ETV Bharat / sports

Cricket World Cup 2023: ପାକିସ୍ତାନ ପାଇଁ କଣ ରହିଛି ଚ୍ୟାଲେଞ୍ଜ ? ବାବରଙ୍କ ସହ ଏହି ଖେଳାଳିଙ୍କ ଉପରେ ରହିବ ନଜର

author img

By ETV Bharat Odisha Team

Published : Oct 4, 2023, 8:39 PM IST

ବିଶ୍ବକପ୍‌ ୨୦୨୩ରେ ବିପକ୍ଷ ଦଳକୁ କଡ଼ା ଟକ୍କର ଦେବାପାଇଁ ପାକିସ୍ତାନ ପ୍ରସ୍ତୁତ କରିଛି ଜୋରଦାର ରଣନୀତି । ହେଲେ ଦଳ ପାଇଁ ମଧ୍ୟ ରହିଛି ଅନେକ ଚ୍ୟାଲେଞ୍ଜ । ଜାଣନ୍ତୁ ବାବରଙ୍କ ଦଳରେ କଣ ରହିଛି ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ । ଅଧିକ ପଢ଼ନ୍ତୁ

ପାକିସ୍ତାନ ପାଇଁ କଣ ରହିଛି ଚ୍ୟାଲେଞ୍ଜ ?
ପାକିସ୍ତାନ ପାଇଁ କଣ ରହିଛି ଚ୍ୟାଲେଞ୍ଜ ?

ହାଇଦ୍ରାବାଦ: ବିଶ୍ବ କ୍ରିକେଟ୍‌ରେ ପାକିସ୍ତାନ ଦଳ ନିଜର ଘାତକ ବୋଲିଂ ଆକ୍ରମଣ ପାଇଁ ସବୁବେଳେ ସ୍ବତନ୍ତ୍ର । ଅତୀତରେ ୱାସିମ ଆକ୍ରମ, ୱାକର ୟୁନିସ ଓ ସୋଏବ ଅଖତରଙ୍କ ଭଳି କିମ୍ବଦନ୍ତୀ ପେସର ଦଳକୁ ଅନେକ ମ୍ୟାଚ୍‌ ଜିତାଇବାରେ ସଫଳ ହୋଇଛନ୍ତି । ଏପରିକି ଏଥର ବିଶ୍ବକପ୍‌ରେ ମଧ୍ୟ ଦଳର ବୋଲିଂ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ଯାଉଛି । କେବଳ ୧୯୯୨ ବିଶ୍ବକପ୍‌ରେ ଟାଇଟଲ ହାସଲ କରିଥିବା ପାକିସ୍ତାନୀ ଦଳ ଏପର୍ଯ୍ୟନ୍ତ ଦ୍ବିତୀୟ ଟାଇଟଲ ହାସଲ କରିବାରେ ସଫଳ ହୋଇପାରିନାହିଁ । ତେବେ ବାବର ଆଜମଙ୍କ ନେତୃତ୍ବରେ ନେଦରଲାଣ୍ଡ୍ସ ବିପକ୍ଷରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅକ୍ଟୋବର ୬ରେ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିବ ଦଳ । ୨୦୦୯ ଟି୨୦ ବିଶ୍ବକପ୍‌ ଓ ୨୦୧୭ ଚମ୍ପିଆନ୍ସ ଟ୍ରଫି ହାତେଇଥିବା 'ମେନ୍‌ ଇନ୍‌ ଗ୍ରୀନ୍‌' ଦ୍ବିତୀୟ ଦିନିକିଆ ବିଶ୍ବକପ୍‌ ଟ୍ରଫି ହାସଲ କରିବା ପାଇଁ ମଧ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ତେବେ ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ ।

ସାମର୍ଥ୍ୟ:

