ETV Bharat / sports

Cricket World Cup 2023: ଗତ ୨ ସଂସ୍କରଣର ଉପବିଜେତା, ଏଥର ଟ୍ରଫି ମରୁଡ଼ିର ଅନ୍ତ ଘଟାଇବ ନ୍ୟୁଜିଲାଣ୍ଡ !

author img

By ETV Bharat Odisha Team

Published : Oct 2, 2023, 4:04 PM IST

Updated : Oct 2, 2023, 4:16 PM IST

ବିଗତ ଦୁଇ ଦୁଇଟି ବିଶ୍ବକପ୍‌ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରୁଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ରହିଛି ନ୍ଯୁଜିଲାଣ୍ଡ କ୍ରିକେଟ ଦଳ । ତେବେ ବିଶ୍ବକପ୍‌ ୨୦୨୩ରେ ଟ୍ରଫି ମରୁଡ଼ିରେ ଅନ୍ତ ଘଟାଇବାରେ ସଫଳ ହେବ କି କିୱି ଦଳ ? ଜାଣନ୍ତୁ ଦଳରେ କଣ ରହିଛି ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ । ଅଧିକ ପଢ଼ନ୍ତୁ

New Zealand Team SWTO Analysis
ଏଥର ଟ୍ରଫି ମରୁଡ଼ିର ଅନ୍ତ ଘଟାଇ ପାରିବ ନ୍ୟୁଜିଲାଣ୍ଡ ?

ହାଇଦ୍ରାବାଦ: ପାଖେଇ ଆସିଲାଣି କ୍ରିକେଟ ଜଗତର ମହାଲଢ଼େଇର ସମୟ । ହାତରେ ଆଉ ମାତ୍ର ୨ଟା ଦିନ ରହିଥିବାବେଳେ କ୍ରିକେଟପ୍ରେମୀଙ୍କ ସହ ସମସ୍ତ ଖେଳାଳିଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତଙ୍କ ନଜର ରହିଛି ବିଶ୍ବକପ୍‌ ଜିତିବା ପାଇଁ ବିଭିନ୍ନ ଦଳର ରଣନୀତି ତଥା ହାତ ଗଣତି ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କ ଉପରେ । ବିଗତ ଦୁଇ ଦୁଇଥରର ଉପବିଜେତା ନ୍ୟୁଜିଲାଣ୍ଡ ଏଥର ଟାଇଟଲ ହାତେଇବାକୁ ଜୋରଦାର ଶକ୍ତି ପ୍ରୟୋଗ କରିବ । ଗତ ସଂସ୍କରଣ ଫାଇନାଲରେ ଉଭୟ ମ୍ୟାଚ୍‌ ଏବଂ ସୁପର ଓଭରରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଅମିମାଂସିତ ରହିଥିଲା । ପରବରତ୍ତୀ ମୂହୁର୍ତ୍ତରେ ବାଉଣ୍ଡରି ଗଣତିରେ ଅଧିକ ବାଉଣ୍ଡରି ମାରିଥିବାରୁ ଇଂଲଣ୍ଡ ଟ୍ରଫି ନେଇଯାଇଥିଲା । ହେଲେ ଏଥର ମଧ୍ୟ ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା କିୱି ଦଳ ପାଇଁ ଏତେ ସହଜ ହେବନି । ଜାଣନ୍ତୁ ଦଳରେ କଣ ରହିଛି ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ ।

ସାମର୍ଥ୍ୟ:

