ETV Bharat / sports

Cricket World Cup 2023: ପାକିସ୍ତାନର ବିପର୍ଯ୍ୟୟ ଜାରି, ୮ ୱିକେଟ୍‌ରେ ଆଫଗାନିସ୍ତାନର ଐତିହାସିକ ବିଜୟ - ପାକିସ୍ତାନର ବିପର୍ଯ୍ୟୟ ଜାରି

ପାକିସ୍ତାନର ବିଶ୍ବସ୍ତରୀୟ ବୋଲରଙ୍କୁ ଧୋଇଦେଲେ ଆଫଗାନୀ ବ୍ୟାଟର । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୮ ୱିକେଟ୍‌ରେ ମାତ ଦେଇଛି ଆଫଗାନିସ୍ତାନ । ଅଧିକ ପଢ଼ନ୍ତୁ

୮ ୱିକେଟ୍‌ରେ ଆଫଗାନିସ୍ତାନର ରୋମାଞ୍ଚକର ବିଜୟ
୮ ୱିକେଟ୍‌ରେ ଆଫଗାନିସ୍ତାନର ରୋମାଞ୍ଚକର ବିଜୟ
author img

By ETV Bharat Odisha Team

Published : Oct 23, 2023, 10:02 PM IST

Updated : Oct 23, 2023, 10:26 PM IST

ଚେନ୍ନାଇ: ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନର ବିପର୍ଯ୍ୟୟ ଜାରି । ବିଶ୍ବସ୍ତରୀୟ ବୋଲରଙ୍କୁ ଧୋଇଦେଲେ ଆଫଗାନୀ ବ୍ୟାଟର । ଆଜି ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୮ ୱିକେଟ୍‌ରେ ମାତ ଦେଇଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନୀ ସ୍ପିନ୍‌ ଆଟାକ୍‌ ବିପକ୍ଷରେ ପାକିସ୍ତାନୀ ବ୍ୟାଟର ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଓପନର ଅବ୍‌ଦୁଲ୍ଲା ସେଫିକ୍‌ ଓ ବାବର ଆଜମଙ୍କ ଅର୍ଦ୍ଧଶତକୀୟ ପାଳି ପରେ ଶଦାବ ଖାନ (୪୦) ଓ ଇଫ୍‌ତିଖାର ଅହମ୍ମଦ (୪୦)ଙ୍କ ବିସ୍ଫୋରକ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୨ ରନ ସଂଗ୍ରହ କରିଥିଲା ପାକିସ୍ତାନ । ଜବାବରେ ପାକିସ୍ତାନୀ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ୮ ୱିକେଟ୍‌ରେ ମ୍ୟାଚ୍‌ ଜିତି ନେଇଛି ଆଫଗାନିସ୍ତାନ ।

ପାକିସ୍ତାନ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ଦଳକୁ ମଧ୍ୟ ଦୁଇ ଓପନର ଅବଦୁଲ୍ଲା ସେଫିକ୍‌ ଓ ଇମାମ୍‌-ଉଲ୍‌-ହକ୍‌ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୫୬ ରନ ଯୋଡ଼ିଥିଲେ । ହେଲେ କେବଳ ୧୭ ରନ କରି ଆଉଟ୍‌ ହୋଇଥିଲେ ଇମାମ୍‌-ଉଲ୍‌-ହକ୍‌ । ଏହାପରେ ଅଧିନାୟକ ବାବର ଆଜମଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ ଅବ୍‌ଦୁଲ୍ଲା ସେଫିକ୍‌ । ସେ ୭୫ ବଲରୁ ୫୮ ରନ କରି ଆଉଟ୍‌ ହୋଇଥିଲେ । ଏହି ବିଶ୍ବକପ୍‌ରେ ନିଜର ପ୍ରାଇମ ଫର୍ମରେ ରହିଥିବା ମହମ୍ମଦ ରିଜ୍‌ୱାନ କେବଳ ୮ ରନ କରି ଆଉଟ୍‌ ହୋଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସାଉଦ ଶକୀଲ ଅଧିନାୟକ ମହମ୍ମଦ ରଜ୍‌ୱାନଙ୍କ ସାଥ୍‌ ଦେଇଥିଲେ ମଧ୍ୟ ସେ କେବଳ ୨୫ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ଅଧିନାୟକ ବାବର ଆଜମ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ । ସେ ଦଳ ପାଇଁ ସର୍ବାଧିକ ୭୪ ରନ କରି ଆଉଟ୍‌ ହୋଇଥିଲେ । ତେବେ ଶେଷରେ ଶଦାବ ଖାନ (୪୦) ଓ ଇଫ୍‌ତିଖାର ଅହମ୍ମଦ (୪୦) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୨୮୨ର ବଡ଼ ସ୍କୋରରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସ୍ପିନ୍‌ରେ ସଙ୍ଘର୍ଷ-ପେସରଙ୍କୁ ଆଟାକ୍‌, ଆଫଗାନିସ୍ତାନ ଆଗରେ ଲକ୍ଷ୍ୟ ୨୮୩

