ETV Bharat / sports

Cricket World Cup 2023: ପାକିସ୍ତାନକୁ ହରାଇବା ପରେ ଉତ୍ସାହିତ ଆଫଗାନିସ୍ତାନ, ନେଇପାରିବ କି ସେମି ଟିକେଟ୍‌ ?

author img

By ETV Bharat Odisha Team

Published : Oct 24, 2023, 7:22 PM IST

କ୍ରିକେଟ୍‌ରେ କିଛି ବି ଅସମ୍ଭବ ନୁହେଁ । ବିଶ୍ବକପ୍‌ ୨୦୨୩ରେ ୩ଟି ବିପର୍ଯ୍ୟୟ ଦେଖିବା ପରେ ଏହା ପ୍ରମାଣିତ ହୋଇଛି । ହେଲେ ଇଂଲଣ୍ଡ ପରେ ପାକିସ୍ତାନକୁ ହରାଇ ଉତ୍ସାହିତ ହୋଇଥିବା ଆଫଗାନିସ୍ତାନ କଣ ସେମିଫାଇନାଲ୍‌ରେ ପ୍ରବେଶ କରି ପାରିବ ? ଜାଣନ୍ତୁ କଣ ରହିଛି ବିକଳ୍ପ...

ପାକିସ୍ତାନକୁ ହରାଇବା ପରେ ଉତ୍ସାହିତ ଆଫଗାନିସ୍ତାନ

ହାଇଦ୍ରାବାଦ: ବିଶ୍ବ କ୍ରିକେଟ୍‌ରେ ଏବେ ଆଫଗାନିସ୍ତାନ ଆଉ ଦୁର୍ବଳ ଦଳ ହୋଇ ରହିନାହିଁ । ଚଳିତ ବିଶ୍ବକପ୍‌ ୨୦୨୩ରେ ଦୁଇ ଦୁଇଟି ବିପର୍ଯ୍ୟୟ ସୃଷ୍ଟି କରି ଏବେ କମ୍ପନ ସୃଷ୍ଟି କରିଛି ଆଫଗାନିସ୍ତାନ । ୧୯୯୨ ବିଶ୍ବକପ୍‌ର ଦୁଇ ଫାଇନାଲିଷ୍ଟ୍‌ ଦଳକୁ ହରାଇ ଏବେ ସେମିଫାଇନାଲ୍‌ ଦୌଡ଼ରେ ସାମିଲ ରହିଛି ଆଫଗାନୀ ଦଳ । ପ୍ରଥମେ ଅକ୍ଟୋବର ୧୫ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ୬୯ ରନରେ ମାତ ଦେଇ ପ୍ରଥମ ବିପର୍ଯ୍ୟୟ ସଷ୍ଟି କରିଥିଲା ଆଫଗାନିସ୍ତାନ । ଏହାପରେ ସୋମବାର ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇ ଦ୍ବିତୀୟ ବିପର୍ଯ୍ୟୟ ସହ ସେମିଫାଇନାଲ ଦୌଡ଼ ଜାରି ରଖିଛି ଶାହିଦି ବାହିନୀ । ତେବେ ପାକିସ୍ତାନକୁ ହରାଇବା ପରେ ଉତ୍ସାହୀ ଆଫଗାନୀ ଦଳ କଣ ସେମିଫାଇନାଲରେ ପ୍ରବେଶ କରିପାରିବ ? ଜାଣନ୍ତୁ କଣ ରହିଛି ବିକଳ୍ପ...

