ETV Bharat / sports

Cricket World Cup 2023: ବ୍ୟାଟିଂ ବିପର୍ଯ୍ୟୟ ପରେ ୧୭୯ରେ ଅଟକିଲା ନେଦରଲ୍ୟାଣ୍ଡ, ୧୬୦ ରନ୍‌ରେ ଇଂଲଣ୍ଡର ସମ୍ମାନଜନକ ବିଜୟ

author img

By ETV Bharat Odisha Team

Published : Nov 8, 2023, 9:27 PM IST

Updated : Nov 8, 2023, 9:43 PM IST

ନେଦରଲ୍ୟାଣ୍ଡ ବିପକ୍ଷରେ ସହଜ ବିଜୟ ସହ ସମ୍ମାନ ରଖିଲା ଇଂଲଣ୍ଡ । ୩୩୯ ରନର ପିଛା କରିବାକୁ ଯାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୭୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ନେଦରଲ୍ୟାଣ୍ଡ । ଶତକୀୟ ପାଳି ଖେଳିଥିବା ବେନ୍‌ ଷ୍ଟୋକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ । ଅଧିକ ପଢ଼ନ୍ତୁ

୧୬୦ ରନ୍‌ରେ ଇଂଲଣ୍ଡର ସମ୍ମାନଜନକ ବିଜୟ
ବ୍ୟାଟିଂ ବିପର୍ଯ୍ୟୟ ପରେ ୧୭୯ରେ ଅଟକିଲା ନେଦରଲ୍ୟାଣ୍ଡ

ପୁଣେ: ବିଶ୍ବକପ୍‌ ୨୦୨୩ରେ ଖରାପ ଫର୍ମ ଦେଇ ଗତି କରୁଥିବା ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ବୁଧବାର ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ପରାସ୍ତ କରିଛି । ସେମିଫାଇନାଲ ପରେ ଆଗାମୀ ଚମ୍ପିଆନ୍ସ ଟ୍ରଫି ଯୋଗ୍ୟତା ଦୌଡ଼ରୁ ମଧ୍ୟ ବାଦ ପଡ଼ିଥିବା ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଡାୱିଡ୍‌ ମଲାନଙ୍କ ୮୭ ରନର ଦମଦାର ପାଳି ପରେ ବେନ୍‌ ଷ୍ଟୋକ୍ସଙ୍କ ଶତକୀୟ ପାଳି ଓ କ୍ରିସ୍‌ ୱକ୍ସ ଅର୍ଦ୍ଧଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୯ ରନର ବଡ଼ ସ୍କୋର କରିଥିଲା । ଜବାବରେ ନେଦରଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୭୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି । ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ଓ ଆଦିଲ ରଶିଦ୍‌ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି । ଶତକୀୟ ପାଳି ଖେଳିଥିବା ବେନ୍‌ ଷ୍ଟୋକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ।

ଇଂଲଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପାଇଁ ଓପନର ଡାୱିଡ୍‌ ମଲାନ ବେଶ ଭଲ ଆରମ୍ଭ କରିଥିଲେ । ବେୟାର୍‌ଷ୍ଟୋ କିନ୍ତୁ ୧୫ ରନ କରି ଫେରିଯାଇଥିଲେ । ଜୋ ରୁଟ୍‌ ୨୮ ରନ କରି ବୋଲ୍ଡ ହେବାପରେ ମଲାନ ମଧ୍ୟ ରନ୍‌ ଆଉଟ୍‌ ହୋଇଯାଇଥିଲେ । ମଲାନ ୭୪ ବଲରୁ ୮୭ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍ସ ଓ କ୍ରିସ୍‌ ୱକ୍ସଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ୱକ୍ସ ୪୫ ବଲରୁ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଷ୍ଟୋକ୍ସ ୮୪ ବଲରୁ ୬ଟି ଲେଖାଏଁ ଛକା ଓ ଚୌକା ବଳରେ ୧୦୮ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋରକୁ ୩୩୯ ରନରେ ପହଞ୍ଚାଇଥିଲେ ।

ନେଦରଲ୍ୟାଣ୍ଡ ବୋଲିଂ: ନେଦରଲ୍ୟାଣ୍ଡ ପକ୍ଷରୁ ବୋଲିଂ ପ୍ରଦର୍ଶନ ସେତେ ଆଖିଦୃଶିଆ ନଥିଲା । ଦଳ ପାଇଁ ବସ୍‌ ଡିଲେଡ୍‌ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ ମଧ୍ୟ ୭୪ ବହୁମୂଲ୍ୟ ରନ ବ୍ୟୟ କରିଥିଲେ । ଆର୍ଯ୍ୟାନ ଦତ୍ତ ଓ ଲୋଗାନ ଭାନ୍‌ ବିକ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ପୌଲ ଭାନ୍‌ ମୀକେରେନ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଷ୍ଟୋକ୍ସଙ୍କ ଦମଦାର ଶତକ, ବିପର୍ଯ୍ୟୟ ଘଟାଇବାକୁ ନେଦରଲ୍ୟାଣ୍ଡ ଆଗରେ ୩୪୦ ଟାର୍ଗେଟ୍‌

ନେଦରଲ୍ୟାଣ୍ଡ ବ୍ୟାଟିଂ: ଡଚ୍‌ ଓପନର ମ୍ୟାକ୍ସ ଓଡ୍‌ୱଡ୍ କେବଳ ୫ ରନ କରି ଆଉଟ୍‌ ହୋଇଥିଲେ । ୱେସ୍‌ଲି ବରେସି ୩୭ ରନର ପାଳି ଖେଳି ଆଉଟ୍‌ ହୋଇଥିବାବେଳେ ସାଇବ୍ରାଣ୍ଡ ଏଙ୍ଗେଲ୍‌ବ୍ରେଚ୍‌ ୩୩ ରନ୍‌ର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ ୪୨ ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୩୮ ରନର ସଙ୍ଘର୍ଷପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ବସ୍‌ ଡିଲେଡ୍‌ କେବଳ ୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତେଜା ନିଦାମାନୁରୁ ଦଳ ପାଇଁ ସର୍ବାଧିକ ୪୧ ଅପରାଜିତ ରନ ସଂଗ୍ରହ କରିଥିଲେ । ତାଙ୍କ ପାଳିରେ ୨ ଚୌକା ଓ ୩ ଛକା ସାମିଲ ରହିଥିଲା । ହେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ମଧ୍ୟ ସକ୍ଷମ ହୋଇନଥିଲେ । ଫଳରେ କେବଳ ୧୭୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ନେଦରଲ୍ୟାଣ୍ଡ ।

ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଓ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମୋଇନ ଅଲ୍ଲୀ ଓ ଆଦିଲ ରଶିଦ ଉଭୟ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ଡେଭିଡ୍‌ ୱିଲି ୨ଟି ଶତକ ହାସଲ କରିଥିବାବେଳେ କ୍ରିସ୍‌ ୱକ୍ସଙ୍କୁ ଗୋଟିଏ ସଫଳତା ମିଳିଥିଲା । ଶତକୀୟ ପାଳି ଖେଳିଥିବା ବେନ୍‌ ଷ୍ଟୋକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2023, 9:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.