ETV Bharat / sports

ଚମକିଲେ ଚହଲ, ହିଟ୍ ହେଲେ ହିଟମ୍ୟାନ - chahal

ଚମକିଲେ ଚହଲ । ହିଟ ହେଲେ ରୋହିତ । ଦକ୍ଷିଣ ଆଫ୍ରିକାକୁ 6ୱିକେଟରେ ମାତ ଦେଲା ବିରାଟ ବାହିନୀ । ଲଗାତାର 3ଟି ମ୍ୟାଚ ହାରି ଦକ୍ଷିଣ ଆଫ୍ରିକାର ବିଶ୍ବକପ ଅଭିଯାନ ଫିକା ପଡିଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ (ଟ୍ବିଟର ବିସିସିଆଇ)
author img

By

Published : Jun 6, 2019, 11:37 AM IST

ସାଉଥମ୍ପଷ୍ଟନ: ଚମକିଲେ ଚହଲ । ହିଟ ହେଲେ ହିଟମ୍ୟାନ ରୋହିତ । ଦକ୍ଷିଣ ଆଫ୍ରିକାକୁ 6ୱିକେଟରେ ମାତ ଦେଲା ବିରାଟ ବାହିନୀ । ପ୍ରଥମେ ବ୍ୟାଟିଂକରିବାର ନିଷ୍ପତ୍ତି ନେଇଥିଲେ ଡୁପ୍ଲେସିସ । ତେବେ ଟିମ ଇଣ୍ଡିଆ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଥିଲା ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ (ଟ୍ବିଟର ବିସିସିଆଇ)

ପାଗ ସାମାନ୍ୟ ମେଘୁଆ ଥିବାରୁ ପେସ ବୋଲରଙ୍କୁ ସୁହାଇଥିଲା ପିଚ । ଏହି ସୁଯୋଗର ଭରପୁର ଫାଇଦା ଉଠାଇଥିଲେ ବୁମ୍ରା । କ୍ରିକେଟ ଜୀବନର ପ୍ରଥମ ବିଶ୍ବକପ ମ୍ୟାଚରେ ବୁମ୍ରା ଡି କକ ଓ ହାସିମ ଅମଲାଙ୍କୁ ଶୀଘ୍ର ପ୍ୟାଭିଲିୟନ ପଠାଇଦେଇଥିଲେ । ପରେ ଚହଲ ନିଜ ସ୍ପିନ ଜାଲ ବିଛାଇଥଲେ । ଫର୍ମରେ ନଥିବା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ସ୍ପିନରେ ଖୁବ ନଚାଇଥିଲେ ଚହଲ । ମୋଟ 4ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ଚହଲ । ଫଳରେ ଦକ୍ଷିଣ ଆଫ୍ରିକାର ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ବୁମେରାଂ ହୋଇଥିଲା । ମାତ୍ର 227 ରନରେ ଅଟକିଯାଇଥିଲା ଦକ୍ଷିଣ ଆଫ୍ରିକା ।

ତେବେ 228 ରନର ଲକ୍ଷ୍ୟକୁ ପିଛା କରିଥିଲା ଟିମଇଣ୍ଡିଆ । ରୋହିତଙ୍କ ବ୍ୟାଟରୁ ଆସିଥିଲା କ୍ୟାରିୟରର ଦମଦାର 23 ତମ ଶତକ । 122 ରନ ପାଳି ଖେଳି ଶେଷ ଯାଏ ନଟଆଉଟ ଥିଲେ ହିଟମ୍ୟାନ । ଫଳରେ ଭାରତ 15ବଲ ବାକି ଥାଇ ବିଜୟଲକ୍ଷ୍ୟକୁ ପାର କରିଥିଲା । ତେବେ ଲଗାତାର 3ଟି ମ୍ୟାଚ ହାରି ଦକ୍ଷିଣ ଆଫ୍ରିକାର ବିଶ୍ବକପ ଅଭିଯାନ ଫିକା ପଡିଯାଇଛି ।

Intro:Body:

erterte

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.