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନର ବିପର୍ଯ୍ୟୟ ଜାରି, ୮ ୱିକେଟ୍‌ରେ ଆଫଗାନିସ୍ତାନର ଐତିହାସିକ ବିଜୟ

ବିଶ୍ବକପ୍‌ରେ ଦୁଇଟି ବଡ଼ ବିଜୟ ସହ ଏବେ ୪ ପଏଣ୍ଟ ପାଇ ପଏଣ୍ଟ୍ସ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ଆଫଗାନିସ୍ତାନ । ଏହା ପଛକୁ ୭ମରେ ବାଂଲାଦେଶ ରହିଥିବାବେଳେ ୮ମରେ ଲେଦରଲ୍ୟାଣ୍ଡ, ୯ମରେ ଶ୍ରୀଲଙ୍କା ଓ ୧୦ମରେ ରହିଛି ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ । ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କ ଉପଦେଶରେ ଖେଳୁଥିବା ଆଫଗାନିସ୍ତାନର ବର୍ତ୍ତମାନ ନେଟ୍‌ ରନ୍‌ ରେଟ୍‌ ରହିଛି -୦.୯୬୯ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ରସିଦ ଖାନ୍‌, ମୁଜିବୁର ରେହମାନ ଓ ମହମ୍ମଦ ନବୀଙ୍କ ଭଳି ବିଶ୍ବସ୍ତରୀୟ ବୋଲର ନିଜ ଦଳକୁ ସେମିଫାଇନାଲ୍‌ ପର୍ଯ୍ୟନ୍ତ ନେଇଯିବାରେ ସକ୍ଷମ ହେବେ କି ? ଏବେ ମଧ୍ୟ ଦଳ ପାଖରେ ସେମିରେ ପହଞ୍ଚିବାର ସୁଯୋଗ ରହିଛି । ଏଥିପାଇଁ ଦଳକୁ ବାକି ଥିବା ସମସ୍ତ ୪ଟି ମ୍ୟାଚ୍‌ ଜିତିବାକୁ ହେବ । କାରଣ ସମସ୍ତ ମ୍ୟାଚ୍‌ ଜିତିଲେ ଦଳ ପାଖରେ ୧୨ ପଏଣ୍ଟ ହୋଇଯିବ ।

ହେଲେ ସେମିଫାଇନାଲ୍‌ ରାସ୍ତା ଆଫଗାନିସ୍ତାନ ପାଇଁ ଏତେ ସହଜ ହେବନି । କାରଣ ବାକିଥିବା ମ୍ୟାଚ୍‌ ମଧ୍ୟରେ ସେମାନେ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକା ଓ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆକୁ ଭେଟିବେ । ଉଭୟ ଦଳ ଏବେ ବିଜୟଧାରାରେ ରହିଥିବାବେଳେ ସେମିଫାଇନାଲ ଟିକେଟ୍‌ ଉପରେ ନଜର ରଖିଛନ୍ତି । ତେବେ ଅକ୍ଟୋବର ୩୦ରେ ପରବର୍ତ୍ତୀ ମ୍ୟାଚ୍‌ରେ ପୁଣେରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ । ଦଳର ସ୍ପିନ୍‌ ଆଟାକ୍‌ ପୁଣିଥରେ ଏହି ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଦୁଇ ଦଳର ବର୍ତ୍ତମାନର ପ୍ରଦର୍ଶନ ଉପରେ ନଜର ପକାଇଲେ ଶ୍ରୀଲଙ୍କା ଅପେକ୍ଷା ଆଫଗାନିସ୍ତାନ ଆଗରେ ରହିଛି । ଏହାପରେ ନଭେମ୍ବର ୩ରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ନେଦରଲ୍ୟାଣ୍ଡକୁ ଭେଟିବ ଆଫଗାନିସ୍ତାନ । ପ୍ରଦର୍ଶନ ଦୃଷ୍ଟିରୁ ଏଥିରେ ମଧ୍ୟ ଆଫଗାନିସ୍ତାନ ଆଗରେ ରହିଛି । ତେବେ ଲିଗ୍‌ ପର୍ଯ୍ୟାୟରେ ଶେଷ ଦୁଇଟି ମ୍ୟାଚ୍‌ ଦଳ ପାଇଁ କଷ୍ଟକର ହୋଇପାରେ । କାରଣ ନଭେମ୍ବର ୭ରେ ଅଷ୍ଟ୍ରେଲିଆ ଓ ୧୦ରେ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.