ETV Bharat / sports

World Cup 2023: ଘରୋଇ ଗ୍ରାଉଣ୍ଡରେ ଚମକିଲେ ଚାଇନାମ୍ୟାନ କୂଳଦୀପ

author img

By ETV Bharat Odisha Team

Published : Oct 30, 2023, 2:25 PM IST

ଚଳିତ ବିଶ୍ବକପ 2023ରେ ଭାରତ ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷରେ 100ରେ ବିଜୟ ହାସଲ କରିିଛି । ଏଥିଲେ ଚାଇନାମ୍ୟାନ ବୋଲିଂ ପାଇଁ ଜଣାଶୁଣା ବୋଲର କୂଳଦୀପ ଯାଦବ 2ଟି ୱିକେଟ ହାସଲ କରିଥିଲେ । ତେବେ ଏହି କ୍ରିକେଟରଙ୍କ ଉତ୍ଥାନ ପତନ ବିଷୟରେ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

World Cup 2023
World Cup 2023

ହାଇଦ୍ରାବାଦ: ବିଶ୍ବକପ 2023ରେ ଭାରତ ତାର ଷଷ୍ଠ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ 100ରନରେ ଜିତି ଟେବୁଲ ଶୀର୍ଷରେ ରହିଛି । ଏଥିରେ ଚାଇନାମ୍ୟାନ ବୋଲର କୂଳଦୀପ ଯାଦବ 24 ରନ ଦେଇ 2ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଓ ଲିଭିଙ୍ଗଷ୍ଟୋନଙ୍କୁ ପାଭିଲିୟନ ପଠାଇଥିଲେ । ଏହି ବିଜୟ ସହ ଭାରତ ଏଯାବତ ଅପରାଜେୟ ରହିଛି । କୂଳଦୀପ ଯାଦବଙ୍କ ହୋମ ଗ୍ରାଉଣ୍ଡ ଲକ୍ଷ୍ନୌ ଆଇ ଘରୋଇ ମୈଦାନରେ ଚମକିଛନ୍ତି ଚାଇନାମ୍ୟାନ ବୋଲର କୂଳଦୀପ । ଏହି ସୁଯୋଗକୁ ଅପେକ୍ଷା କରିଥିଲେ କୂଳଦୀପ । 2019 ବିଶ୍ବକପରେ ଇଂଲଣ୍ଡଠୁ ଭାରତ ପରାସ୍ତ ହୋଇଥିଲା ମାତ୍ର ଚଳିତ ବିଶ୍ବକପରେ ପ୍ରତିଶୋଧ ନେଇଛି ଭାରତ । କାକର ଭରା ପିଚରେ 2ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରି କମାଲ କରିଥିଲେ କୂଳଦୀପ ।

ଇଂଲଣ୍ଡ ବିପକ୍ଷରେ 100ର ବିଜୟ ହାସଲ ପରେ ପ୍ରତିକ୍ରିୟା ରଖି କୂଳଦୀପ ଯାଦବ କହିଛନ୍ତି,"ଏହା ଶତ ପ୍ରତିଶତ ବର୍ଷ ତମାମ ଆମ ପ୍ରସ୍ତୁତି ପାଇଁ ସଫଳ ହୋଇଛି । ବ୍ୟାକ୍‌ ଟୁ ବ୍ୟାକ୍‌ ଦ୍ବିପାକ୍ଷିକ ସିରିଜ ଖେଳିବାରୁ ଏହି ସଫଳତା ମିଳିଛି । ଏହା ବିଶ୍ବକପ ପାଇଁ ଆମର ପ୍ରସ୍ତୁତି ଥିଲା । ତେଣୁ ଦିନ ହେଉ କି ରାତି ବୋଲିଂରେ କୌଣସି ପରିବର୍ତ୍ତନ ହେବ ନାହିଁ । ଭଲ ହେଲା ଆମକୁ ପ୍ରଥମେ ବ୍ୟାଟିଂ କରିବାକୁ ମିଳିଲା । ଯଦି ଆମେ ଭଲ ସ୍କୋର କରିଥାଆନ୍ତୁ ଏହା ଅଧିକ ରୋମାଞ୍ଚଭରା ହୋଇଥାଆନ୍ତା । 230ର ସ୍କୋର ଭଲ ଥିଲା ମାତ୍ର ୱିକେଟ କଷ୍ଟକର ଥିଲା । ମୋ କାମ ସିମ୍ପୁଲ ଥିଲା ଗୁଡ୍‌ ଲେନ୍ଥ୍‌ରେ ବୋଲିଂ କରିବା । ବଲ ସୁଇଂ କରିଥିଲା ମୁଁ ପିଚ୍‌ର ଫାଇଦା ଉଠାଇଥିଲି ଯାହାର ପରିଣାମ ଭଲ ଥିଲା ।"

ଲକ୍ଷ୍ନୌରେ ରଚିନ ରବୀନ୍ଦ୍ର ଓ ମିଚେଲଙ୍କ ପରେ କୂଳଦୀପ ଯାଦବ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଜୋସ ବଟଲରଙ୍କୁ ଯେଉଁ ଭଳି ବଲ ପକାଇଥିଲେ ପାକିସ୍ତାନ ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ମଧ୍ୟ ଆଉଟ କରିବାକୁ ସେହି ବଲ୍‌ ପକାଇଥିଲେ । 2ଟି ବଲ ଯାକ ବଲ ସମାନ ଥିଲା । କିଛି ପରିବର୍ତ୍ତନ ନଥିଲା । ଗୁଣବର୍ତ୍ତା ଗୁରୁତ୍ବପୂର୍ଣ୍ଣ ଥିଲା ଏବଂ ଖେଳାଳିଙ୍କ କ୍ବାଲିଟି ହିଁ ମହତ୍ତ୍ବପୂର୍ଣ୍ଣ । ତାହା ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଥିଲା ଓ ଦଳ ବିଜୟ ହାସଲ କରିଥିଲା, ଏହା ଅଧିକ ମହତ୍ତ୍ବପୂର୍ଣ୍ଣ । ବିଜୟ ଅଧିକ ଗୁରୁତ୍ପୂର୍ଣ୍ଣ ବୋଲି କହିଛନ୍ତି କାନପୁରର କୂଳଦୀପ ।

ଏହା ବି ପଢନ୍ତୁ...Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ

କାହିଁକି ଚାଇନାମ୍ୟାନ ନାମରେ ଜଣାଶୁଣା କୂଳଦୀପ: ଚାଇନାମ୍ୟାନ ବୋଲିଂ କହିଲେ, ଯେବେ ଜଣେ ବାମହାତୀ ରିଷ୍ଟ ସ୍ପିନରଙ୍କୁ ଚାଇନାମ୍ୟାନ ବୋଲର କୁହାଯାଏ । ଚାଇନାମ୍ୟାନ ବୋଲିଂରେ ବଲ୍‌ ଅଫରୁ ଲେଗ୍‌କୁ ସ୍ପିନ୍‌ ହୋଇଥାଏ । କୂଳଦୀପ ଯାଦବ ଭାରତର ପ୍ରଥମ ଚାଇନାମ୍ୟାନ ବୋଲର ଯିଏକି ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ କୂଳଦୀପ ଯାଦବ 2ଟି ୱିକେଟ୍‌ ହାସଲ କରିଥିଲେ । ଚଳିତ ବିଶ୍ବକପ 2023ରେ କୂଳଦୀପ ଯାଦବ 10ଟି ୱିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.