ETV Bharat / sports

Cricket world Cup 2023: ପାଣ୍ଡ୍ୟାଙ୍କ ବଦଳରେ କାହାକୁ ମିଳିବ ସୁଯୋଗ ? ଦ୍ରାବିଡ କହିଲେ ଅଛି ଏକାଧିକ ବିକଳ୍ପ - ରାହୁଲ ଦ୍ରାବିଡ

ବିଶ୍ବକପ୍‌ ୨୦୨୩ରେ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିପାରିବେନି ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ତାଙ୍କ ବଦଳରେ ଏକାଧିକ ବିକଳ୍ପ ରହିଥିବା କହିଛନ୍ତି ମୁଖ୍ୟ କୋଚ ରାହୁଲ ଦ୍ରାବିଡ । ଅଧିକ ପଢ଼ନ୍ତୁ

ପାଣ୍ଡ୍ୟାଙ୍କ ବଦଳରେ କାହାକୁ ମିଳିବ ସୁଯୋଗ ?
ପାଣ୍ଡ୍ୟାଙ୍କ ବଦଳରେ କାହାକୁ ମିଳିବ ସୁଯୋଗ ?
author img

By ETV Bharat Odisha Team

Published : Oct 21, 2023, 10:09 PM IST

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ୪ଟି ମ୍ୟାଚ୍‌ ଖେଳି କ୍ରମାଗତ ୪ଟି ବିଜୟ ପରେ ରବିବାର ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୪ଟି ମ୍ୟାଚ୍‌ ଖେଳି ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି । ତେବେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଏହି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ବାଂଲାଦେଶ ବିପକ୍ଷରେ ନିଜ ବୋଲିଂ ବେଳେ ପାଣ୍ଡ୍ୟାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତେବେ ତାଙ୍କ ଅନୁପସ୍ଥିତିରେ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ସେନେଇ ଦ୍ବନ୍ଦ୍ବରେ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଓ ଟିମ୍‌ ମ୍ୟାନେଜ୍‌ମେଣ୍ଟ । ତେବେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସମେତ ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ, ଈଶାନ କିଷାନ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଏକାଧିକ ବିକଳ୍ପ ରହିଥିବା କହିଛନ୍ତି ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ପାଣ୍ଡ୍ୟା, ସାମି କିମ୍ବା SKYଙ୍କୁ ମିଳିପାରେ ସୁଯୋଗ

ଧର୍ମଶାଳାରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଦ୍ରାବିଡ କହିଛନ୍ତି, "ଈଶାନ କିଷାନ ଜଣେ ଭଲ ବାମହାତି ବ୍ୟାଟର ଓ ଭଲ ଫର୍ମରେ ରହିଛନ୍ତି । ସେହିପରି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଶଙ୍ଖଳାରେ ବେଶ ଭଲ ଫର୍ମରେ ନଜର ଆସିଥିଲେ । ସେ ସ୍ପିନ୍‌କୁ ବେଶ ଭଲ ଭାବେ ଖେଳିପାରନ୍ତି । ବାମହାତି ସ୍ପିନ୍‌ ହେଉ ବା ଅଫ୍‌ ସ୍ପିନ୍‌, ବା ଅନ୍ୟ କୌଣସି ପ୍ରକାର ସ୍ପିନ୍‌, ସୂର୍ଯ୍ୟ କୁମାର ସବୁ ପ୍ରକାର ସ୍ପିନ୍‌ ଆଟାକ୍‌କୁ ଭଲ ଭାବେ ଖେଳିବାର କ୍ଷମତା ରଖିଛନ୍ତି । ତେବେ ନିମ୍ନ ମଧ୍ୟକ୍ରମ ପାଇଁ ବ୍ୟାଟର ଦେଖିବାକୁ ଗଲେ ଆମ ପାଇଁ ସୂର୍ଯ୍ୟ କୁମାର ନିଶ୍ଚିତ ଭାବରେ ଭଲ ବିକଳ୍ପ । ହେଲେ ଯଦି ଶୀର୍ଷ ମଧ୍ୟକ୍ରମ ପାଇଁ ଆମେ ଦେଖିବୁ, ତେବେ ହୁଏତ ଆମେ ଈଶାନ କିଷାନଙ୍କୁ ସୁଯୋଗ ଦେବୁ । ତେଣୁ ଆମ ପାଖରେ ଅନେକ ବିକଳ୍ପ ରହିଛି ।"

ଶାର୍ଦ୍ଦୁଲ ଠାକୁରଙ୍କୁ ନେଇ ଦ୍ରାବିଡ କହିଛନ୍ତି, "ସେ ହେଉଛନ୍ତି ଆମ ପାଇଁ ଏକ ନିର୍ଦ୍ଦିଷ୍ଟ ୱିକେଟ୍‌ରେ ଚତୁର୍ଥ ଦୃତ ବୋଲିଂ ବିକଳ୍ପ । ତାଙ୍କୁ ବିଗତ କିଛି ମ୍ୟାଚ୍‌ରେ ବାସ୍ତବରେ ବ୍ୟାଟିଂ କରିବାର ସୁଯୋଗ ମିଳିନାହିଁ । କିନ୍ତୁ ସେ ନିଜ ବ୍ୟାଟିଂ ପାଇଁ ନେଟ୍‌ରେ ବହୁତ ପରିଶ୍ରମ କରୁଛନ୍ତି । ଆମେ ଦେଖିଛୁ ଯେ ତାଙ୍କର ବଡ଼ ସଟ୍ ମାରିବା କ୍ଷମତା ଅଛି ।" ତେବେ ଦଳର ୪ ପେସରଙ୍କ ମଧ୍ୟରୁ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିବାରୁ ସେହି ଅନୁସାରେ ଜଣେ ବିକଳ୍ପଙ୍କ ସନ୍ଧାନରେ ରହିଥିବା କହିଛନ୍ତି ଦ୍ରାବିଡ । ସେ କହିଛନ୍ତି, "ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ମହମ୍ମଦ ସାମିଙ୍କ ପରି ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶକୁ ଆଣିବା ଏକ ଭଲ ବିକଳ୍ପ ହେବ । କେତେକ କ୍ଷେତ୍ରରେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଜଣେ ବିକଳ୍ପ ହୋଇପାରନ୍ତି । ତେଣୁ ଆମ ପାଖରେ ଏପରି ୨-୩ ବିକଳ୍ପ ଅଛନ୍ତି, ଯାହାଙ୍କୁ ଆମେ ପାଣ୍ଡ୍ୟା ଫେରିବା ପର୍ଯ୍ୟନ୍ତ ବିଚାରକୁ ନେଇ ପାରିବା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.