ETV Bharat / sports

World Cup 2023 IND VS NZ Semi: 2500 ଟଙ୍କାର ଟିକେଟ 25 ହଜାରରେ ବିକ୍ରି, ଜଣଙ୍କୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Nov 14, 2023, 12:40 PM IST

ମାତିଛନ୍ତି ଟିକେଟ ଦଲାଲୀ । ବିଶ୍ବକପ 2023ରେ ଭାରତ ବନାମ ନ୍ୟୁଜିଲାଣ୍ଡ ସେମି ଫାଇନାଲ ଟିକେଟ କଳାବାଜାରୀ ଘଟଣାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

World Cup 2023
World Cup 2023

ମୁମ୍ବାଇ: ଗୋଟିଏ ପଟେ କ୍ରିକେଟ ବିଶ୍ବକପ ଫିଭର । ଅନ୍ୟପଟେ ଟିକେଟ କଳାବଜାରୀ । ମାତିଛନ୍ତି ବିଶ୍ବକପ ଟିକେଟ ଦଲାଲୀ । ଆଇସିସି ବିଶ୍ବକପ 2023 ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ କଳାବଜାରୀ ହୋଇଛି । 2500 ଟଙ୍କିଆ ଟିକେଟ 25 ହଜାର ଟଙ୍କାରେ ବିକ୍ରି ହୋଇଥିବା ବେଳେ 4 ହଜାର ମୂଲ୍ୟର ଟିକେଟ 2 ଲକ୍ଷ 50 ହଜାର ଟଙ୍କାରେ ବିକ୍ରି ହୋଉଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଆଇପିସି ଧାରା 511 ଓ 420ରେ ମାମଲା ରୁଜୁ ହୋଇଛି । ଏହି ରାକେଟରେ ଅଧିକ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।

ମହାରାଷ୍ଟ୍ର ପୋଲିସ ମାଲଦାରୁ ଭାରତ ନ୍ୟୁଜିଲାଣ୍ଡ ବିଶ୍ବକପ ସେମିଫାଇନାଲ ଟିକେଟ କଳାବଜାରୀ ଘଟଣାରେ ଜଣଙ୍କୁ ଗିରଫ କରିଛି । ଆସନ୍ତାକାଲି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିବାକୁ ଡିମାଣ୍ଡ ବଢୁଛି । ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହାର ଫାଇଦା ଉଠାଇ ଟିକେଟ କାଳବାଜାରୀ କରିଛନ୍ତି କିଛି ଦଲାଲ । 2500 ଟଙ୍କିଆ ଟିକେଟକୁ 25 ହଜାର ଓ 4 ହଜାର ଟଙ୍କିଆ ଟିକେଟକୁ 2 ଲକ୍ଷ 50 ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଯାହା ପ୍ରକୃତ ଟିକେଟ ମୂଲ୍ୟଠୁ 10ରୁ 100 ଗୁଣା ଅଧିକ । ପୋଲିସ ଘଟଣାରେ ଗିରଫ କରିଥିବା ଜଣେ ହେଲେ ଆକାଶ କୋଠାରୀ । ଜେଜେ ପୋଲିସ ଆକାଶଙ୍କୁ ତାଙ୍କ ଘରୁ ଉଠାଇ ନେଇଛି ।

ମୁମ୍ବାଇ ସର୍କଲ-1 ଡିସିପି ପ୍ରଣବ ମୁଣ୍ଡେ କହିଛନ୍ତି, ''ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ ଟିକେଟ ଦର 2500ରୁ 4 ହଜାର ରହିଛି । ଯାହାକୁ 25 ହଜାରରୁ 5 ଲକ୍ଷରେ ବିକ୍ରି କରୁଛନ୍ତି ଦଲାଲ । ଏ ନେଇ ଖବର ମିଳିବା ପରେ ଆମ ଟିମ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଚାଲିଛି ଏହି ରାକେଟରେ ଆଉ କିଏ ସାମିଲ ଅଛନ୍ତି ତାହା ଜଣାପଡିବ ।''

ଏହା ବି ପଢନ୍ତୁ: ବିଶ୍ବକପ୍‌ ୨୦୨୩: ସେମି ଲଢ଼େଇ ପାଇଁ ଅମ୍ପାୟାର ଘୋଷଣା କଲା ଆଇସିସି, ଜାଣନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଦାୟିତ୍ବ କାହାର

ଏହା ବି ପଢନ୍ତୁ: ବିଶ୍ବକପ୍‌ ୨୦୨୩: ଲିଗ୍‌ ପର୍ଯ୍ୟାୟ ସହ ସରିଲା ଚମ୍ପିଆନ୍ସ ଟ୍ରଫି ରେସ୍‌, ଜାଣନ୍ତୁ କେଉଁ ଦୁଇ ଦଳ ପଡ଼ିଲେ ବାଦ

ପ୍ରକାଶ ଥାଉକି, ଭାରତ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଲିଗ ପର୍ଯ୍ୟାୟରେ ଦଳ ଅପରାଜେୟ ରହିଛି । ସମସ୍ତ 9ଟି ମ୍ୟାଚରେ ବାଜିମାତ କରିଛି ରୋହିତ ସେନା । ଆସନ୍ତାକାଲି (ବୁଧବାର) ବିଶ୍ବକପ 2023ରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସେହିପରି 16 ତାରିଖରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.