୧୪ ୱିକେଟ୍‌ ନେଇଛନ୍ତି । ପଣ୍ଟିଂ କହିଛନ୍ତି, "ଚଳିତ ବିଶ୍ବକପ୍‌ରେ ଆମେ ଏବେ ପର୍ଯ୍ୟନ୍ତ ଯାହା ସବୁ ଦେଖିଲେ, ସେଥିରୁ ସ୍ପଷ୍ଟ ଯେ, ଭାରତୀୟ ବୋଲିଂ ଆକ୍ରମଣ ସର୍ବଶ୍ରେଷ୍ଠ । ବିପକ୍ଷ ଦଳକୁ ଏବେ ବିଶ୍ଳେଷଣ କରିବା ଜରୁରୀ ଯେ ସେମାନେ ବୁମ୍‌ରା ଓ ମହମ୍ମଦ ସିରାଜଙ୍କୁ କିପରି ଖେଳିବେ । କାରଣ ସେମାନଙ୍କୁ ପ୍ରଥମେ ଏହି ବୋଲରଙ୍କୁ ଖେଳିବାକୁ ପଡ଼ିବ । ନହେଲେ ଭାରତୀୟ ସ୍ପିନର ଆସିବେ ଓ ସେମାନଙ୍କୁ ଆଉଟ୍‌ କରିଦେବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.