ETV Bharat / sports

ବିଶ୍ବକପ୍‌ ୨୦୨୩: ୱାଙ୍ଖେଡେରେ ଐତିହାସିକ ଶତକ, ଏକାଧିକ ରେକର୍ଡ ଭାଙ୍ଗିଲେ କିଙ୍ଗ୍‌ କୋହଲି

author img

By ETV Bharat Odisha Team

Published : Nov 15, 2023, 10:47 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ୫୦ତମ ଐତିହାସିକ ଶତକ ସହ ଏକାଧିକ ରେକର୍ଡ ନିଜ ନାମରେ କରିନେଇଛନ୍ତି ବିରାଟ କୋହଲି । ଦିନିକିଆରେ ସର୍ବାଧିକ ଶତକ ସହ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବନିଛନ୍ତି କିଙ୍ଗ୍‌ କୋହଲି । ଅଧିକ ପଢ଼ନ୍ତୁ

Virat Kohli breaks many records
ଏକାଧିକ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ: ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସର୍ବଶ୍ରେଷ୍ଠ ଇନିଂସ ଖେଳିଲେ କିଙ୍ଗ୍‌ କୋହଲି । ମୁମ୍ବାଇରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ବିରାଟ କୋହଲି । ଦିନିକିଆରେ ୫୦ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଦିନିକିଆରେ ସଚିନଙ୍କ ୪୯ ଶତକ ଏବେ ଇତିହାସ । ବର୍ତ୍ତମାନ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ବିରାଟ କୋହଲିଙ୍କ ନାମରେ ରହିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି ଦମଦାର ପାଳି ପରେ ଆହୁରି ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି ବିରାଟ ।

ଦିନିକିଆରେ ସର୍ବାଧିକ ଶତକ: ଆଜି ବିରାଟଙ୍କ ଇନିଂସ ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା । ସେ ୪୯ ଦିନିକିଆ ଶତକ ସହ ଏହି ତାଲିକାର ଶୀର୍ଷରେ ରହିଥିଲେ । ଚଳିତ ବିଶ୍ବକପ୍‌ ଲିଗ୍‌ ପର୍ଯ୍ୟାୟରେ କୋହଲି ଇଡେନ୍‌ ଗାର୍ଡେନ୍ସରେ ୪୯ତମ ଦିନିକିଆ ଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରି ସେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ଆଜି ଏହି ରେକର୍ଡ ଭାଙ୍ଗି ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ୫୦ ଶତକ ହାସଲକାରୀ ହୋଇଛନ୍ତି କିଙ୍ଗ୍‌ କୋହଲି । ଏହା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରର ୮୦ତମ ଶତକ । କ୍ରିକେଟ୍‌ ଇତିହାସରେ ସର୍ବାଧିକ ଶତକ ଏବେ ମଧ୍ୟ ସଚିନଙ୍କ ନାମରେ ରହିଛି । ସେ ୧୦୦ ଶତକ ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି ।

Virat Kohli's 701 runs is now the highest run total in a single Men's Cricket World Cup 🌟

Read more about Kohli's record-breaking innings at #CWC23 👉 https://t.co/gBu1ieGMzj pic.twitter.com/r6LeDOAtWn

