ETV Bharat / sports

Cricket World Cup 2023: ନାଟକୀୟ ମ୍ୟାଚ୍‌ରେ ହାରିଲା ଶ୍ରୀଲଙ୍କା, ୩ ୱିକେଟ୍‌ରେ ଜିତିଲା ବାଂଲାଦେଶ

author img

By ETV Bharat Odisha Team

Published : Nov 6, 2023, 10:10 PM IST

Updated : Nov 6, 2023, 10:28 PM IST

ଶ୍ରୀଲଙ୍କାକୁ ୩ ୱିକେଟ୍‌ରେ ହରାଇଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ୨୭୯ ରନ କରିଥିଲା ଶ୍ରୀଲଙ୍କା । ଜବାବରେ ୪୧.୧ ଓଭରରେ ୭ ୱିକେଟ୍‌ ହରାଇ ଟାର୍ଗେଟ୍‌ ହାସଲ କରିନେଇଛି ବାଂଲାଦେଶ । ଅଧିକ ପଢ଼ନ୍ତୁ

Bangladesh wins by 3 wickets
୩ ୱିକେଟ୍‌ରେ ଜିତିଲା ବାଂଲାଦେଶ

ନୂଆଦିଲ୍ଲୀ: ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମ୍‌ରେ ହାଇଡ୍ରାମା । ନାଟକୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟ୍‌ରେ ହରାଇଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ଚରିଥ ଅସଲଙ୍କାଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ୨୭୯ ରନର ଲଢ଼ୁଆ ସ୍କୋର କରିଥିଲା । ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ୪୯.୩ ଓଭରରେ ୨୭୯ ରନ ପାଇଁ ଅଲ୍‌ଆଉଟ୍‌ ହୋଇଥିଲା ଶ୍ରୀଲଙ୍କା । ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ୍‌ ଆଉଟ୍‌କୁ ନେଇ ମ୍ୟାଚ୍‌ ମଝିରେ ବାରମ୍ବାର ବିବାଦ ଦେଖିବାକୁ ମିଳିଥିଲା । ତେବେ ନାଜମୁଲ୍‌ ହୋସେନ୍‌ ଶାଣ୍ଟୋ(୯୨) ଓ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌(୮୨)ଙ୍କ ଦମଦାର ପାଳି ବଳରେ ୨୮୦ ରନର ଟାର୍ଗେଟ୍‌କୁ ୪୧.୧ ଓଭରରେ ୭ ୱିକେଟ୍‌ ହରାଇ ହାସଲ କରିନେଇଛି ବାଂଲାଦେଶ ।

ଶ୍ରୀଲଙ୍କା ବ୍ୟାଟିଂ: ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ହିଁ ପ୍ରଥମ ଝଟ୍‌କା ଲାଗିଥିଲା । ଓପନର କୁସଲ ପେରେରା କେବଳ ୪ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ପଥୁମ ନିଶଙ୍କା ଓ ଅଧିନାୟକ କୁସଲ ମେଣ୍ଡିସ୍‌ଙ୍କ ମଧ୍ୟରେ ୬୧ ରନର ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ମେଣ୍ଡିସ୍‌ ୧୯ ରନ କରି ଆଉଟ୍‌ ହେବାପରେ ୪୧ ରନ କରିଥିବା ନିଶଙ୍କା ଆଉଟ୍‌ ହୋଇଯାଇଥିଲେ । ଚରିଥ ଅସଲଙ୍କା ଓ ସଦୀରା ସମରବିକ୍ରମା ଦଳୀୟ ପାଳିକୁ ଆଗକୁ ବଢ଼ାଇଥିଲେ । ସମରବିକ୍ରମା ୪୧ ରନର ଉପଯୋଗୀ ପାଳି ଖେଳି ଆଉଟ୍‌ ହେବାପରେ ନାଟକୀୟ ଢଙ୍ଗରେ ଟାଇମ୍‌ ଆଉଟ୍‌ ହୋଇଥିଲେ ଦଳର ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ । ଧନଞ୍ଜୟ ଡି ସିଲ୍‌ଭା (୩୪) ଓ ମହୀଶ ତୀକ୍ଷାଣା (୨୨) ଅସଲଙ୍କାଙ୍କ ସହ କିଛି ସମୟ ଦଳୀୟ ସ୍କୋରବୋର୍ଡକୁ ଗତି ଦେଇ ଆଉଟ୍‌ ହୋଇଥିଲେ । ଅସଲଙ୍କା ୧୦୫ ବଲରୁ ୬ ଚୌକା ଓ ୫ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳି ଦଳୀୟ ସ୍କୋରକୁ ୨୭୯ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ୪୯.୩ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୧୪୬ବର୍ଷ କ୍ରିକେଟ ଇତିହାସରେ ପ୍ରଥମ, Timed Out ହେଲେ ମାଥ୍ୟୁସ

