ETV Bharat / sports

Cricket World Cup 2023: ପାକିସ୍ତାନ ବିପକ୍ଷରେ ଦମଦାର ଶତକ ସହ ସଚିନଙ୍କ ରେକର୍ଡ ଭାଙ୍ଗିଲେ ରଚିନ

author img

By ETV Bharat Odisha Team

Published : Nov 4, 2023, 10:18 PM IST

ବିଶ୍ବକପ୍‌ ୨୦୨୩ରେ ଦମଦାର ପ୍ରଦର୍ଶନ ଜାରି ରଖିଥିବା ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ର ପାକିସ୍ତାନ ବିପକ୍ଷରେ ଦମଦାର ଶତକ ହାସଲ କରି ତାଙ୍କ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୫ ବର୍ଷରୁ କମ ବୟସରେ ବିଶ୍ବକପ୍‌ରେ ୩ଟି ଶତକ ହାସଲ କରି ଏହି ରେକର୍ଡ କରିଛନ୍ତି ରଚିନ । ଅଧିକ ପଢ଼ନ୍ତୁ

ସଚିନଙ୍କ ରେକର୍ଡ ଭାଙ୍ଗିଲେ ରଚିନ
ସଚିନଙ୍କ ରେକର୍ଡ ଭାଙ୍ଗିଲେ ରଚିନ

ବେଙ୍ଗାଲୁରୁ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜି (ଶୁକ୍ରବାର) ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ଶତକ ହାସଲ କରିଥିଲେ ରଚିନ । ସେ ୯୪ ବଲ୍‌ ଖେଳି ୧୫ ଚୌକା ଓ ଗୋଟିଏ ଛକା ବଳରେ ୧୦୮ ରନ୍‌ର ଦମଦାର ପାଳି ଖେଳିଥିଲେ । ଚଳିତ ବିଶ୍ବକପ୍‌ରେ ଏହା ତାଙ୍କର ତୃତୀୟ ଶତକ ଥିଲା । ଏହି ଶତକ ସହ ରଚିନ ତାଙ୍କର ଆଦର୍ଶ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷର ଏକ ରେକର୍ଡକୁ ପଛରେ ପକାଇଛନ୍ତି ।

  • " class="align-text-top noRightClick twitterSection" data="">

ସଚିନଙ୍କ ରେକର୍ଡ ଭାଙ୍ଗିଲେ ରଚିନ: ୨୫ ବର୍ଷ ବୟସରେ ପଦାର୍ପଣ କରିବା ପୂର୍ବରୁ ବିଶ୍ବକପ୍‌ରେ ୩ଟି ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି ରଚିନ । ଏବେ ତାଙ୍କୁ ୨୩ ବର୍ଷ ବୟସ ହୋଇଛି । ଏହା ପୂର୍ବରୁ ୧୯୯୬ ବିଶ୍ବକପ୍‌ରେ ସଚିନ ତେନ୍ଦୁଲକର ୨ଟି ଶତକ ହାସଲ କରିଥିଲେ । ୨୫ ବର୍ଷରେ ପଦାର୍ପଣ କରିବା ପୂର୍ବରୁ କୌଣସି କ୍ରିକେଟର ବିଶ୍ବକପ୍‌ରେ ୨ଟି ଶତକ ହାସଲ କରିବା ଏପର୍ଯ୍ୟନ୍ତ ବିଶ୍ବକପ୍‌ ଇତିହାସରେ ରେକର୍ଡ ହୋଇରହିଥିଲା । ଏହି ବିଶ୍ବକପ୍‌ରେ କେନିୟା ଓ ଶ୍ରୀଲଙ୍କା ବିପକ୍ଷରେ ଯଥାକ୍ରମେ ୧୨୭ ଓ ୧୩୭ ରନ୍ କରିଥିଲେ ସଚିନ । ହେଲେ ୨୫ ବର୍ଷରୁ କମ ବର୍ଷ ବୟସରେ ୩ଟି ଶତକ ହାସଲ କରି ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ରଚିନ ରବୀନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର, ପାକିସ୍ତାନ ଆଗରେ ବିଶାଳ ୪୦୨ ରନ୍‌ ଟାର୍ଗେଟ୍‌

ସଚିନ୍‌ଙ୍କ ଏହି ରେକର୍ଡ ବିପଦରେ: ଏହି ରେକର୍ଡ ସହିତ ସଚିନଙ୍କ ଆଉ ଏକ ରେକର୍ଡର ସମକ୍ଷକ ହୋଇଯାଇଛନ୍ତି ରଚିନ ରବୀନ୍ଦ୍ର । ୨୫ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଥିଲା । ଏବେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି ରଚିନ । ୧୯୯୬ ବିଶ୍ବକପ୍‌ରେ ୫୨୩ ରନ୍ କରିଥିଲେ ସଚିନ । ୨୩ ବର୍ଷୀୟ ରଚିନ ଚଳିତ ବିଶ୍ବକପ୍‌ରେ ଏହାରି ଭିତରେ ୫୨୩ ରନ୍ କରିସାରିଲେଣି । ଆଗକୁ ନ୍ୟୁଜିଲାଣ୍ଡ ଆହୁରି ଗୋଟିଏ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ତେଣୁ ସଚିନଙ୍କ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରଚିନଙ୍କ ପାଖରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ନ୍ୟୁଜିଲାଣ୍ଡ ପାଇଁ କାଳ ସାଜିଲା ବର୍ଷା, DLS ମେଥଡ୍‌ରେ ପାକିସ୍ତାନ ବିଜୟୀ

ତେବେ ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରଚିନ ରବୀନ୍ଦ୍ରଙ୍କ ଦମଦାର ଶତକ ଓ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ୯୫ ରନର ଧୂଆଁଧାର ପାଳି ବଳରେ ୪୦୧ ରନର ବିଶାଳ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ହେଲେ କିୱି ବୋଲର ଏତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ଫଳରେ ପାକିସ୍ତାନ ପକ୍ଷରୁ ଫଖର ଜମାନଙ୍କ ବିସ୍ଫୋରକ ଶତକ ବଳରେ ଡିଏଲ୍‌ଏସ୍‌ ମେଥଡ୍‌ରେ ୨୧ ରନରେ ଏହି ମ୍ୟାଚ୍‌ ଜିତି ନେଇଛି ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.