ETV Bharat / sports

World cup 2023: ଆଜି ନ୍ୟୁଜିଲାଣ୍ଡ-ବାଂଲାଦେଶ ଭେଟ, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ କେନ ସେନା

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ । ପ୍ରଥମ ଦୁଇ ମ୍ୟାଚ ଜିତି ପଏଣ୍ଟ ଟେବୁଲ ଦ୍ବିତୀୟରେ ଥିବା ନ୍ୟୁଜିଲାଣ୍ଡ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 13, 2023, 8:45 AM IST

Newzealand VS Bangladesh
World cup 2023

ଚେନ୍ନାଇ: ଚଳିତ ଆଇସିସି କ୍ରିକେଟ୍‌ ବିଶ୍ବକପରେ ଆଜି 11ତମ ଲିଗ ମ୍ୟାଚ୍‌ ଖେଳାଯିବ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଖେଳାଯିବ । ନ୍ୟୁଜିଲାଣ୍ଡ ତାର ପ୍ରଥମ ମ୍ୟାଚ୍‌ ଜିତିଛି । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ଏଯାବତ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଆଜି ବାଂଲାଦେଶକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଗୋଟିଏ ମ୍ୟାଚ୍‌ ଜିତିଥିବା ବାଂଲାଦେଶ କମବ୍ୟାକ୍‌ କରିବାକୁ ପ୍ରୟାସ କରିବ । ଅପରାହ୍ନ 2ଟାରୁ ମ୍ୟାଚ୍‌ ଆରମ୍ଭ ହେବ ।

ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ: ପୂର୍ବ ପ୍ରଦର୍ଶନ ଓ ରେକର୍ଡ ଦେଖିବେ ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ସେପଟେ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚ୍‌ରୁ ବାଦ ଥିବା ଅଧିନାୟକ କେନ ୱିଲିୟମସନ ଦଳକୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ୍‌ ବିଶ୍ବକପ ପୂର୍ବରୁ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା । ଏହାକୁ 2-0ରେ ଜିତିଥିଲା । ବର୍ତ୍ତମାନ ମଧ୍ୟ ଦଳ ଚମତ୍କାର ଫର୍ମରେ ରହିଛି । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପଏଣ୍ଟ ଟେବଲୁର ଦ୍ବିତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଦଳର ପ୍ରତି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ରବୀନ୍ଦ୍ର ରାଚିନ, ଡେଭନ କନୱେଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଜ ଚେପକରେ ସ୍ପିନ ଲଢେଇ ହେବ । ଆଇପିଏଲରେ ଆହତ ଥିବା କେନ ୱିଲିୟମସନ ଆଜି ମୈଦାନକୁ ଓହ୍ଲାଇବେ । ଦଳର ନେତୃତ୍ବ ନେବେ । ବାଂଲାଦେଶକୁ ହରାଇ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ ଦଳ । ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବ ।

ଏହା ବି ପଢନ୍ତୁ...Cricket World cup 2023: ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେ କେନ ୱିଲୟାମସନ, ୨ଟି ମ୍ୟାଚରୁ ପଡିଥିଲେ ବାଦ୍‌

ବାଂଲାଦେଶ ତାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ 6 ୱିକେଟରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡଠୁ 137 ପରାସ୍ତ ହେବା ପରେ ଦଳର ମନୋବଳ ଦୁର୍ବଳ ରହିଛି । ମାତ୍ର ପୂର୍ବ ତ୍ରୁଟିକୁ ସୁଧାରି ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବ । ଦଳ ତାର ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ । ବାଂଲାଦେଶକୁ ଆଜିର ମ୍ୟାଚ ଜିତିବା ଜରୁରୀ । ଦୁଇ ଦଳ ପରସ୍ପରକୁ 41 ଥର ଭେଟିଛନ୍ତି । ନ୍ୟୁଜିଲାଣ୍ଡ 30 ଓ ବାଂଲାଦେଶ 10 ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ନଥିଲା । ବାଲଂଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ ପଲ୍ଲା ବାରି ଥିଲେ ବି ଦଳ ପାଖରେ ଯଥେଷ୍ଟ କ୍ଷମତା ରହିଛି ।ଚେପକ ପିଚ ସ୍ପିନରଙ୍କୁ ସୁହାଇବ । ବିଶେଷ କରି ଚେପକରେ ସ୍ପିନରଙ୍କ ମଧ୍ୟରେ ଲଡେଇ ଦେଖିବାକୁ ମିଳିବ ।

ଏହା ବି ପଢନ୍ତୁ...World Cup 2023: ଇଣ୍ଡିଆନ ପିଚ୍‌କୁ ନେଇ ଚିନ୍ତା ପ୍ରକଟ କଲେ ଅଧିନାୟକ ୱିଲୟାମସନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.