(୧) ଘାତକ ପେସ୍‌ ବୋଲିଂ ଆଟାକ୍‌- ପାକିସ୍ତାନର ପେସ ବିଭାଗରେ ଘାତକ ବୋଲର ହାରିସ୍ ରୌଫ ଏବଂ ବାମହାତି ପେସର ଶାହୀନ ଶାହା ଆଫ୍ରିଦିଙ୍କ ଭଳି ବୋଲର ଅଛନ୍ତି । ଆଫ୍ରିଦିଙ୍କର ଉଭୟ ପାର୍ଶ୍ବରେ ସ୍ବିଙ୍ଗ୍‌ ଡେଲିଭରି କରି ପାୱାର୍ ପ୍ଲେରେ ହଇଚଇ ସୃଷ୍ଟି କରିବାର କ୍ଷମତା ଥିବାବେଳେ ହାରିସ୍ ତାଙ୍କର ବିସ୍ଫୋରକ ଗତି ସହିତ ବିପକ୍ଷ ଦଳର ବ୍ୟାଟରଙ୍କ ପାଇଁ ଘାତକ ହୋଇପାରନ୍ତି । ଏପର୍ଯ୍ୟନ୍ତ ୪୪ଟି ମ୍ୟାଚ୍‌ରୁ ଶାହୀନ୍‌ ୮୬ ବହୁମୂଲ୍ୟ ୱିକେଟ୍ ହାସଲ କରିଛନ୍ତି । ସେହିଭଳି ୨୮ ଦିନିକିଆ ମ୍ୟାଚ୍‌ରୁ ୫୩ ୱିକେଟ୍‌ ହାସଲ କରିଛନ୍ତି ହାରିସ ରୌଫ । ଉଭୟ ବୋଲର ଦଳର ବୋଲିଂ ଆଟାକ୍‌କୁ ଶକ୍ତିଶାଳି କରିଛନ୍ତି ।

(୨) ବାବରଙ୍କ ବ୍ୟାଟିଂ ରେକର୍ଡ- ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜ୍‌ୱାନଙ୍କ ପରି ବ୍ୟାଟର ଦଳର ବ୍ୟାଟିଂ ଲାଇନ-ଅପ୍‌କୁ ସୁସଂଗଠିତ କରି ରଖିଛନ୍ତି । ଏମାନଙ୍କ ବ୍ୟତୀତ ଫଖର ଜମାନ ମଧ୍ୟ ଦଳକୁ ଯେକୌଣସି ଚାପ ପରିସ୍ଥିତିରୁ ମୁକୁଳାଇବାକୁ ସକ୍ଷମ ଅଟନ୍ତି । ବାବର ଏପର୍ଯ୍ୟନ୍ତ ଦିନିକିଆରେ ୫୮.୧୬ ହାରରେ ୫୪୦୯ ରନ ସଂଗ୍ରହ କରିଛନ୍ତି, ଯାହା ତାଙ୍କୁ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟରମାନଙ୍କ ମଧ୍ୟରେ ସ୍ଥାନ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଦକ୍ଷିଣ ଆଫ୍ରିକା ପାଖରେ ଅଛି କଳଙ୍କ ଲିଭାଇବାକୁ ସୁଯୋଗ, ଜାଣନ୍ତୁ ଦଳର ସାମର୍ଥ୍ୟ ଓ ଦୁର୍ବଳତା

ଦୁର୍ବଳତା:

(୧) ନସୀମ ଶାହଙ୍କ ଅନୁପସ୍ଥିତି- ଆହତ କାରଣରୁ ଦଳରୁ ବାଦ ପଡ଼ିଥିବା ପେସର ନସୀମ ଶାହଙ୍କ ଅନୁପସ୍ଥିତି ଦଳର ପ୍ରଦର୍ଶନକୁ ପ୍ରଭାବିତ କରିପାରେ । ନସୀମଙ୍କ ନାମରେ କେବଳ ୧୪ ପାଳିରୁ ୩୨ ୱିକେଟ ବାହାର କରିଥିବା ଭଳି ଭୟଙ୍କର ରେକର୍ଡ ରହିଛି । ଅନ୍ୟପଟେ ଦଳର ଉପଅଧିନାୟକ ଶଦାବ ଖାନ ଦଳ ପାଇଁ ପ୍ରମୁଖ ସ୍ପିନର ଭାବେ ଓହ୍ଲାଇବେ । ହେଲେ ତାଙ୍କର ବ୍ୟୟ ବହୁଳ ଇକୋନୋମି ଦଳ ପାଇଁ ଚିନ୍ତାର ବିଷୟ ପାଲଟିପାରେ । ଦଳ ପାଖରେ ବାମହାତି ସ୍ପିନର ମହମ୍ମଦ ନୱାଜ ରହିଥିଲେ ମଧ୍ୟ ତାଙ୍କର ୱିକେଟ ଦଖଲ କ୍ଷମତା ବହୁତ କମ ।

