ହାଇଦ୍ରାବାଦ: ଟିମ ଇଣ୍ଡିଆର ହିଟ ମ୍ୟାନ ରୋହିତ ସାଧାରଣ ଲୋକଙ୍କୁ ଏକ ଭାବପୂର୍ଣ୍ଣ ଅନୁରୋଧ କରିଛନ୍ତି । ନିରୀହ ପଶୁଙ୍କ ପାଇଁ ରୋହିତଙ୍କ ହୃଦୟ କାନ୍ଦି ଉଠିଛି । ପ୍ରଳୟଙ୍କାରୀ ବନ୍ୟାରେ ଉବୁଟୁବୁ ହେଉଛି ଆସାମ । ଯୁଆଡେ ଚାହିଁବ ପାଣି ଆଉ ପାଣି । ଆସାମର ପାଖାପାଖି 90 ପ୍ରତିଶତରୁ ଅଧିକ ସ୍ଥଳଭାଗ ବନ୍ୟାପାଣି ଘେରରେ ରହିଛି । ଏଥରୁ ବାଦ ପଡିନି କାଜିରଙ୍ଗା ଜାତୀୟ ଉଦ୍ୟାନ । ପାଣିରେ ବୁଡିଛି ଜୀବଜନ୍ତୁଙ୍କ ବାସସ୍ଥଳୀ । ତେଣୁ ଅନେକ ଛୋଟ ଜୀବଙ୍କ ଜୀବନ ବିପଦରେ ପଡିଛି ।
ସେଥିପାଇଁ ପାଣିରୁ ନିସ୍ତାର ପାଇବାକୁ ସେମାନେ ଜାତୀୟ ରାଜପଥର ସାହାରା ନେଇଛନ୍ତି । ହାତୀ ଭଳି ଜୀବ ରାସ୍ତା ଉପରକୁ ଉଠି ଆସିଛନ୍ତି । ତେବେ ଏହି ମୁଖ୍ୟ ରାସ୍ତା ଦେଇ ଚଳାଚଳା କରୁଥିବା ଗାଡି ରାସ୍ତାରେ ଅଟକି ରହିଛି ।
ତେବେ ଏହି ରାସ୍ତାରେ ଗାଡି ଧିରେ ଚଳାଇବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ଟ୍ବିଟ କରି ରୋହିତ ଲେଖିଛନ୍ତି ନୀରବ ପଶୁମାନେ ଏହି ଅସୁବିଧା ସମୟରେ ଯିବେ କୁଆଡେ । ତେଣୁ ତାଙ୍କୁ କୌଣସି କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ ନକରିବାକୁ ଅନୁରୋଧ କରିଛନ୍ତି ରୋହିତ । ବର୍ଷା କମିବା ପାଇଁ ଇଶ୍ବରଙ୍କୁ ପ୍ରାର୍ଥନା କରିବାକୁ କହିଛନ୍ତି ରୋହିତ ।