ETV Bharat / sports

Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ବୋଲର କିଏ, ତାଲିକାରେ ନାହାନ୍ତି ଜଣେ ବି ଭାରତୀୟ

ବିଶ୍ବକପ୍‌ ୨୦୨୩ ମହାକୁମ୍ଭକୁ ଆଉ ମାତ୍ର ୪ ଦିନ ବାକି । ପ୍ରଶଂସକଙ୍କ ସହ ଦିନ ଗଣିବା ଆରମ୍ଭ କଲେଣି କ୍ରିକେଟର । ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ବୋଲର କିଏ ଜାଣିଛନ୍ତି କି ? ଏହି ତଲିକାରେ ଭାରତର ଜଣେ ବି ବୋଲରଙ୍କ ନାଁ ନଥିବାବେଳେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ୨ ଜଣ ଲେଖାଏଁ ବୋଲର ରହିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 1, 2023, 4:04 PM IST

ଜାଣନ୍ତୁ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ବୋଲର

ହାଇଦ୍ରାବାଦ: ଦିନିକିଆ କ୍ରିକେଟର ମହାକୁମ୍ଭ ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ଆଉ ମାତ୍ର ୪ଟା ଦିନ ବାକି ଅଛି । ଏଥିପାଇଁ କେବଳ କ୍ରିକେଟ ପ୍ରଶଂସକ ନୁହନ୍ତି, ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର କ୍ରିକେଟରମାନେ ମଧ୍ୟ ଏଥିପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଭାରତ ଆୟୋଜନ କରୁଥିବା ବିଶ୍ବକପ୍‌ ଆସନ୍ତା ୫ ତାରିଖରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତାରେ ବିଭିନ୍ନ ଦେଶର ବୋଲରମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥାନ୍ତି । ହେଲେ ଆଜି ଆମେ ଆଲୋଚନା କରିବା ବିଶ୍ବକପ ଇତିହାସର ୫ ଶ୍ରେଷ୍ଠ ବୋଲରଙ୍କ ବିଷୟରେ । ସବୁଠାରୁ ବଡ଼କଥା ହେଉଛି, ଏହି ତାଲିକାରେ ଜଣେ ମଧ୍ୟ ଭାରତୀୟ ବୋଲରଙ୍କ ନାଁ ନାହିଁ, ଯେଉଁଠାରେ କି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ୨ ଜଣ ଲେଖାଏଁ ବୋଲର ଏଥିରେ ନିଜକୁ ଶ୍ରେଷ୍ଠ ବୋଲର ଭାବେ ପ୍ରମାଣିତ କରିପାରିଛନ୍ତି ।

କ୍ରିକେଟ ବିଶ୍ବକପ ଇତିହାସର ୫ ଶ୍ରେଷ୍ଠ ବୋଲର:

(୧) ଗ୍ଲେନ ମ୍ୟାକ୍‌ଗ୍ରା- ବିଶ୍ବକପ୍‌ ଇତିହାସ ଦେଖିଲେ ଶ୍ରେଷ୍ଠ ବୋଲରଙ୍କ ତାଲିକାରେ ପ୍ରଥମ ନାଁ ଆସିବ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଦୃତ ବୋଲର ଗ୍ଲେନ ମ୍ୟାକ୍‌ଗ୍ରା । ସେ ୧୯୯୬ରୁ ୨୦୦୭ ମଧ୍ୟରେ ୩୯ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଛନ୍ତି । ଏହି ସମୟ ମଧ୍ୟରେ ମ୍ୟାକ୍‌ଗ୍ରା ସର୍ବାଧିକ ୪୨ ୱିକେଟ ହାସଲ କରିଛନ୍ତି । ଏହି ସମୟରେ ସେ ୩୨୫.୫ ଓଭର ବୋଲିଂ କରିଥିବା ବେଳେ ମାତ୍ର ୩.୯୬ ହାରରେ ୧,୨୯୨ ରନ ବ୍ୟୟ କରିଛନ୍ତି । ଏହାରି ମଧ୍ୟରେ ସେ ୪୨ ମେଡେନ ଓଭର ମଧ୍ୟ ବୋଲିଂ କରିଛନ୍ତି । କେବଳ ସେତିକି ନୁହେଁ, ସେ ୨ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ଗୋଟିଏ ମ୍ୟାଚ୍‌ରେ ମାତ୍ର ୧୫ ରନ ବ୍ୟୟ କରି ସେ ୭ ୱିକେଟ ହାସଲ କରିଥିଲେ, ଯାହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଭାବେ ବିବେଚିତ କରାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଶ୍ବକପରେ ଇତିହାସ ରଚିଥିଲେ ଏହି ଟପ୍‌ ବ୍ୟାଟର୍ସ, ବୋଲିଂ କରିବାକୁ ଭୟ କରୁଥିଲେ ବୋଲର

(୨) ମୁଥୈୟା ମୂରଲୀଥରନ- ଏହି ତାଲିକାରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥୈୟା ମୁରଲିଥରନ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ମୂରଲୀଥରନ ୪୦ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଥିବାବେଳେ ୩୯ ମ୍ୟାଚ୍‌ରେ ବୋଲିଂ କରିବାର ସୁଯୋଗ ପାଇଛନ୍ତି । ସେ ୩୪୩.୩ ଓଭର ବୋଲିଂ କରି ୩.୮୮ ହାରରେ ୧,୩୩୫ ରନ ଖର୍ଚ୍ଚ କରିଛନ୍ତି । ଏହି କିମ୍ବଦନ୍ତୀ ସ୍ପିନର ୬୮ ବିଶ୍ବକପ୍‌ ୱିକେଟ ହାସଲ କରିଛନ୍ତି । ବିଶ୍ବକପ୍‌ରେ ୧୫ ମେଡେନ ଓଭର ବୋଲିଂ କରିଛନ୍ତି ମୂରଲୀଥରନ । ବିଶ୍ବକପ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୪/୧୯ ।