— ICC Cricket World Cup (@cricketworldcup) November 15, 2023

ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ସର୍ବାଧିକ ସ୍କୋର: ମହାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ଆଉ ଏକ ବିଶ୍ବକପ୍‌ ରେକର୍ଡ ମଧ୍ୟ ଆଜି ଭାଙ୍ଗିଛି । ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ କ୍ରିକେଟର ବନିଛନ୍ତି ବିରାଟ । ଆଜିର ଶତକୀୟ ପାଳି ପରେ ଚଳିତ ବିଶ୍ବକପରେ ୧୦ଟି ମ୍ୟାଚ୍‌ ଖେଳି ବିରାଟ ୭୧୧ ରନ କରିଛନ୍ତି । ସଚିନ ତେନ୍ଦୁଲକର ୨୦୦୩ରେ ୬୭୩ ରନ୍‌ କରି ଏହି ରେକର୍ଡ ନିଜ ନାମରେ ରଖିଥିଲେ । ୨୦ ବର୍ଷ ହେଲା ସଚିନଙ୍କ ଏହି ରେକର୍ଡ କେହି ଭାଙ୍ଗି ନଥିଲେ । ୨୦୧୯ରେ ରୋହିତ ଶର୍ମା ଏହାର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସେମିରେ ହାରିବା ସହ ରୋହିତ ୬୪୮ ରନରେ ଅଟକି ଯାଇଥିଲେ । ଆଜି ବିରାଟ ଐତିହାସିକ ଶତକ ସହ ସଚିନଙ୍କ ଏହି ରେକର୍ଡକୁ ପଛରେ ପକାଇଛନ୍ତି । ବିରାଟ ୭୧୧ ରନ ସହ ଏହି ସୂଚୀର ଶୀର୍ଷରେ ରହିଥିବାବେଳେ ଦ୍ବିତୀୟରେ ରହିଛନ୍ତି ୬୭୩ ସହ ରହିଛନ୍ତି ସଚିନ । ଏହା ପଛକୁ ମାଥ୍ୟୁ ହେଡେନ(୬୫୯), ରୋହିତ ଶର୍ମା (୬୪୮) ଓ ଡେଭିଡ ୱାର୍ଣ୍ଣର (୬୪୭) ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ, ଦିନିକିଆରେ କୋହଲିଙ୍କ ୫୦ତମ ଶତକ

ଗୋଟିଏ ସଂସ୍କରଣରେ ସର୍ବାଧିକ ୫୦+ ସ୍କୋର: ଆଜିର ଶତକୀୟ ପାଳି ପରେ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ୫୦+ ସ୍କୋର ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି ବିରାଟ । ଏହା ପୂର୍ବରୁ ସଚିନ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ୭ ଥର ୫୦ରୁ ଅଧିକ ରନ୍‌ କରିଥିଲେ । ବିରାଟ ଚଳିତ ବିଶ୍ବକପ୍‌ରେ ୮ ଥର ୫୦ରୁ ଅଧିକ ରନ କରିସାରିଲେଣି । ଏହି ଦୁଇ ଜଣଙ୍କ ବ୍ୟତୀତ ୨୦୧୯ ବିଶ୍ବକପ୍‌ରେ ବାଂଲାଦେଶର ଶାକିବ ଅଲ୍‌ ହାସନ ୭ ଥର, ରୋହିତ ଶର୍ମା ୬ ଥର ଓ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ୬ ଥର ୫୦ କିମ୍ବା ଏହାଠାରୁ ଅଧିକ ରନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ସେମିରେ ପୁଣି ଚମକିଲେ ଟପ୍‌ ଅର୍ଡର, ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌

ପଣ୍ଟିଂଙ୍କ ଦିନିକିଆ ରେକର୍ଡ ଭାଙ୍ଗିଲେ କୋହଲି: ଆଜିର ଐତିହାସିକ ପାଳି ଖେଳି କୋହଲି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କ ଦିନିକିଆ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଦିନିକିଆରେ ପଣ୍ଟିଂ ୧୩,୭୦୪ ରନ କରିଥିଲେ । ଆଜି ମ୍ୟାଚ୍‌ ପୂର୍ବରୁ ପଣ୍ଟିଂଙ୍କୁ ଅତିକ୍ରମ କରିବା ପାଇଁ ବିରାଟଙ୍କୁ ମାତ୍ର ୨୮ ରନ ଦରକାର ଥିଲା । ଆଜି ବିରାଟ ୧୧୭ ରନର ଇନିଂସ ଖେଳିଛନ୍ତି । ଏବେ ବିରାଟଙ୍କ ଉପରେ ୧୪,୨୩୪ ଦିନିକିଆ ରନ୍‌ ସହ ଶ୍ରୀଲଙ୍କାର ଭେଟେରାନ କ୍ରିକେଟର କୁମାର ସାଙ୍ଗାକାରା ଓ ଶୀର୍ଷରେ ମହାନ ସଚିନ ତେନ୍ଦୁଲକର ୧୮,୨୪୬ ରନ୍‌ ସହ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.