ETV Bharat / sports

Cricket World Cup 2023: କୋହଲିଙ୍କ କ୍ୟାଚ୍‌ ଛାଡ଼ିବାରୁ ମାର୍ଶଙ୍କୁ ସମାଲୋଚନା, ସମର୍ଥନରେ ବାହାରିଲେ ହାଜଲେଉଡ୍‌

ବିଶ୍ବକପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ଏହା ପୂର୍ବରୁ ବିରାଟ କୋହଲିଙ୍କର ଏକ କ୍ୟାଚ୍‌କୁ ମିସ୍‌ କରିଦେଇଥିଲେ ମିଚେଲ ମାର୍ଶ । ଯେଉଁଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ତେବେ ମାର୍ଶଙ୍କ ସମର୍ଥନରେ ବାହାରିଛନ୍ତି ଜୋଶ ହାଜଲେଉଡ୍‌ । ଅଧିକ ପଢ଼ନ୍ତୁ

ମାର୍ଶଙ୍କ ସମର୍ଥନରେ ବାହାରିଲେ ହାଜଲେଉଡ୍‌
ମାର୍ଶଙ୍କ ସମର୍ଥନରେ ବାହାରିଲେ ହାଜଲେଉଡ୍‌
author img

By ETV Bharat Odisha Team

Published : Oct 9, 2023, 8:40 PM IST

ଚେନ୍ନାଇ: କୁହାଯାଏ କ୍ୟାଚ୍‌ ମିସ୍‌ ତ ମ୍ୟାଚ୍‌ ମିସ୍‌ । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିଶ୍ବକପ୍‌ ୨୦୨୩ରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ଖେଳୁଥିବା ଏମାନଙ୍କର ପ୍ରଥମ ମ୍ୟାଚ୍‌ରେ । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୦୦ ରନର ଟାର୍ଗେଟ ଦେଇଥିବାବେଳେ ଭାରତ ଏକଦା ୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଏତିକି ବେଳେ ବିରାଟ କୋହଲି ଓ କେଏଲ୍‌ ରାହୁଲ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ । ହେଲେ ଏଥିରେ ମିଚେଲ ମାର୍ଶ ବିରାଟ କୋହଲିଙ୍କର ଏକ କ୍ୟାଚ୍‌ ଛାଡ଼ିଦେଇଥିଲେ ଓ ସେଥିପାଇଁ ଭାରତ ମ୍ୟାଚ୍‌ ଜିତିଗଲା ବୋଲି କୁହାଯାଉଛି । କାରଣ ଏହାପରେ ବିରାଟ ୮୫ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି କରି ଆଉଟ୍‌ ହେବାବେଳକୁ ଦଳକୁ ସଙ୍କଟରୁ ମୁକୁଳାଇ ସାରିଥିଲେ । ଅନ୍ୟପଟେ ରାହୁଲ ଅପରାଜିତ ୯୭ ରନ୍‌ର ପାଳି ଖେଳି ଶେଷରେ ଛକା ମାରି ବେଶ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ଶେଷ କରିଥିଲେ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲରମାନେ କେବଳ ୧୯୯ ରନ୍‌ରେ ଅଟକାଇ ଦେଇଥିଲେ । ଏହାପରେ ୨୦୦ ରନର ପିଛା କରୁଥିବା ଭାରତ କେବଳ ୨ ରନରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । ଏହାପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । କିନ୍ତୁ ଏହାରି ମଧ୍ୟରେ ଦଳୀୟ ସ୍କୋର ୨୦ ଥିବାବେଳେ ବିରାଟ ହାଜଲେଉଡ୍‌ଙ୍କ ଏକ ବଲରେ ପୁଲ୍‌ ସଟ୍‌ ଖେଳିବାକୁ ପ୍ରୟାସ କରିଥିଲେ, ଯାହା ଲେଗ୍‌ ପଏଣ୍ଟ ପାଖରେ ସର୍କଲ ଭିତରେ ହିଁ ଉପରକୁ କ୍ୟାଚ୍‌ ଉଠିଯାଇଥିଲା । ଏହି ସମୟରେ ମିଚେଲ ମାର୍ଶ କ୍ୟାଚ୍‌ ଧରିବାକୁ ଦୌଡ଼ି ଆସିଥିଲେ ଏବଂ ବଲ୍‌ ପାଖରେ ପହଞ୍ଚି ମଧ୍ୟ ଯାଇଥିଲେ । ହେଲେ ସେ ଏହାକୁ ଧରିବାରେ ଅସମର୍ଥ ହୋଇଥିଲେ । ଯଦି ସେ ଏହି କ୍ୟାଚ୍‌ ଧରି ପକାଇ ଥାଆନ୍ତେ, ତେବେ ଭାରତ ୨୦ ରନରେ ୪ ୱିକେଟ ହରାଇ ଆହୁରି ସଙ୍କଟରେ ପଡ଼ିଥାଆନ୍ତା ଏବଂ ଭାରତ ସେହି ସମୟରେ ନିଜର ବଡ଼ ୱିକେଟ୍‌ ହରାଇ ପରାଜୟ ଆଡ଼କୁ ଗତି କରିଥାନ୍ତା । ଫଳରେ ମ୍ୟାଚ୍‌ର ମୋଡ ମଧ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଥାଆନ୍ତା ।

