ETV Bharat / sports

ଘରୋଇ ସିଜିନ ପାଇଁ ବିସିସିଆଇର ଘୋଷଣା

ଇଂଲଣ୍ଡରୁ ଫେରିବା ପରେ ଟିମ ଇଣ୍ଡିଆର ଘରୋଇ ସିଜନ ଆରମ୍ଭ ହେବ । ଟିମ ଇଣ୍ଡିଆ ମୋଟ 5ଟି ଟେଷ୍ଟ, 9ଟି ଦିନିକିଆ, 12ଟି ଟି-20 ଖେଳିବ । ଏନେଇ ବିସିସିଆଇ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।

author img

By

Published : Jun 4, 2019, 11:22 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବିଶ୍ବକପ ପାଇଁ ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ତେବେ ଇଂଲଣ୍ଡରୁ ଫେରିବା ପରେ ଟିମ ଇଣ୍ଡିଆର ଘରୋଇ ସିଜନ ଆରମ୍ଭ ହେବ । ଏନେଇ ବିସିସିଆଇ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।

icc
ଫଟୋ ସୌଜନ୍ୟ-ସୋସିଆଲ ମିଡିଆ(ଟ୍ବିଟର ବିସିସିଆଇ)

ଘରୋଇ ସିଜନରେ ଟିମ ଇଣ୍ଡିଆ ମୋଟ 5ଟି ଟେଷ୍ଟ, 9ଟି ଦିନିକିଆ, 12ଟି ଟି-20 ଖେଳିବ । ସେପ୍ଟମ୍ବର 15ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ଘରୋଇ ସିଜନ ଆରମ୍ଭ କରିବ । ଦକ୍ଷିଣ ଆଫ୍ରିକା ସହିତ 3ଟି ଟି-20 ଓ 3ଟି ଟେଷ୍ଟ ଖେଳିବ ଭାରତ ।

ପରେ ଭାରତ ଗସ୍ତରେ ଆସିବ ବାଂଲାଦେଶ । ପ୍ରଥମ ଟି-20 ନଭେମ୍ବରରେ ଦିଲ୍ଲୀରେ ଖେଳାଯିବ । 14ରୁ 18 ନଭେମ୍ବରରେ ପ୍ରଥମ ଟେଷ୍ଟ ଇନ୍ଦୋରରେ ଓ 22ରୁ 26 ତାରିଖ ପର୍ଯ୍ୟନ୍ତ 2ୟ ଟେଷ୍ଟ କୋଲକାତାରେ ଖେଳାଯିବ ।

bcci

ପରେ ଡିସେମ୍ବରରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତ କରିବ । ଡିସେମ୍ବର 6ରୁ 3ଟି ଟି-20, 3ଟି ଦିନିକିଆ ଖେଳିବ । ପରେ ଜିମ୍ବାୱେ ଟିମ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି । 3ଟି ଟି-20 ଜାନୁୟାରୀ 5 ରୁ10 ମଧ୍ୟରେ ଖେଳାଯିବ ।

ପରେ ପୁଣି ଦକ୍ଷିଣ ଆଫ୍ରିକା ମାର୍ଚ୍ଚରେ ଦିନିକିଆ ସିରିଜ ପାଇଁ ଭାରତ ଗସ୍ତ କରିବ ଏବଂ ଟିମ ଇଣ୍ଡିଆର ହୋମ ସିଜନ ଶେଷ ହେବ ।

Intro:Body:

dh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.