ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ରାଜୀବ ଗାନ୍ଦୀ କ୍ରିକେଟ ଗ୍ରାଉଣ୍ଡ୍ ଷ୍ଟାଫଙ୍କୁ ଜର୍ସି ଉପହାର ଦେଇଛନ୍ତି । ଏହା ସହିତ ସାହିନ ଆଫ୍ରିଦି, ହାସନ ଅଲ୍ଲି, ମହମ୍ମଦ ରିଜୱାନ ଗ୍ରାଉଣ୍ଡଷ୍ଟାଫଙ୍କ ସହ ଏକ ଗ୍ରୁପ ଫଟୋ ଉଠାଇଥିଲେ । ହାଇଦ୍ରାବାଦ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ବିଶ୍ବକପ 2023ର ଏକ ମ୍ୟାଚ୍ ଖେଳାଯାଇଥିଲା । ମ୍ୟାଚ୍ ପରେ ଗ୍ରାଉଣ୍ଡଷ୍ଟାଫଙ୍କୁ ବାବର ଆଜମ ପାକିସ୍ତାନ ଜର୍ସି ଦେଇଥିବା ଦେଖଥିବାକୁ ମିଳିଛି ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମର ସମସ୍ତ ଗ୍ରାଉଣ୍ଡଷ୍ଟାଫଙ୍କୁ ଧନ୍ୟବାଦ ଦେଇଥିଲେ । ମ୍ୟାନ୍ ଇନ୍ ଗ୍ରୀନ୍ ଏହି ଷ୍ଟାଡିୟମରୁ ତାଙ୍କର ଅଭିଯାନ ଆରମ୍ଭ କରିଥିଲେ । ଦୁଇଟି ଯାକ ମ୍ୟାଚ୍ରେ ବିଜୟ ହାସଲ କରିଛି ପାକିସ୍ତାନ । ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଭାରତ ଗ୍ରାଉଣ୍ଡରେ 7 ବର୍ଷ ପରେ ୱାର୍ମଅପ୍ ମ୍ୟାଚ ଖେଳିଥିଲେ । ମ୍ୟାଚ ପରେ ବାବାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ପାକ୍ ଜର୍ସି ଦେବା ପରେ ସାହିନ ଆଫ୍ରିଦି, ହରିସ ରୌଫ, ହାସନ ଅଲ୍ଲୀ ଏବଂ ୱିକେଟ କିପର ମହମ୍ମଦ ରିୱାନ ଗ୍ରାଉଣ୍ଡଷ୍ଟାଫଙ୍କ ସହ ଏକ ଗ୍ରୁପ ଫଟୋ ଉଠାଇଥିଲେ ।
ଏହା ବି ପଢନ୍ତୁ...Cricket World Cup 2023: ସଫିକ୍-ରିଜ୍ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍ରେ ଜିତିଲା ପାକିସ୍ତାନ
ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ 6 ୱିକେଟରେ ବିଜୟ ହାସଲ କରିଛି । ଶ୍ରୀଲଙ୍କା 9 ୱିକେଟ ହରାଇ 344ରନ କରିଥିଲା । 345ରନ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ଏହି ମ୍ୟାଚକୁ 6 ୱିକେଟରେ ଜିତିଥିଲା । ପାକିସ୍ତାନ ପାଳିରେ ପ୍ରଥମ 10 ଓଭରରେ ଦଳ 3ଟି ୱିକେଟ ହରାଇଥିଲା । ମାତ୍ର ମହମ୍ମଦ ରିଜୱାନ ଓ ଶରିଫଙ୍କ ଶତକ ବଳରେ ଦଳ ବିଜୟ ହାସଲ କରିଥିଲା ।
ଏହା ବି ପଢନ୍ତୁ...World Cup 2023: ନଜର ପକାନ୍ତୁ କିଛି ନୂଆ ରେକର୍ଡ ଉପରେ
ପ୍ରକାଶ ଥାଉ କି, ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ହାଇଦ୍ରାବାଦରେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ 9ମ ମ୍ୟାଚ ଖେଳାଯାଇଥିଲା । ଏଥିରେ 6 ୱିକେଟରେ ବିଜୟ ହାସଲ କରିଥିଲା ପାକିସ୍ତାନ । ଏହି ମ୍ୟାଚରେ ପାକିସ୍ତାନର ମହମ୍ମଦ ରିଜୱାନ ଅପରାଜିତ 131 ରନ କରି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହା ସହିତ ଦଳ ଆଉ ଜଣେ ଖେଳାଳି ଶଫିକ 113ରନ କରିଥିଲେ । ଆସନ୍ତା ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ମ୍ୟାଚ ରହିିଛି ।