ETV Bharat / sports

ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ରେ ସର୍ବଶ୍ରେଷ୍ଠ ଆରମ୍ଭ କରିବ ଭାରତ, ଏମିତି ଇଚ୍ଛା କଲେ ରବି ଶାସ୍ତ୍ରୀ

author img

By ETV Bharat Odisha Team

Published : Nov 17, 2023, 9:55 PM IST

ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର ଫାଇନାଲ୍‌ ଲଢ଼େଇକୁ ନେଇ ନିଜର ମତ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବାକୁ ପ୍ରଥମ ପସନ୍ଦର ଦଳ ଭାବେ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଖେଳ ଆରମ୍ଭ କରିବ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଅଧିକ ପଢ଼ନ୍ତୁ

India will start as the favorites in final
ଫାଇନାଲ୍‌ରେ ସର୍ବଶ୍ରେଷ୍ଠ ଆରମ୍ଭ କରିବ ଭାରତ

ଚେନ୍ନାଇ: ଶେଷ ସ୍ପର୍ଶ ଅପେକ୍ଷାରେ ବିଶ୍ବକପ୍‌ ୨୦୨୩ ମହାକୁମ୍ଭ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିବା ଭାରତ ଟାଇଟଲ୍‌ ହାତେଇବା ପାଇଁ ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ । ତେବେ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଫାଇନାଲ୍‌ରେ କଡ଼ା ମୁକାବିଲା ହେବ ବୋଲି ଅନେକ ପୂର୍ବତନ କ୍ରିକେଟର ଓ କ୍ରିକେଟ୍‌ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏହାରି ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ନିଜର ମତ ରଖିଛନ୍ତି ।

ରବି ଶାସ୍ତ୍ରୀ କହିଛନ୍ତି, "ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବାକୁ ପ୍ରଥମ ପସନ୍ଦର ଦଳ ଭାବେ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଖେଳ ଆରମ୍ଭ କରିବ । ଦଳକୁ କିଛି ଭିନ୍ନ କରିବା ଆବଶ୍ୟକତା ନାହିଁ । ଗତ ଦୁଇ ମ୍ୟାଚ୍‌ରେ ଦଳର ଖେଳାଳିମାନେ ଯାହା କରୁଛନ୍ତି, ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ ତାହା ହିଁ କରିବା ଆବଶ୍ୟକ । ମୁଁ ଚାହୁଁଛି ଦଳ ଶାନ୍ତ ଓ ସରଳ ଭାବେ ଚାପକୁ ସମ୍ଭାଳନ୍ତୁ । ଦଳର ସବୁ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି । ଏହା ଭାରତ ପାଇଁ ଏକ ଶୁଭ ସଙ୍କେତ ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଶାମିଙ୍କ ବୋଲିଂକୁ ଲୋକେ କହିଲେ ଅସାଧାରଣ, ମୁହଁ ଖୋଲିଲେ ଶାମି

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ'

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିଛି । ସମସ୍ତ ୯ ଲିଗ୍‌ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରି ୨୦୧୯ ବିଶ୍ବକପ୍‌ର ମଧୁର ପ୍ରତିଶୋଧ ନେଇଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦଳର ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ସ୍ପିଡ୍‌ଷ୍ଟାର୍‌ ମହମ୍ମଦ ଶାମି ଏକାକୀ ୭ ୱିକେଟ୍‌ ସଫଳତା ସହ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଅନ୍ୟପଟେ ଦ୍ବିତୀୟ ସେମି ଫାଇଟ୍‌ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ରେକର୍ଡ ଅଷ୍ଟମ ଥର ପାଇଁ ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ବିଶ୍ବର ଦୁଇ ଶକ୍ତିଶାଳୀ ଦଳ ରବିବାର ଅହମ୍ମଦାବାଦରେ ଟ୍ରଫି ହାତେଇବା ପାଇଁ ମୈଦାନକୁ ଓହ୍ଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.