(୨) ଅଧିକ ଟାର୍ଗେଟ୍‌ର ପିଛା କରିବାରେ ବିଫଳ- ପାକିସ୍ତାନ ପାଇଁ ଆଉ ଏକ ସଙ୍କଟ ପରିସ୍ଥିତି ହେଉଛି ଯେତେବେଳେ ସେମାନଙ୍କ ବ୍ୟାଟିଂ ବିଭାଗ ଆଗରେ ଏକ ବଡ଼ ଲକ୍ଷ୍ୟ ରଖାଯାଏ, ଏଭଳି ପରିସ୍ଥିତିରେ ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯିବାର ଦେଖାଯାଉଛି । ନିକଟରେ ଶେଷ ହୋଇଥିବା ଏସିଆ କପରେ ଭାରତ ବିପକ୍ଷରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ୩୫୭ ରନର ପିଛା କରୁଥିବା ପାକିସ୍ତାନ କେବଳ ୧୨୮ ରନରେ ସୀମିତ ରହିଯାଇଥିଲା । ସେହିଭଳି ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଉପରେ ଅତ୍ୟଧିକ ନିର୍ଭର କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ସୁଯୋଗ: କ୍ୟାରିୟରର ପ୍ରଥମ ବିଶ୍ବକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଦଳର ଡାହାଣହାତି ମିଡିୟମ ପେସର୍‌ ମହମ୍ମଦ ୱାସିମ୍‌ ଦଳ ପାଇଁ କି-ବୋଲର ହୋଇପାରିବେ । ସେ ଏପର୍ଯ୍ୟନ୍ତ କେବଳ ୧୬ଟି ଦିନିକିଆ ଖେଳିଥିବାବେଳେ ଏଥର ବିଶ୍ବକପ୍‌ରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ତେଣୁ ୱାସିମଙ୍କ ପାଇଁ ଏହି ସୁଯୋଗକୁ ହାତେଇବା ଗୁରୁତ୍ବପୂର୍ଣ୍ଣ ହେବ ।

ଏହା ମଧ୍ଯ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

ଆହ୍ବାନ: ଆକ୍ରମଣକାରୀ ଆଭିମୁଖ୍ୟ ସହିତ ଖେଳିବାକୁ ପସନ୍ଦ କରୁଥିବା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦଳ ପାକିସ୍ତାନ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରନ୍ତି । କାରଣ ସେମାନେ ଏଭଳି ବୋଲିଂ ୟୁନିଟ୍‌ ବିପକ୍ଷରେ ବଡ଼ ସ୍କୋର ଛିଡ଼ା କରିପାରିବେ । ପାକିସ୍ତାନୀ ଦଳ ଏଭଳି ପରିସ୍ଥିତିରେ ଦୁର୍ବଳ ହୋଇପାରେ । ଭାରତୀୟ ପିଚ୍‌ରୁ ମଧ୍ୟ ବ୍ୟାଟରଙ୍କୁ ଅଧିକ ସହାୟତା ମିଳୁଥିବାରୁ ଏହା ପାକିସ୍ତାନ ଭଳି ବୋଲିଂ ପ୍ରମୁଖ ଦଳ ପାଇଁ ଏକ ବଡ଼ ଆହ୍ବାନ ହୋଇପାରେ । ଯଦି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଶାହୀନ୍‌ ଆଫ୍ରିଦି କିମ୍ବା ହରିସ୍ ରୌଫ ଆହତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଏହା ପାକିସ୍ତାନର ବୋଲିଂ ବିଭାଗକୁ ବହୁ ମାତ୍ରାରେ ଦୁର୍ବଳ କରିପାରେ । ତେଣୁ ନସୀମ ଶାହଙ୍କ ଭଳି ଜଣେ ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ସହ ଖେଳିବାକୁ ଯାଉଥିବା ପାକିସ୍ତାନ ଅନ୍ୟ କୌଣସି ବୋଲରଙ୍କ ଆହତଜନିତ ସମସ୍ୟା ପ୍ରତି ସଚେତନ ରହିବା ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.