(୧) ଅଭିଜ୍ଞ ନେତୃତ୍ବ ଓ ମଧ୍ୟକ୍ରମ- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ବିଶ୍ବର ସର୍ବୋତ୍ତମ ବ୍ୟାଟର ତଥା ଜଣେ ଦକ୍ଷ ଅଧିନାୟକ । ତାଙ୍କର ଅଭିଜ୍ଞତା ଏବଂ ଶାନ୍ତ ବ୍ୟବହାର ତାଙ୍କ ଦଳକୁ କଠିନ ସମୟରେ ସାହାଯ୍ୟ କରେ । ଆହତଜନିତ ସମସ୍ୟାରୁ ସୁସ୍ଥ ହୋଇ ଏହି ବିଶ୍ବକପ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ମଧ୍ୟ ବିରାଟ କୋହଲି, ଜୋ ରୁଟ୍ ଏବଂ ଷ୍ଟିଭ୍ ସ୍ମିଥ୍‌ଙ୍କ ସହ 'ଫାବ୍ ଫୋର୍'ର ଅଂଶ ଅଟନ୍ତି । ୱିଲିୟମ୍‌ସନ୍ ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚରେ ଆହତ ହୋଇଥିଲେ ଏବଂ ସେପ୍ଟେମ୍ବର ୨୯ରେ ପାକିସ୍ତାନ ବିପକ୍ଷ ୱାର୍ମ-ଅପ୍ ମ୍ୟାଚ୍ ପର୍ଯ୍ୟନ୍ତ ଖେଳଠାରୁ ଦୂରରେ ରହିଥିଲେ । ଏହି ମ୍ୟାଚ୍‌ରେ ସେ ୫୦ ବଲରେ ୮ଟି ଚୌକା ସହ ଅପରାଜିତ ୫୪ ରନ୍ ସ୍କୋର କରିଥିଲେ । ଦିନିକିଆ କ୍ରିକେଟରେ ୱିଲିୟମସନ ତାଙ୍କ ଦଳ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ, ତାହା ତାଙ୍କ ରେକର୍ଡ କହିଥାଏ । ସେ ଏପର୍ଯ୍ୟନ୍ତ ୧୩୧ଟି ଦିନିକିଆ ମ୍ୟାଚରେ ୬,୫୫୫ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୩ ଶତକ ଓ ୪୨ ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ୱିକେଟକିପର-ବ୍ୟାଟର ଟମ ଲାଥମ ସ୍ପିନ ବିପକ୍ଷରେ ବହୁତ ଭଲ ଖେଳିପାରନ୍ତି । ୱିକେଟକିପର ଭୂମିକାରେ ଅଭିଜ୍ଞତା କାରଣରୁ ବୋଲରଙ୍କ ରଣନୀତି ପଢ଼ିବା ତାଙ୍କ ପାଇଁ ସହଜ ହୋଇପାରେ । ଭାରତରେ ମଧ୍ୟ ତାଙ୍କର ଅନେକ ଖେଳ ଅଭିଜ୍ଞତା ରହିଛି । ଦିନିକିଆରେ ଡେବ୍ୟୁ କରିବା ପରଠାରୁ ତାଙ୍କର ସର୍ବାଧିକ ରନ ସେ ଭାରତ ମାଟିରୁ ସଂଗ୍ରହ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ନ୍ୟୁଜିଲାଣ୍ଡର ଏହି ୫ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର, ଦେଖନ୍ତୁ ରେକର୍ଡ

(୨) ବହୁମୁଖୀ ବୋଲିଂ ଆକ୍ରମଣ- ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦୀ ଏବଂ ଲକି ଫର୍ଗୁସନଙ୍କ ଭଳି ଅଭିଜ୍ଞ ପେସରଙ୍କ ସହ ନ୍ୟୁଜିଲାଣ୍ଡ ନିକଟରେ ଏକ ଶକ୍ତିଶାଳୀ ବୋଲିଂ ଆକ୍ରମଣ ରହିଛି । ଏମାନଙ୍କ ନିକରଟରେ ରହିଥିବା ବିଭିନ୍ନ ସମୟରେ ବଲ୍ ସ୍ବିଙ୍ଗ୍ କରିବାର କ୍ଷମତା ଯେକୌଣସି ବ୍ୟାଟିଂ ଲାଇନ୍ଅପକୁ ଅସୁବିଧାରେ ପକାଇପାରେ । ଏହାସହ ଦଳରେ ଦକ୍ଷ ସ୍ପିନର ଭାବରେ ଇଶ୍ ସୋଧୀ ଏବଂ ମିଚେଲ୍ ସାଣ୍ଟନର୍ ମଧ୍ୟ ଅଛନ୍ତି । ଯାହା ଦଳର ବୋଲିଂ ଲାଇନ୍‌-ଅପ୍‌କୁ ଆହୁରି ଦୃଢ଼ କରିଛି ।

ଦୁର୍ବଳତା:

(୧) ମଧ୍ୟକ୍ରମ ଚିନ୍ତା- ଯଦିଓ ଦଳର ଶୀର୍ଷକ୍ରମ ସୁଦୃଢ଼ ରହିଛି, ହେଲେ ମଧ୍ୟକ୍ରମ ଦଳ ପାଇଁ ଚିନ୍ତା ପାଲଟିବ । ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ମଧ୍ୟକ୍ରମ ବ୍ୟାଟର ଗ୍ଲେନ ଫିଲିପ୍ସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟରଙ୍କ ନିକଟରେ ଭାରତୀୟ ମାଟିରେ ଖେଳିବାର ଅଭିଜ୍ଞତା ନାହିଁ । କଠିନ ପରିସ୍ଥିତିରେ ଦଳକୁ ମାର୍କ ଚାପମ୍ୟାନ୍, ଗ୍ଲେନ୍ ଫିଲିପ୍ସ ଏବଂ ରଚିନ୍ ରବିନ୍ଦ୍ରଙ୍କ ଭଳି ଖେଳାଳିଙ୍କ ସ୍ଥିର ପ୍ରଦର୍ଶନ ଆବଶ୍ୟକ ହେବ ।

(୨) ସୀମିତ ସ୍ପିନ୍‌ ବିକଳ୍ପ- ସାଣ୍ଟନର୍ ଏବଂ ସୋଧୀଙ୍କ ଭଳି ଦକ୍ଷ ସ୍ପିନର ଥିବା ସତ୍ତ୍ବେ ଦଳରେ ଅନ୍ୟ ସ୍ପିନ୍ ବିକଳ୍ପର ଅଭାବ ରହିଛି । ଏହି ଦୁଇ ବୋଲରଙ୍କ ଉପରେ ଅତ୍ୟଧିକ ନିର୍ଭର କରିବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଯଦି ଏମାନଙ୍କ ମଧ୍ୟରୁ କେହି ଆହତ ହୁଅନ୍ତି, ତେବେ ଦଳ ପାଖରେ ଅଧିକ ସ୍ପିନ୍‌ ବିକଳ୍ପ ମଧ୍ୟ ନାହିଁ ।

