ETV Bharat / sports

Cricket World Cup 2023: ବିଶ୍ବକପ୍‌ ଜିତିବାକୁ ଭାରତ ଦୃଢ଼ ପ୍ରତିଦ୍ବନ୍ଦ୍ବୀ କହିଲେ ପୂର୍ବତନ ପେସର୍‌ ପଙ୍କଜ୍‌ ସିଂହ

author img

By ETV Bharat Odisha Team

Published : Oct 7, 2023, 9:00 AM IST

ବିଶ୍ବକପ୍‌ ୨୦୨୩ ମହାଲଢ଼େଇରେ ଚମ୍ପିଆନ୍‌ ହେବାକୁ ଭାରତ ଏକ ଦୃଢ଼ ପ୍ରତିଦ୍ବନ୍ଦ୍ବୀ ବୋଲି କହିଲେ ପୂର୍ବତନ ଭାରତୀୟ ପେସର୍‌ ପଙ୍କଜ୍‌ ସିଂହ । କେଉଁ କେଉଁ ଖେଳାଳି ଭାରତ ପାଇଁ କି-ପ୍ଲେୟର ସାବ୍ୟସ୍ତ ହେବେ ଓ କେଉଁ କେଉଁ ଦଳ ସେମିଫାଇନାଲ୍‌ ଖେଳିବେ, ସେନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି ପଙ୍କଜ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ଜିତିବାକୁ ଭାରତ ଦୃଢ଼ ପ୍ରତିଦ୍ବନ୍ଦ୍ବୀ କହିଲେ ପଙ୍କଜ୍‌ ସିଂହ

ଜୟପୁର: ଆରମ୍ଭ ହୋଇଯାଇଛି ବିଶ୍ବକପ୍‌ ୨୦୨୩ ମହାଲଢ଼େଇ । ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ଦ୍ବିତୀୟ ମ୍ୟାଚ୍‌ରେ ଶୁକ୍ରବାର ପାକିସ୍ତାନ ବିଜୟର ସହ ଆରମ୍ଭ କରିଛନ୍ତି ବିଶ୍ବକପ୍‌ ଅଭିଯାନ । ତେବେ ଭାରତ ଏହାର ପ୍ରଥମ ମୁକାବିଲା ଶକ୍ତିଶାଳୀ କଙ୍ଗାରୁ ଦଳ ବିପକ୍ଷରେ ରବିବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆରମ୍ଭ କରିବ । ଏହା ପୂର୍ବରୁ ଅନେକ ପୂର୍ବତନ କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞ ଏଥର ବିଶ୍ବକପ୍‌ ଚମ୍ପିଆନ୍‌ ପାଇଁ ଭାରତକୁ ସେମାନଙ୍କର ପ୍ରଥମ ପସନ୍ଦ ଭାବେ ରଖିଛନ୍ତି । ଏହି ତାଲିକାରେ ପୂର୍ବତନ ଭାରତୀୟ ଦୃତ ବୋଲର ପଙ୍କଜ ସିଂହ ମଧ୍ୟ ସାମିଲ ହୋଇଛନ୍ତି । ଏଥର ଭାରତୀୟ ଦଳରେ ରହିଥିବା କି-ଅଲରାଉଣ୍ଡରମାନଙ୍କ ପ୍ରଦର୍ଶନ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଆକଳନ କରିଛନ୍ତି ।

