ETV Bharat / sports

Cricket World Cup 2023: ପ୍ରଥମ ମ୍ୟାଚ୍‌ରେ ଶାମିଙ୍କ କମାଲ, ପ୍ରଥମ ବଲ୍‌ରେ ୱିଲ ୟଙ୍ଗ୍‌ଙ୍କୁ କଲେ ବୋଲ୍ଡ

ବିଶ୍ବକପ୍‌ ୨୦୨୩ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଦଳର ଅଭିଜ୍ଞ ପେସର୍‌ ମହମ୍ମଦ ଶାମି ନିଜ ପ୍ରଥମ ଓଭରର ପ୍ରଥମ ବଲରେ ହିଁ ୱିକେଟ ଦଖଲ କରିଛନ୍ତି । ନିଜର ପ୍ରଥମ ବଲରେ ନ୍ୟୁଜିଲାଣ୍ଡର ଯୁବ ଓପନର ୱିଲ ୟଙ୍ଗ(୧୭)ଙ୍କୁ କ୍ଲିନବୋଲ୍ଡ କରିଥିଲେ ଶାମି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 22, 2023, 4:16 PM IST

ପ୍ରଥମ ବଲ୍‌ରେ ୱିଲ ୟଙ୍ଗ୍‌ଙ୍କୁ ବୋଲ୍ଡ କଲେ ଶାମି

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ରବିବାର ଖେଳାଯାଉଛି ମହାମୁକାବିଲା । ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଗ୍‌ ଫାଇଟ୍‌ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ କ୍ରମାଗତ ଭାବେ ଚଳିତ ବିଶ୍ବକପରେ ୪ଟି ଲେଖାଏଁ ମ୍ୟାଚ୍‌ ଖେଳି ବିଜୟଧାରା ଜାରି ରଖିଛନ୍ତି । ଆଜି କାହାର ବିଜୟ ଧାରା ଭାଙ୍ଗୁଛି ଓ କିଏ ଜାରି ରଖୁଛି ତାହା ଉପରେ ସାରା ବିଶ୍ବର ନଜର ରହିଛି । ହେଲେ ଭାରତୀୟ ଦଳରେ ଆହତ ସମସ୍ୟା କାରଣରୁ ଷ୍ଟାର ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନାହାନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସ୍ଥାନ ମିଳିଛି । ତେବେ ଶାମି ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଆସିଥିବାବେଳେ ପ୍ରଥମ ବଲ୍‌ରେ ହିଁ ୱିଲ ୟଙ୍ଗ୍‌ଙ୍କୁ ଆଉଟ୍‌ କରିଛନ୍ତି ।

  • " class="align-text-top noRightClick twitterSection" data="">

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଏହାପରେ ତାଙ୍କ ବିକଳ୍ପ ନେଇ ଚିନ୍ତାରେ ରହିଥିଲେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଟିଂମ୍‌ ମ୍ୟାନେଜମେଣ୍ଟ । ତେବେ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଈଶାନ କିଷାନ, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଏକାଧିକ ବିକଳ୍ପ ରହିଥିବା ଦ୍ରାବିଡ କହିଥିଲେ । ହେଲେ ଶନିବାର ସନ୍ଧ୍ୟାରେ ସୂର୍ଯ୍ୟକୁମାର ଓ ଈଶାନ କିଷାନ ଉଭୟ ଆହତ ହୋଇଥିବା ଖବର ଆସିଥିଲା । ହେଲେ ଆଜି ଶେଷ ମୁହୂର୍ତ୍ତରେ ଭାରତ ତାର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିଲା । ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଶାମି ଓ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଦଳରେ ଖେଳୁଛନ୍ତି । ଚଳିତ ବିଶ୍ବକପ୍‌ରେ ଶାମି ଓ ସୂର୍ଯ୍ୟକୁମାର ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ସାମି-SKY

ତେବେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଦଳର ଅଭିଜ୍ଞ ପେସର୍‌ ଶାମି ନିଜ ପ୍ରଥମ ଓଭରର ପ୍ରଥମ ବଲରେ ହିଁ ୱିକେଟ ଦଖଲ କରିଛନ୍ତି । ସେ ନିଜର ପ୍ରଥମ ବଲରେ ନ୍ୟୁଜିଲାଣ୍ଡର ଯୁବ ଓପନର ୱିଲ ୟଙ୍ଗ(୧୭)ଙ୍କୁ କ୍ଲିନବୋଲ୍ଡ କରିଥିଲେ । ନିଜର ଟ୍ରେଡ୍‌ ମାର୍କ ଲେନ୍ଥ ବଲ ମାଧ୍ୟମରେ ସଫଳତା ପାଇଛନ୍ତି ଶାମି । ଏହା ପୂର୍ବରୁ ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡର ଅନ୍ୟତମ ଓପନର ଡେଭନ୍‌ କନ୍‌ୱେଙ୍କ ୱିକେଟ ନେଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ । ପ୍ରକାଶଯୋଗ୍ୟ, ଧର୍ମଶାଳାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.