ବାଂଲାଦେଶ ବୋଲିଂ: ବାଂଲାଦେଶ ପକ୍ଷରୁ ମିଶ୍ରିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ତାଞ୍ଜିମ ହାସନ ସାକିବ୍‌ ଯଦିଓ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ, ସେ ମଧ୍ୟ ସର୍ବାଧିକ ୮୦ ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଶୋରିଫୁଲ ଇସ୍‌ଲାମ୍‌ ଓ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ମେହିଡି ହାସନ ମିରାଜ ଗୋଟିଏ ୱିକେଟ୍‌ ନେଇଥିଲେ ।

ବାଂଲାଦେଶ ବ୍ୟାଟିଂ: ୨୮୦ ରନ୍‌ର ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିବା ବାଂଲାଦେଶକୁ ସେତେ ଭଲ ଆରମ୍ଭ ମିଳିନଥିଲା । ଓପନର ତାଞ୍ଜିଦ ହାସନ ୯ ଓ ଲିଟନ ଦାସ ୨୩ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ନାଜମୁଲ୍‌ ହୋସେନ୍‌ ଶାଣ୍ଟୋ ଓ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌ ଦଳୀୟ ପାଳିକୁ ସମ୍ଭାଳି ଆଗକୁ ନେଇଥିଲେ । ଉଭୟ ପିଚ୍‌ରେ ସେଟ୍‌ ହେବାପରେ ଶ୍ରୀଲଙ୍କା ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ । ଶାଣ୍ଟୋ ୯୨ ଓ ଅଧିନାୟକ ଶାକିବ୍‌ ଅଲ୍‌ ହାସନ୍‌ ୮୨ ରନ୍‌ର ପାଳି ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଉଭୟ ଆଉଟ୍‌ ହେବାପରେ ଯଦିଓ ଦଳ କିଛିମାତ୍ରାରେ ସଙ୍କଟରେ ଫସିଥିଲା, ହେଲେ ତୋହିଦ୍‌ ହ୍ରିଦୋୟ ଶେଷକୁ ଦୁଇ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ଫଳରେ ୩ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତି ନେଇଥିଲା ବାଂଲାଦେଶ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଅସଲଙ୍କାଙ୍କ ଦମଦାର ଶତକ, ବାଂଲାଦେଶ ଆଗରେ ୨୮୦ ଟାର୍ଗେଟ୍‌

ଶ୍ରୀଲଙ୍କା ବୋଲିଂ: ଶ୍ରୀଲଙ୍କା ପକ୍ଷରୁ ଆରମ୍ଭରୁ ସେଭଳି ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଯେଉଁ କାରଣରୁ ବାଂଲାଦେଶକୁ ଶାଣ୍ଟୋ ଓ ଶାକିବ୍‌ ବିଜୟ ଦ୍ବାରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ତେବେ ଦୀଲଶାନ ମଧୁଶଙ୍କା ଦଳ ପାଇଁ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ମହୀଶ ତୀକ୍ଷାଣା ଓ ଆଞ୍ଜେଲୋ ମାଥ୍ୟୁସ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 6, 2023, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.