ସେ କହିଛନ୍ତି, "ପୂର୍ବ (୨୦୧୯) ବିଶ୍ବକପ୍‌ ତୁଳନାରେ ଏଥର ଭାରତର ବ୍ୟାଟିଂ ଅର୍ଡର ଯଥେଷ୍ଟ ସନ୍ତୁଳିତ ଥିବା ଜଣାପଡୁଛି । ଗତଥର ଚତୁର୍ଥ ସ୍ଥାନରେ ଖେଳିବାକୁ ଭାରତ ପାଖରେ ଉପଯୁକ୍ତ ବ୍ୟାଟର ନଥିବାବେଳେ ଏଥର ସେହି ସମସ୍ୟା ନାହିଁ । ଶ୍ରେୟସ୍ ଆୟର ଏବଂ କେଏଲ୍‌ ରାହୁଲ ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିପାରିବେ । ଏଥର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି । ଟିମ୍ ଇଣ୍ଡିଆ ନିକଟରେ ଏସିଆ କପ୍‌ ଜିତିଛି ଏବଂ ଏହାପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।" ଏହା ଦଳକୁ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ ବିଶ୍ବସ ରଖିଛନ୍ତି । ଏପରିକି ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ ପାଇଁ ଉଭୟ ଈଶାନ କିଷାନ ଓ ଶୁଭମନ ଗିଲ୍‌ ନିଜ ନିଜକୁ ପ୍ରମାଣିତ କରିସାରିଛନ୍ତି ବୋଲି ସେ କହିଛନ୍ତି । ସେହିଭଳି ମିଡିଲ୍‌-ଅର୍ଡରରେ ଧୂଆଁଧାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତି ଦଳକୁ ଉପଯୁକ୍ତ ଶକ୍ତି ଯୋଗାଇବ । ଡେଥ୍‌ ଓଭରରେ ଦୃତ ଗତିରେ ରନ୍‌ ବନାଇବାର କଳା କଠିନ ପରିସ୍ଥିତିରୁ ଦଳକୁ ମୁକୁଳାଇ ପାରିବ ବୋଲି ପଙ୍କଜ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଧୋନୀଙ୍କ ପିଲାଦିନର କୋଚ୍‌ କହିଲେ ଫାଇନାଲ୍‌ ଖେଳିବେ ଭାରତ ଓ ଇଂଲଣ୍ଡ

ଭାରତର ବୋଲିଂ -ଆଟାକ୍‌ ନେଇ ସେ କହିଛନ୍ତି, "ଦଳରେ ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମ୍‌ରାଙ୍କ ଭଳି ବିଶ୍ବର ଶ୍ରେଷ୍ଠ ବୋଲର ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଆମର ଜଣେ ଦକ୍ଷ ଅଲରାଉଣ୍ଡର ମଧ୍ୟ ଅଛନ୍ତି । ଯିଏ ଘଣ୍ଟାପ୍ରତି ୧୪୦ କିମିରୁ ଅଧିକ ବେଗରେ କ୍ରମାଗତ ଭାବରେ ବୋଲିଂ କରିପାରିବେ । କୌଣସି ଖେଳାଳି ଆହତ ହେଲେ ଡ୍ରେସିଂ ରୁମରେ ଶାର୍ଦ୍ଦୁଲ ଠାକୁରଙ୍କ ଉପସ୍ଥିତି ତାହାକୁ ପୂରଣ କରିବ । ସ୍ପିନ୍‌ ବିଭାଗକୁ ରବିନ୍ଦ୍ର ଜାଡେଜାଙ୍କ ଉପସ୍ଥିତି ଶକ୍ତିଶାଳୀ କରିବ । ଏଥି ସହିତ ଭାରତରେ କ୍ରମାଗତ ଭଲ ପ୍ରଦର୍ଶନ କରୁଥିବା କୁଲଦୀପ ଯାଦବ ସବୁବେଳେ ଦଳକୁ ସଫଳତା ପ୍ରଦାନ କରିବାରେ ସହାୟକ ହେବେ ।" ଅକ୍ଷରଙ୍କ ଆହତ କାରଣରୁ ଦଳରେ ସ୍ଥାନ ପାଇଥିବା ଅଶ୍ବିନ ମଧ୍ୟ ଦଳର ସ୍ପିନ୍‌ ବିଭାଗକୁ ଆହୁରି ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି । ତଥାପି ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍ ପାଇଁ ଖେଳିବାକୁ ଯାଉଥିବା ଚୂଡ଼ାନ୍ତ ଏକାଦଶରେ ୩ ଜଣ ସ୍ପିନର ରହିବା ଭାରତ ପାଇଁ ଅନୁକୂଳ ହେବନି ବୋଲି ସେ ଅନୁଭବ କରିଛନ୍ତି ।

ଚାଲିଥିବା ବିଶ୍ବକପ୍‌ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ବୋଲି ପଙ୍କଜ ସିଂହ କହିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ସମେତ ୫ ଥର ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ, ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଏବଂ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ତେବେ ପାକିସ୍ତାନର ବୋଲିଂ ବିଭାଗ ବହୁତ ଶକ୍ତିଶାଳୀ ଏବଂ ଉପ-ମହାଦେଶୀୟ ପରିସ୍ଥିତିରୁ ସେମାନେ ମଧ୍ୟ ଭଲ ଲାଭ ପାଇବେ ବୋଲି ପୂର୍ବତନ ଭାରତୀୟ ଦୃତ ବୋଲର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.