ETV Bharat / sports

Cricket World Cup 2023: ଭାରତ ଏକ ଶ୍ରେଷ୍ଠ ଦଳ, ଦୁଇ ଇନ୍‌-ଫର୍ମ ଦଳ ମଧ୍ୟରେ କଡ଼ା ଟକ୍କର ହେବ କହିଲେ ଟମ୍‌ ଲାଥମ

ରବିବାର ବିଶ୍ବକପ୍‌ ୨୦୨୩ରେ ମୁହାଁମୁହିଁ ହେବେ ଚଳିତ ବିଶ୍ବକପ୍‌ ୨୦୨୩ରେ ଅପରାଜିତ ରହିଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ଏହାପୂର୍ବରୁ ଭାରତ ଏକ ଶ୍ରେଷ୍ଠ ଦଳ ବୋଲି ସ୍ବୀକାର କରିଛନ୍ତି କିୱି ଅଧିନାୟକ ଟମ୍‌ ଲାଥମ । ଦୁଇ ଇନ୍‌-ଫର୍ମ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଲାଥମ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 21, 2023, 9:29 PM IST

ପ୍ରେସ୍‌ମିଟ୍‌ରେ ଟମ ଲାଥମ
Tom Latham Press Meet

ଧର୍ମଶାଳା: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଅପରାଜିତ ରହିଛନ୍ତି । ଉଭୟ ଚଳିତ ବିଶ୍ବକପ୍‌ରେ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବାବେଳେ ସମସ୍ତ ମ୍ୟାଚ୍‌ ଜିତି ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହି ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଲିଗ୍‌ ପର୍ଯ୍ୟାୟରେ ଆସନ୍ତା ୨୨ ତାରିଖ (ରବିବାର) ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ଦଳ । ଏହା ପୂର୍ବରୁ ଏଥର ବିଶ୍ବକପ୍‌ରେ ନିଜ ଦଳର ସଫଳତାର କାରଣ କହିଚନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ୍ ଲାଥମ୍‌ । ପରିସ୍ଥିତି ସହ ଶୀଘ୍ର ଖାପ ଖୁଆଇ ଆଗକୁ ବଢ଼ିବା ଏହି ବିଶ୍ବକପ୍‌ରେ ତାଙ୍କ ଦଳର ସଫଳତାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।

  • " class="align-text-top noRightClick twitterSection" data="">

'ବିଭିନ୍ନ ପରିବେଶରେ ଯଥାଶୀଘ୍ର ଖାପ ଖୁଆଇବା ସଫଳତାର ମୂଳମନ୍ତ୍ର': ପ୍ରେସ୍‌ମିଟ୍‌ରେ ଲାଥମ କହିଛନ୍ତି, "ଦଳଗତ ଭାବେ ଆମ ପାଇଁ ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇବା ଗୁରୁତ୍ବପୂର୍ଣ୍ଣ ଏବଂ ଯଥାସମ୍ଭବ ଆମେ ତାହା କରିବାକୁ ଚେଷ୍ଟା କରୁ । ଆମେ ଭାରତରେ ଅଛୁ, ତେଣୁ ଆମକୁ ବିଭିନ୍ନ ପରିବେଶରେ ଖେଳିବାକୁ ହେବ । ତେଣୁ, ଅନୁକୂଳତା ଏବଂ ଯୋଜନାରେ ଲାଗି ରହିବା ଆମକୁ ଏକ ଭଲ ସୁଯୋଗ ଦେଇଥାଏ । ଆମ ପାଇଁ ଯୋଜନାରେ ଲାଗି ରହିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରି ଯଥାସମ୍ଭବ ଖେଳରେ ରହିବାକୁ ଆମେ ଯାହା କରିଛୁ ତାହା ହେଉଛି ଆମ ସଫଳତାର ସୂତ୍ର । ଗତ ଦୁଇଟି ଦିନିକିଆ ବିଶ୍ବକପ୍‌ (୨୦୧୫ ଓ ୨୦୧୯) ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ପରିବେଶ ପ୍ରାୟତଃ ଆମ ପାଇଁ ଘରୋଇ ପରିବେଶ ସହ ସମାନ ଥିଲା । ହେଲେ ଭାରତୀୟ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଧର୍ମଶାଳାରେ କାହାର ବିଜୟଧାରାରେ ଲାଗିବ ବ୍ରେକ, ଜାଣନ୍ତୁ କାହା ପଲ୍ଲା ଭାରି

​ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଭାରତକୁ ହରାଇବା ସହଜ ନୁହେଁ କହିଲେ ସାଣ୍ଟ୍‌ନର

'ଭାରତ ଏକ ଦୃଢ଼ ପ୍ରତିଦ୍ବନ୍ଦ୍ବୀ': ଚଳିତ ବିଶ୍ବକପ୍‌ରେ ଭାରତର ଜାରି ରହିଥିବା ଦମଦାର ପ୍ରଦର୍ଶନକୁ ନେଇ ଲାଥମ କହିଛନ୍ତି, "ଭାରତ ହେଉଛି ଏକ ବହୁତ ଶକ୍ତିଶାଳୀ ବିପକ୍ଷ । ଏହା ଆମେ ଦୀର୍ଘ ବର୍ଷରୁ ଦେଖି ଆସୁଛୁ ଏବଂ ଏହି ବିଶ୍ବକପ୍‌ରେ ମଧ୍ୟ ସମସ୍ତେ ଦେଖୁଛନ୍ତି । ତେବେ ଦୁଇ ଇନ୍‌-ଫର୍ମ ଦଳ ମଧ୍ୟରେ ହେବାକୁ ଯାଉଥିବା ମ୍ୟାଚ୍‌ ବେଶ ରୋମାଞ୍ଚକର ହେବାକୁ ଯାଉଛି । ଉଭୟ ବ୍ୟାଟିଂରେ ଓ ବୋଲିଂରେ ୫୦ ଓଭର ଭଲ ପ୍ରଦର୍ଶନ କରିବା ଜରୁରୀ । ଭାରତୀୟ ଦଳର ଶୀର୍ଷକ୍ରମ ବେଶ ଭଲ ପ୍ରଦର୍ଶନ କରୁଛନ୍ତି । ଆମ ଦଳର ବୋଲିଂ ଆଟାକ୍‌ ମଧ୍ୟ କ୍ରମାଗତ ଭଲ ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ବୋଲିଂ ଓ ଆମ ଦଳର ଟପ୍‌ ଅର୍ଡର ଭିତରେ ମଧ୍ୟ ଏକ ଦୃଢ଼ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ।"

'ମୁଖ୍ୟ ଭୂମିକା ନେବେ ସାଣ୍ଟନର': ଭାରତୀୟ ପିଚ୍‌ ସ୍ପିନ୍‌କୁ ସୁହାଇଥାଏ । ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର ସ୍ପିନର ମିଚେଲ୍‌ ସାଣ୍ଟନର୍‌ ପ୍ରତି ମ୍ୟାଚ୍‌ରେ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତାଙ୍କର ଆଇପିଏଲ୍‌ ଅଭିଜ୍ଞତା ଓ ଭାରତୀୟ ପରିବେଶରେ ଖାପ ଖୁଆଇବା ଅଭ୍ୟାସ କିୱି ଦଳକୁ ଫାଇଦା ଦେଇଛି । ଏଭଳି ପରିସ୍ଥିତିରେ ଭାରତ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଏକ ବଡ଼ ଭୂମିକା ନିର୍ବାହ କରିବେ ବୋଲି ଅଧିନାୟକ ଟମ୍‌ ଲାଥମ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.