ETV Bharat / sports

World Cup 2023: ଚାଇନାମ୍ୟାନ କୂଳଦୀପଙ୍କ ନୂଆ ରେକର୍ଡ, 250 ୱିକେଟ କ୍ଲବରେ ହେଲେ ସାମିଲ

author img

By ETV Bharat Odisha Team

Published : Nov 6, 2023, 3:04 PM IST

ଚାଇନାମ୍ୟାନ ନାମରେ ଜଣାଶୁଣା କୂଳଦୀପ ଯାଦବ ଏକ ନୂଆ ରେକର୍ଡ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ଯାଚରେ 2ଟି ୱିକେଟ ନେଇ 250 ୱିକେଟ କ୍ଲବରେ ହେଲେ ସାମିଲ ହୋଇଛନ୍ତି କୂଳଦୀପ । ଅଧିକ ପଢନ୍ତୁ

kuldeep yadav Record in international wickets
Cricket World Cup 2023

କୋଲକାତା: ଇର୍ଡେନ ଗାର୍ଡେନରେ ଚମକିଲେ ଚାଇନାମ୍ୟାନ କୁଳଦୀପ ଯାଦବ । ଚଳିତ ବିଶ୍ବକପ 2023 ଅଷ୍ଟମ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ନୂଆ ରେକର୍ଡ କରିଛନ୍ତି କୂଳଦୀପ । ଏହି ମ୍ୟାଚରେ 2ଟି ୱିକେଟ ହାସଲ କରିଥିଲେ କୂଳଦୀପ ଯାଦବ । ମାର୍କୋ ଜାନିସେନ ଏବଂ ଲୁଙ୍ଗି ଏନଡିଗିଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ । ଏହି 2ଟି ୱିକେଟ ସହ କୂଳଦୀପ 250 ଅନ୍ତର୍ଜାତୀୟ ୱିକେଟ ହାସଲ କରିବାର ରେକର୍ଡ କରିଛନ୍ତି ।

ମୋଟ 138ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି 250ଟି ୱିକେଟ ନେଇଛନ୍ତି କୂଳଦୀପ । ଯେଉଁଥିରେ 25 ରନ ଦେଇ 6 ୱିକେଟ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । 2018 ଜୁଲାଇ 12 ତାରିଖରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ ଚାଇନାମ୍ୟାନ ଭାବେ ଜଣାଶୁଣା କୁଳଦୀପ ଯାଦବ । ଅନ୍ତର୍ଜାତୀୟ କ୍ରିକେଟରେ 250 ୱିକେଟ ନେବାରେ ଭାରତ ପକ୍ଷରୁ ସେ 19ତମ ବୋଲର ହୋଇଛନ୍ତି । ଏହି ତାଲିକାରେ ଅନିଲ କୁମ୍ବଲେ ପ୍ରଥମରେ ରହିଛନ୍ତି । ସେ 953ଟି ୱିକେଟ ନେଇଛନ୍ତି । ପରେ ଅଶ୍ବିନୀ (717), ହରଭଜନ ସିଂହ (707), କପିଳ ଦେବ (687) ଓ ଜାହିର ଖାନ (597) ୱିକେଟ ଅକ୍ତିଆର କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଡେଜା 5ଟି ୱିକେଟ ନେଇଥିବାବେଳେ ମହମ୍ମଦ ସାମି, କୁଳଦୀପ ଯାଦବ 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...World Cup 2023: ଘରୋଇ ଗ୍ରାଉଣ୍ଡରେ ଚମକିଲେ ଚାଇନାମ୍ୟାନ କୂଳଦୀପ

ଏହା ବି ପଢନ୍ତୁ...Cricket World Cup 2023: ଜାଡେଜାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ

ପ୍ରକାଶ ଥାଉ, କ୍ରିକେଟ ବିଶ୍ବକପରେ ଏଯାବତ ଅପରାଜେୟ ଥିବା ଭାରତୀୟ ଦଳ ତାର ଅଷ୍ଟମ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲେ । କିଙ୍ଗ କୋହଲିଙ୍କ ବିରାଟ ପାଳି ଓ ଜାଡେଜାଙ୍କ ଯାଦୁରେ ଲଗାତାର ଅଷ୍ଟମ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲା ଦକ୍ଷିଣ ଆଫ୍ରିକା । ଇଡେନ ଗାର୍ଡେନ୍ସରେ ଧରାଶାୟୀ ହାଇଥିଲା ଦୁର୍ଦ୍ଦଶ ଦକ୍ଷିଣ ଆଫ୍ରିକା । ରବୀନ୍ଦ୍ର ଜାଡେଜାଙ୍କୁ ୫ ୱିକେଟ୍‌ ସଫଳତା ସହ ଦକ୍ଷିଣ ଆଫ୍ରିକାକୁ ୮୩ ରନରେ ଅଲ୍‌ଆଉଟ୍‌ କରିଥିଲା ରୋହିତ ସେନା । 243ରନର ବୃହତ ବିଜୟ ହାସଲ କରିଥିଲା ଭାରତ । ଆସନ୍ତା 12 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଶେଷ ଲିଗ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.