ETV Bharat / sports

Cricket World Cup 2023: କ୍ରିକେଟ୍‌ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖାହେବ ମ୍ୟାକ୍ସୱେଲ୍‌ଙ୍କ ଐତିହାସିକ ପାଳି

author img

By ETV Bharat Odisha Team

Published : Nov 8, 2023, 9:04 PM IST

ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଆଫଗାନିସ୍ତାନ ବିପକ୍ଷ ଐତିହାସିକ ପାଳି କ୍ରିକେଟ୍‌ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖାହେବ । ଜାଣନ୍ତୁ ଏଭଳି ଆଉ କିଛି ସ୍ମରଣୀୟ ପାଳି ବିଷୟରେ । ଅଧିକ ପଢ଼ନ୍ତୁ

କ୍ରିକେଟ୍‌ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖାହେବ ମ୍ୟାକ୍ସୱେଲ୍‌ଙ୍କ ଐତିହାସିକ ପାଳି

ହାଇଦ୍ରାବାଦ: ଆଫଗାନିସ୍ତାନ ବିପକ୍ଷରେ ହାରିଯାଇଥିବା ମ୍ୟାଚ୍‌କୁ ଜିତିବା ସହ କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଛନ୍ତି ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ୨୯୨ ଲକ୍ଷ୍ୟ ନେଇ ଖେଳୁଥିବା ଅଷ୍ଟ୍ରେଲିଆ କେବଳ ୯୧ ରନ୍‌ରେ ୭ଟି ୱିକେଟ୍ ହରାଇବା ପରେ ଏକଦା ଲାଗୁଥିଲା ଯେ ଆଫଗାନିସ୍ତାନ ସହଜରେ ଏହି ମ୍ୟାଚ୍ ଜିତିବ । ହେଲେ ସେହି ସମୟ ପର୍ଯ୍ୟନ୍ତ ମ୍ୟାକ୍ସି ଝଡ଼ ଆସିବା ବାକି ଥିଲା । ଅବିଶ୍ବସନୀୟ ଭାବେ ଏକାକୀ ୨୦୧ ରନ୍‌ କରି ମ୍ୟାକ୍ସୱେଲ୍‌ ଦଳକୁ ଜିତାଇଥିଲେ । ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ତେବେ ମ୍ୟାକ୍ସୱେଲ୍‌ଙ୍କ ଏହି ଐତିହାସିକ ପାଳି ପରେ ନଜର ପକାନ୍ତୁ କ୍ରିକେଟ୍‌ ଇତିହାସର ୩ଟି ସ୍ମରଣୀୟ ମ୍ୟାଚ୍ ବିଜୟୀ ପାଳି ବିଷୟରେ ।

କପିଲ ଦେବ: ୧୯୮୩ ବିଶ୍ବକପ୍‌ ବିଷୟରେ ସମସ୍ତେ ଜାଣନ୍ତି । କପିଲ ଦେବଙ୍କ ନେତୃତ୍ବରେ ପ୍ରଥମ ଥର ଏହି ବିଶ୍ବକପ୍‌ ଜିତି ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ । କ୍ରିକେଟ୍‌ ଇତିହାସର ସବୁଠୁ ସ୍ମରଣୀୟ ଇନିଂସ ହେଉଛି ଜିମ୍ବାୱେ ବିପକ୍ଷରେ କପିଲ ଦେବଙ୍କ ବିଶ୍ବକପ୍‌ ଇନିଂସ । ଏହି ମ୍ୟାଚ୍‌ରେ ଭାରତ ୫ ୱିକେଟ୍‌ ହରାଇ କେବଳ ୧୭ ରନ କରିପାରିଥିଲା । ୬ଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କପିଲ୍‌ ଦେବ ଏହି ମ୍ୟାଚ୍‌ରେ ୧୩୮ ବଲରେ ୧୬ ଚୌକା ଓ ୬ ଛକା ସହାୟତାରେ ୧୭୫ ରନ୍‌ର ଐତିହାସିକ ପାଳି ଖେଳିଥିଲେ । ଏହି ପାଳି ବଳରେ ଭାରତ ଜିମ୍ବାୱେକୁ ୨୬୬ ରନ୍ ଟାର୍ଗେଟ୍‌ ଦେଇଥିଲା । କପିଲଙ୍କ ଏହି ଇନିଂସରେ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟର ଥିବା ସୟଦ କିର୍ମାନୀ ଅନ୍ୟପଟେ ନିଜ ୱିକେଟ୍‌ ବଞ୍ଚାଇ ୨୪ ଅପରାଜିତ ରନ୍‌ ସ୍କୋର କରିଥିଲେ । ଜବାବରେ ଜିମ୍ବାୱେ ଦ୍ବିତୀୟ ଇନିଂସରେ ମାତ୍ର ୨୩୫ ରନ୍ ହିଁ ସ୍କୋର କରିପାରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାଙ୍ଖେଡେରେ ୱାନ୍‌ ମ୍ୟାନ୍‌ ଶୋ', ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍‌