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ସ୍ପିନ୍‌ ବିଭାଗ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ନୂର ଅହମ୍ମଦ ଦଳ ପାଇଁ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିଲେ । ଆଜମତୁଲ୍ଲା ଓମରଜାଇ ଓ ମହମ୍ମଦ ନବୀ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ନବୀନ ଉଲ୍‌ ହକ୍‌ ୭ ଓଭରରୁ ୫୨ ରନ ବ୍ୟୟ କରି ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ହେଲେ ଦଳର ଷ୍ଟାର ସ୍ପିନର ମୁଜୀବୁର ରେହମାନ ୮ ଓଭରରୁ ୫୫ ରନ ବ୍ୟୟ କରିଥିଲେ ମଧ୍ୟ ଦଳକୁ କୌଣସି ସଫଳତା ଦେଇପାରିନଥିଲେ ।

  • " class="align-text-top noRightClick twitterSection" data="">

ଆଫଗାନିସ୍ତାନ ବ୍ୟାଟିଂ: ୨୮୩ ରନର ବଡ଼ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆଫଗାନିସ୍ତାନ ପାଇଁ ଦମଦାର ଆରମ୍ଭ କରିଥିଲେ ଦୁଇ ଓପନର ରେହ୍‌ମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ୍‌ ଜଦ୍ରାନ । ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ସେ ପାକିସ୍ତାନ ବୋଲରଙ୍କ ଲାଇନ୍‌ ଲେନ୍ଥ୍‌ ବିଗାଡ଼ି ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୧୩୦ ରନ୍‌ ଯୋଡ଼ିଥିଲେ । ଏହାପରେ ୫୩ ବଲରୁ ୯ ଚୌକା ଓ ଗୋଟିଏ ଛକା ବଳରେ ୬୫ ରନର ବିସ୍ଫୋରକ ପାଳି ଖେଳିଥିବା ଷ୍ଟାର ଓପନର ରେହ୍‌ମାନୁଲ୍ଲା ଗୁର୍‌ବାଜ ଆଉଟ୍‌ ହୋଇଥିଲେ । ଏହାପରେ ଇବ୍ରାହିମ୍‌ ଜଦ୍ରାନ ଓ ରେହମତ ଶାହ ଦଳୀୟ ପାଳିକୁ ସମ୍ଭାଳି ଆଗକୁ ଚାଲିଥିଲେ । ଦଳୀୟ ସ୍କୋର ୧୯୦ ହୋଇଥିବାବେଳେ ୧୧୩ ବଲରୁ ୧୦ ଚୌକା ସହିତ ଧୈର୍ଯ୍ୟପୂର୍ଣ୍ଣ ୮୭ ରନର ଦମଦାର ପାଳି ଖେଳି ଆଉଟ୍‌ ହୋଇଥିଲେ ଇବ୍ରାହିମ୍‌ ଜଦ୍ରାନ । ହେଲେ ରେହମତ ଶାହ ଓ ଅଧିନାୟକ ହସମତୁଲ୍ଲା ଶାହିଦି ଦଳକୁ ମ୍ୟାଚ୍‌ ବିଜୟୀ କରାଇଥିଲେ । ରେହମତ ଶାହ ୮୪ ବଲରୁ ୫ ଚୌକା ଓ ୨ ଛକା ବଳରେ ୭୭ ରନ କରିଥିବାବେଳେ ୪୫ ବଲରୁ ୪ ଚୌକା ବଳରେ ୪୮ ରନର ପାଳି ଖେଳି ଦଳକୁ ଜତାଇଥିଲେ ଅଧିନାୟକ ହସମତୁଲ୍ଲା ଶାହିଦି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନ ଅପେକ୍ଷାର ଅନ୍ତ, 1100 ବଲ ପରେ ପାୱାର ପ୍ଲେରେ ବାଜିଲା ଛକା

ପାକିସ୍ତାନ ବୋଲିଂ: ପାକିସ୍ତାନ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳ ପକ୍ଷରୁ କେବଳ ଶାହୀନ ଆଫ୍ରିଦି ଓ ହାସନ ଅଲି ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ହେଲେ ଅନ୍ୟ କୌଣସି ବୋଲର ଦଳ ପାଇଁ ସଫଳତା ଆଣିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2023, 10:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.