ETV Bharat / sports

Cricket World Cup 2023: ଅଲରାଉଣ୍ଡର ଜାଡେଜା ଭାରତ ପାଇଁ ଏକ ଅସ୍ତ୍ର କହିଲେ ପିଲାଦିନର କୋଚ୍‌

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 3ଦିନ । ଏହାପୂର୍ବରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ନେଇ କଣ କହିଲେ ତାଙ୍କ ପିଲାଦିନ କୋଚ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

author img

By ETV Bharat Odisha Team

Published : Oct 1, 2023, 10:55 AM IST

Cricket world cup 2023
Ravindra jadejas childhood coach interview

ଅହମ୍ମଦାବାଦ: ଅକ୍ଟୋବର 5 ତାରିଖରୁ କ୍ରିକେଟ ବିଶ୍ବକପ ଆରମ୍ଭ ହେବ । 10 ଦଳକୁ ନେଇ ଆରମ୍ଭ ହେବାକୁ ଥିବା କ୍ରିକେଟ ମହାକୁମ୍ଭ ବିଶ୍ବକପକୁ ନେଇ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଭାରତୀୟ କ୍ରିକେଟ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । ଭାରତୀୟ ଦଳର ସ୍ପିନର ବିଶ୍ବକପ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା କରାଯାଉଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉଭୟ ବୋଲିଂ ଓ ବ୍ୟାଟଂରେ ଭଲ ପ୍ରଦର୍ଶନ କରିବେ । ବୋଲିଂ ବ୍ୟତୀତ ବ୍ୟାଟିଂରେ ଜାଡେଜା ତାଙ୍କ ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ଜାଡେଜାଙ୍କ ପିଲାଦିନ କୋଚ ମହେନ୍ଦ୍ର ସିଂହ ଚୌହାନ ଇଟିଭି ଭାରତକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ।

ରବୀନ୍ଦ୍ର ଜାଡେଜାଙ୍କ କୋଚ ମହେନ୍ଦ୍ର ସିଂ ଚୌହାନ କହିଛନ୍ତି,"ଭାରତ ପାଖରେ ଅଲରାଉଣ୍ଡର ଯେପରି ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି । ତେଣୁ ଅନ୍ୟ ଦଳ ତୁଳନାରେ ଭାରତ ପାଖରେ ଏହି ଟୁର୍ଣ୍ଣାମେଣ୍ଟ ଜିତିବାର ଅଧିକ ସମ୍ଭାବନା ରହିଛି । ଏହି ଖେଳାଳିଙ୍କ ପାଖରେ ସ୍ଲୋଗ ଓଭରରେ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରିବାର ଦକ୍ଷତା ରହିଛି ଯାହା ଭାରତର ବ୍ୟାଟିଂ ୟୁନିଟକୁ ମଜଭୁତ୍‌ କରିଥାଏ । ଭାରତ ମୋର ପ୍ରିୟ ଦଳ ଏବଂ ମୁଁ ଆଶା କରୁଛି ଆଗାମୀ ବିଶ୍ବକପ ଭାରତ ହିଁ ଜିତୁ କିନ୍ତୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପାଖରେ ମଧ୍ୟ ଟ୍ରଫି ଜିତିବାର ସମ୍ଭାବାନା ରିହଛି । ଏହାଛଡା ପାକିସ୍ତାନ ମଧ୍ୟ ଏକେ ମଜଭୁତ୍‌ ଦଳ ଭବେ ଉଭା ହୋଇଛି ।"

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପରେ ଟିମ୍ ଇଣ୍ଡିଆର ଯାତ୍ରା, ତୃତୀୟ ଥର ଚମ୍ପିଆନ ହେବା ଲକ୍ଷ୍ୟରେ ଭାରତ