ଏହା ମଧ୍ଯ ପଢ଼ନ୍ତୁ...Cricket World Cup 2023: ପରାଜୟ ସ୍ବୀକାର କଲେ ସ୍ମିଥ୍‌, କହିଲେ ଭାରତୀୟ ସ୍ପିନରଙ୍କୁ ଖେଳିବାକୁ ସଙ୍ଘର୍ଷ କରୁଥିଲୁ

ମାର୍ଶ ଏହି କ୍ୟାଚ୍‌ ଛାଡ଼ିବା ପରେ କୋହଲି କିନ୍ତୁ ଅଷ୍ଟ୍ରେଲିଆକୁ ଆଉ କୌଣସି ସୁଯୋଗ ଦେଇନଥିଲେ । ସେ ଭାରତର ବିଜୟ ସୁନିଶ୍ଚିତ କରି ପାଭିଲିୟନ ଫେରିଥିଲେ । ସେପଟେ ହାଜଲେଉଡ୍‌ଙ୍କ ବଲ୍‌ରେ ମାର୍ଶ କ୍ୟାଚ୍‌ ମିଶ୍‌ କରିଥିବାରୁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି । କିନ୍ତୁ ନିଜେ ହାଜଲେଉଡ୍‌ ମାର୍ଶଙ୍କ ସମର୍ଥନରେ ବାହାରିଛନ୍ତି । ବଲ ଆଡ଼କୁ ୱିକେଟ୍‌ କିପର ଆଲେକ୍ସ କେରୀ ମଧ୍ୟ ଯାଉଥିଲେ । ହୁଏତ ଏହି କାରଣ ପାଇଁ ମାର୍ଶ ଧ୍ୟାନଚ୍ୟୁତ ହୋଇଥିଲେ ବୋଲି ହାଜଲେଉଡ୍‌ କହିଛନ୍ତି । ସେ କହିଛନ୍ତି, "କେରୀ ସେଠାରେ ପହଞ୍ଚିପାରିଥାଆନ୍ତେ ବୋଲି ମୁଁ ଭାବିପାରୁନି । ସେଇଟା ମିଚେଲ୍‌ଙ୍କ କ୍ୟାଚ୍‌ ଥିଲା । ହୁଏତ କେରୀ ବଲ ଆଡ଼କୁ ଆସୁଥିବା ଦେଖି ସେ ଧ୍ୟାନଚ୍ୟୁତ ହୋଇଥାଇପାରନ୍ତି । ଏହା ସତ ଯେ ସେ କ୍ୟାଚ୍‌ ଛାଡ଼ିଛନ୍ତି । କିନ୍ତୁ ମ୍ୟାଚ୍‌ରେ ଏମିତି ଘଟଣା ଘଟେ । ସମସ୍ତେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି ଓ କଠିନ ପରିଶ୍ରମ ମଧ୍ୟ କରନ୍ତି । କେହି ଜାଣିଶୁଣି କ୍ୟାଚ୍‌ ମିସ୍‌ କରନ୍ତିନାହିଁ । ଆମେ ଏହାକୁ ଭୁଲି ଆଗକୁ ବଢ଼ିବୁ ।"

ପ୍ରକାଶଯୋଗ୍ୟ, ଭାରତ ଏହି ମ୍ୟାଚ୍‌ରେ ମୋଟ ୪ଟି ୱିକେଟ ହରାଇଥିବା ବେଳେ ସେଥିରୁ ହାଜଲେଉଡ୍‌ ଏକାକି ୩ଟି ସଫଳତା ପାଇଥିଲେ । କ୍ୟାଚ୍‌ ଖସିବା ପରେ ଚେଜ୍‌ ମାଷ୍ଟର ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟର୍‌ର ୬୭ତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ରାହୁଲଙ୍କ ସହ ମିଶି ଚତୁର୍ଥ ୱିକେଟ ପାଇଁ ଦଳୀୟ ଖାତାରେ ୧୬୫ ରନ ଯୋଡ଼ିଥିଲେ । ସେ ବ୍ୟକ୍ତିଗତ ଭାବେ ୮୫ ରନ କରିବା ପରେ ହାଜଲେଉଡେଙ୍କ ବଲରେ ମାର୍ନସ ଲାବୁସାନେଙ୍କ ହାତରେ ଧରାପଡ଼ିଥିଲେ । କିନ୍ତୁ ସେତେବେଳକୁ ଭାରତ ବିଜୟ ଦ୍ବାରରେ ପହଞ୍ଚି ସାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.