ସୁଯୋଗ: ମାର୍କ ଚାପମ୍ୟାନ୍, ରଚିନ୍ ରବିନ୍ଦ୍ର ଏବଂ ୱିଲ୍ ୟଙ୍ଗଙ୍କ ପରି ଯୁବ ପ୍ରତିଭା ନ୍ୟୁଜିଲାଣ୍ଡ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିପାରିବେ । ସେମାନଙ୍କର ଅତ୍ୟଧିକ ଉତ୍ସାହ ଏବଂ ନିର୍ଭୀକତା ଦଳକୁ ଏକ ନୂତନ ଦିଗ ଦେଖାଇପାରେ, ଏପରିକି ଏମାନେ ଅପ୍ରତ୍ୟାଶିତ ଭାବେ ମ୍ୟାଚ୍ ମଧ୍ୟ ଜିତାଇଦେବା ଭଳି ପ୍ରଦର୍ଶନ କରିପାରନ୍ତି । ପାକିସ୍ତାନ ବିପକ୍ଷ ପ୍ରଥମ ୱାର୍ମ-ଅପ୍ ମ୍ୟାଚ୍‌ରେ ମାର୍କ ଚାପମ୍ୟାନ୍ ଏବଂ ରଚିନ୍ ରବିନ୍ଦ୍ର ସେମାନଙ୍କର ଫର୍ମର କିଛି ଝଲକ ଦେଖାଇଥିଲେ । ରଚିନ୍ ରବିନ୍ଦ୍ର ଏହି ମ୍ୟାଚ୍‌ରେ ନିଜର ଶତକ ଠାରୁ ମାତ୍ର ୩ ରନ ପଛରେ ରହି ୯୭ ରନ୍‌ରେ ଆଉଟ୍ ହୋଇଥିଲେ । ମାର୍କ ଚାପମ୍ୟାନ୍ ମ୍ୟାଚ୍ ବିଜୟୀ ସଟ୍ ଖେଳି ଅପରାଜିତ ୬୫ ସ୍କୋର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଏଥର ଇଂଲଣ୍ଡ ପାଇଁ ସହଜ ହେବନି ରାସ୍ତା, ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ ଓ ଦୁର୍ବଳତା

ଆହ୍ବାନ:

(୧) ଆହତ ସମସ୍ୟା- ବିଶେଷକରି ବୋଲିଂ ବିଭାଗରେ ପ୍ରମୁଖ ଖେଳାଳିଙ୍କ ଆଘାତ ସମସ୍ୟା ନ୍ୟୁଜିଲାଣ୍ଡର ସମ୍ଭାବନାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ । ଆଘାତର ଆଶଙ୍କା କମ୍ କରିବାକୁ ଦଳ ସେମାନଙ୍କ ଖେଳାଳିଙ୍କ କାର୍ଯ୍ୟଭାରକୁ ସଠିକ ଦିଗରେ ପରିଚାଳନା କରିବା ଆବଶ୍ୟକ । ଏବେ ମଧ୍ୟ ଅଧିନାୟକ କେନ୍ ୱିଲିୟମସନ୍ ଆଣ୍ଠୁରେ ଆଘାତଜନିତ ସମସ୍ୟା ସହ ଲଢ଼ୁଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆଙ୍ଗୁଠିରେ ଆଘାତ କାରଣରୁ ଟିମ୍ ସାଉଦୀ ମଧ୍ୟ ମ୍ୟାଚ୍‌ରୁ ଦୂରେଇ ରହିଛନ୍ତି ।

(୨) କଠିନ ପ୍ରତିଯୋଗିତା- ବିଶ୍ବ ଶ୍ରେଷ୍ଠ କ୍ରିକେଟିଂ ଦେଶଗୁଡିକୁ ନେଇ ବିଶ୍ବକପ୍‌ ଆୟୋଜନ ହୋଇଥାଏ, ଏବଂ ଏମାନଙ୍କୁ କଠିନ ପରିସ୍ଥିତିରେ ସାମ୍ନା କରିବା ସବୁବେଳେ ଗୋଟିଏ ଦଳ ପାଇଁ ସବୁଠାରୁ ବଡ଼ ଆହ୍ବାନ ହୋଇଥାଏ । ବିପକ୍ଷ ଦଳ ଦ୍ବାରା ସୃଷ୍ଟି ହୋଇଥିବା ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ନ୍ୟୁଜିଲାଣ୍ଡ ଦଳ ମାନସିକ ଏବଂ କଳାତ୍ମକ ଭାବରେ ପ୍ରସ୍ତୁତ ହେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.