(୩) ଲସିଥ ମାଲିଙ୍ଗା- ଶ୍ରେଷ୍ଠ ବୋଲର ତାଲିକାର ତୃତୀୟରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଦୃତ ବୋଲର ଲସିଥ ମାଲିଙ୍ଗା । ସେ ୨୦୦୭ରୁ ୨୦୧୯ ମଧ୍ୟରେ ୨୯ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଥିବାବେଳେ ୨୮ ମ୍ୟାଚ୍‌ରେ ବୋଲିଂ କରିବାର ସୁଯୋଗ ପାଇଛନ୍ତି । ବିଶ୍ବକପ୍‌ରେ ମାଲିଙ୍ଗା ୨୩୨.୨ ଓଭର ବୋଲିଂ କରିଥିବାବେଳେ ୫.୫୧ ହାରରେ ୧,୨୮୧ ରନ ଖର୍ଚ୍ଚ କରିଛନ୍ତି ଓ ୫୬ ୱିକେଟ ଅକ୍ତିଆର କରିଛନ୍ତି । ଏହାରି ମଧ୍ୟରେ ସେ ୧୧ ମେଡେନ ଓଭର ବୋଲିଂ କରିଥିବାବେଳେ ଗୋଟିଏ ଥର ୫ ୱିକେଟ ସଫଳତା ମଧ୍ୟ ହାସଲ କରିଛନ୍ତି । ଗୋଟିଏ ମ୍ୟାଚ୍‌ରେ କେବଳ ୩୮ ରନ ଖର୍ଚ୍ଚରେ ସେ ୬ ୱିକେଟ ହାସଲ କରିଥିଲେ, ଯାହା ତାଙ୍କର ବିଶ୍ବକପ୍‌ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଅଟେ ।

(୪) ୱାସିମ୍‌ ଆକ୍ରମ- ପାକିସ୍ତାନର କିମ୍ବଦନ୍ତୀ ଦୃତ ବୋଲର ୱାସିମ ଆକ୍ରମ ଶ୍ରେଷ୍ଠ ବୋଲର ତାଲିକାରେ ଚତୁର୍ଥରେ ଆସିବେ । ୧୯୮୭ରୁ ୨୦୦୩ ମଧ୍ୟରେ ସେ ୩୮ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଥିବାବେଳେ ୩୬ ମ୍ୟାଚ୍‌ରେ ବୋଲିଂ କରିବାର ସୁଯୋଗ ପାଇଥିଲେ । ବୋଲିଂରେ 'ସ୍ବିଙ୍ଗ୍‌ର ସୁଲ୍‌ତାନ୍‌' ଭାବେ ପରିଚିତ ଆକ୍ରମ ବିଶ୍ବକପ୍‌ରେ ୩୨୪.୩ ଓଭର ବୋଲିଂ କରିଥିବାବେଳେ ୪.୦୪ ହାରରେ ୧,୩୧୧ ରନ ବ୍ୟୟ କରିବା ସହିତ ୫୫ ୱିକେଟ ଅକ୍ତିଆର କରିଛନ୍ତି । ସେ ମଧ୍ୟ ବିଶ୍ବକପ୍‌ରେ ଗୋଟିଏ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ବିଶ୍ବକପ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୫/28 ।

ଏହା ମଧ୍ୟ ପଢ଼ନ୍ତୁ...world Cup 2023: ବାଜି ପଲଟାଇ ପାରନ୍ତି ଶ୍ରୀଲଙ୍କାର ଏହି 5 ଖେଳାଳି, ଜାଣନ୍ତୁ କିଏ

(୫) ମିଚେଲ ଷ୍ଟାର୍କ- ଅଷ୍ଟ୍ରେଲିଆର ଭେଟେରାନ ଦୃତ ବୋଲର ମିଚେଲ ଷ୍ଟାର୍କ ଏହି ସୂଚୀର ପଞ୍ଚମ ସ୍ଥାନରେ ଆସିଯାଇଛନ୍ତି । କେବଳ ୨୦୧୫ ଓ ୨୦୧୯ ବିଶ୍ବକପ୍‌ରେ ଭାଗ ନେଇଥିବା ଷ୍ଟାର୍କ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଖୁବଶୀଘ୍ର କିମ୍ବଦନ୍ତୀ ବୋଲରଙ୍କ ତାଲିକାରେ ନିଜକୁ ସାମିଲ କରାଇପାରଛନ୍ତି । ଚଳିତ ବିଶ୍ବକପ୍‌ ୨୦୨୩ ପାଇଁ ମଧ୍ୟ ସେ କଙ୍ଗାରୁ ଦଳର ସଦସ୍ୟ ରହିଛନ୍ତି । ଦିନିକିଆ ବିଶ୍ବକପ୍‌ର ବିଗତ ସଂସ୍କରଣରେ ସେ ମାତ୍ର ୧୮ଟି ମ୍ୟାଚ୍‌ ଖେଳିଥିବାବେଳେ ୪୯ ବହୁମୂଲ୍ୟ ୱିକେଟ ହାସଲ କରିଛନ୍ତି । ୧୫୬.୧ ଓଭରରେ ସେ ୪.୬୪ ହାରରେ ୭୨୬ ରନ ବ୍ୟୟ କରିଛନ୍ତି । ସେ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ୩ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ୬/୨୮ । ଷ୍ଟାର୍କ ଖେଳିଥିବା ଉଭୟ ୨୦୧୫ ଓ ୨୦୧୯ ବିଶ୍ବକପ୍‌ରେ ନିଜେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.