ଜାଡେଜାଙ୍କ ସହ ପ୍ରଥମ ସାକ୍ଷାତକାରକୁ ନେଇ ତାଙ୍କ କୋଚ ଆହୁରି କହିଛନ୍ତି, "ସ୍ପିନ ଅଲରାଉଣ୍ଡର ପ୍ରଥମେ ପେସ୍ ବୋଲର ହେବାକୁ ଚାହୁଁଥିଲେ । ସେ ଯେତେବେଳେ 8 ବର୍ଷର ଥିଲେ ମୁଁ ତାଙ୍କୁ ପ୍ରଥମେ ଭେଟଥିଲି । ସେ ତାଙ୍କ ବାପାମାଆଙ୍କ ସହ ଆସିଥିଲେ । ସେବେଠୁ କ୍ରିକେଟ ପ୍ରତି ତାଙ୍କର ରୁଚି ରହିଥିଲା । ପ୍ରଥମରୁ ସେ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ ମାତ୍ର ପରବର୍ତ୍ତୀ ସମୟରେ ସ୍ପିନ ବୋଲିଂ ଓ ବ୍ୟାଟିଂ ଉପରେ ଫୋକସ କରିଥିଲେ । ତାଙ୍କର କମ ଉଚ୍ଚତା ପାଇଁ ଅଧିକ ସହୟାକ ହୋଇଥିଲା । ଏବେ ଜାଡେଜା ଜଣେ ନମ୍ବର ୱାନ ଅଲରାଉଣ୍ଡର ଭାବେ ଜଣାଶୁଣା ।"

ଜାଡେଜାଙ୍କ ଖେଳକୁ ନେଇ ତାଙ୍କ କୋଚ କହିଛନ୍ତି, "ମୈଦାନରେ ତାଙ୍କର ସକ୍ରିୟତା ତାଙ୍କୁ ସବୁଠୁ ଅଲଗା କରିଛି । ସେ ଜଣେ ଷ୍ଟାର ଫ୍ଲେୟାର ହୋଇଛନ୍ତି । ସେ ଭାରତ ପାଇଁ ଅନେକ ମ୍ୟାଚ ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହାଛଡା ୱିକେଟରେ ହିଟ କରିବାର କୌଶଳରେ ସେ ମାହିର । ମୁଁ ଟିଭିରେ ତାଙ୍କର ମ୍ୟାଚ ଦେଖେନାହିଁ । ମୁଁ ଲୋକଙ୍କ ପାଖରୁ ତାଙ୍କ ପ୍ରଦର୍ଶନ ଶୁଣିବାକୁ ଚାହେଁ । ଯେବେ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଥା ମୁଁ ଶୁଣେ ମୁଁ ନିରାଶ ହୋଇଯାଏ । ରବିନ୍ଦ୍ର ଜଣେ ଗନ ଫିଲ଼୍ଡର ଏଥିରେ କୌଣସି ସନ୍ଦେହ ନାହିଁ । ସେ ତାଙ୍କ ବୋଲିଂରେ ଯଥେଷ୍ଟ ସୁଧାର ଆଣିଛନ୍ତି । ତାଙ୍କ ପାଖରେ ହାର୍ଡ ହିଟିଙ୍ଗ ଏବଂ ପ୍ରଭାବଶାଳୀ ଷ୍ଟ୍ରାଇକ ରେଟରେ ସ୍କୋର କରିବାର ଦକ୍ଷତା ରହିଛି ସେ ଭାରତୀୟ ଦଳ ପାଇଁ ଏକ ଅସ୍ତ୍ର ।"

ଏହା ବି ପଢନ୍ତୁ...World Cup 2023 : ବ୍ଲେଜ ଓ ଟୋଙ୍କ୍‌ ICC କ୍ରିକେଟ ବିଶ୍ବକପ ମାସ୍କଟ

ସର୍ବଶେଷରେ ଜାଡେଜାଙ୍କ କୋଚ କହିଛନ୍ତି, "ଜାଡେଜାଙ୍କ ଖେଳ ସହିତ ସେ ଯେଉଁ ଭଳି ଭାବେ ଆଗକୁ ବଢୁଛନ୍ତି ତାହାକୁ ଦେଖି ତାଙ୍କୁ କୌଣସି ପରାମର୍ଶର ଆବଶ୍ୟକତା ନାହିଁ । ତାଙ୍କୁ ବିଶ୍ବକପ ଜିତାଇବାକୁ ହେବ । ରବୀନ୍ଦ୍ରଙ୍କୁ କୌଣସି ପରାମର୍ଶର ଆବଶ୍ୟକତା ନାହିଁ । ମୁଁ କେବଳ ଏତିକି ଚାହୁଁଛି କି ସେ ବିଶ୍ବକପ ଜିତନ୍ତୁ । ମୁଁ ଫୋନରେ ତାଙ୍କ ସହ କଥା ହୁଏ । ସେ ସ୍ଥାନୀୟ କ୍ରିକେଟରଙ୍କ ବିଷୟରେ ମୋତେ ପଚାରନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.