ଇଞ୍ଜାମାମ-ଉଲ୍‌-ହକ୍‌: ୧୯୯୨ ବିଶ୍ବକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଏକ ଐତିହାସିକ ବିଜୟ ଲାଭ କରିଥିଲା । ଏହି ବିଜୟରେ ଇଞ୍ଜାମାମ-ଉଲ୍‌-ହକ୍‌ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଏହି ମ୍ୟାଚ୍‌ରେ ୩୭ ବଲରୁ ୬୦ ରନ୍‌ର ସ୍ମରଣୀୟ ପାଳି ଖେଳିଥିଲେ । ୨୨ ବର୍ଷୀୟ ଇଞ୍ଜାମାମଙ୍କ ପାଇଁ ଅଧିନାୟକ ଇମ୍ରାନ ଖାନ ସେହି ସମୟରେ ଚୟନକର୍ତ୍ତାଙ୍କ ସହ ସଂଘର୍ଷ କରିଥିଲେ । ସେହି ମ୍ୟାଚ୍‌ରେ ଧୈର୍ଯ୍ୟର ସହ ଇଞ୍ଜାମାମ କିୱି ବୋଲରଙ୍କ ସାମ୍ନା କରିଥିଲେ । ଜାଭେଦ୍ ମିଆଁଦାଦ୍‌ଙ୍କ ସହ ମିଶି ସେ ନିଜ ଦଳକୁ ଏହି ମ୍ୟାଚ୍‌ ଜିତାଇଥିଲେ । ୪୫ତମ ଓଭରରେ ଇଞ୍ଜାମାମ ରନ୍‌ ଆଉଟ୍ ହୋଇଥିଲେ, କିନ୍ତୁ ସେତେବେଳକୁ ମିଆଁଦାଦ୍‌ ଏବଂ ଇଞ୍ଜାମାମ୍‌ ଦଳର ବିଜୟ ସୁନିଶ୍ଚିତ କରିସାରିଥିଲେ ଏବଂ ଗୋଟିଏ ଓଭର ବାକି ଥାଇ ସେହି ମ୍ୟାଚ୍‌ ଜିତିଥିଲା ପାକିସ୍ତାନ । ଏହି ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିବା ସହ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଥିଲା ପାକ୍‌ ଦଳ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି, ଯେଉଁଦିନ ମୈଦାନକୁ ଓହ୍ଲାଇଥିଲେ 'ହରିୟାଣା ହରିକେନ' କପିଲ ଦେବ

ହର୍ଶଲ ଗିବ୍ସ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ୧୧୧ ବଲରେ ୧୭୫ ରନ୍ ସଂଗ୍ରହ କରିଥିଲେ । ଏହି ପାଳି ସହିତ ଜୋହାନ୍ସବର୍ଗରେ ଖେଳାଯାଇଥିବା ୯୯.୫ ଓଭରର ଏହି ମ୍ୟାଚ୍‌ରେ ୮୭୨ ରନ୍ ସ୍କୋର ହୋଇଥିଲା । ଦ୍ବିପାକ୍ଷିକ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ୧୦୫ ବଲରୁ ୧୬୪ ରନ ସଂଗ୍ରହ କରିଥିଲେ । ଫଳରେ ୫୦ ଓଭରରେ ୪ ୱିକେଟ୍‌ ହରାଇ ୪୩୪ ରେକର୍ଡ ସ୍କୋର କରିଥିଲା ଅଷ୍ଟ୍ରେଲିଆ । ଜବାବରେ ଦ୍ବିତୀୟ ଓଭରରେ ଦଳୀୟ ସ୍କୋର ୧ ରନ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ଓପନର୍ ବୋଏଟା ଡିପେନାରଙ୍କୁ ହରାଇଥିଲା । କିନ୍ତୁ ଗିବ୍ସ ଦୃଢ଼ତାର ସହ ମୈଦାନକୁ ଆସିଥିଲେ ଏବଂ ଅଧିନାୟକ ଗ୍ରିମ୍ ସ୍ମିଥ୍‌ଙ୍କ ସହ ୧୮୭ ରନ୍‌ର ଭାଗିଦାରୀ କରିଥିଲେ । ୩୨ତମ ଓଭରରେ ଦଳୀୟ ସ୍କୋର ୨୯୯ ହୋଇଥିବା ବେଳେ ୧୭୫ ରନ୍‌ ସ୍କୋର କରି ଗିବ୍ସ ଆଉଟ୍ ହୋଇଥିଲେ । ଏହି ମ୍ୟାଚରେ ମାର୍କ ବଉଚର୍ ଅପରାଜିତ ୫୦ ରନ୍ ସଂଗ୍ରହ କରି ଗୋଟିଏ ବଲ୍‌ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ । ଗିବ୍ସଙ୍କ ଏହି ଇନିଂସ ତାଙ୍କ କ୍ୟାରିୟରର ସର୍ବୋତ୍ତମ ଇନିଂସ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.