ETV Bharat / sports

ଧୋନିଙ୍କୁ ସଚିନଙ୍କ ସମାଲୋଚନା, ସପକ୍ଷରେ ଗାଙ୍ଗୁଲି

ଧୋନୀଙ୍କୁ ସଚିନଙ୍କ ସମାଲୋଚନା ପ୍ରସଙ୍ଗ । ଧୋନିଙ୍କୁ ସପକ୍ଷରେ ବାହାରିଲେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ଫାଇଲ ଫଟୋ
author img

By

Published : Jun 27, 2019, 3:26 AM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ମହାନ ୱିକେଟ କିପର-ବ୍ୟାଟ୍ସମ୍ୟାନ ଧୋନିଙ୍କ ସପକ୍ଷରେ ଆସିଛନ୍ତି । ଧୋନି ଏବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି । ସାଉଥହମ୍ପଟନରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ 52ଟି ବଲରେ ମାତ୍ର 28 ରନ କରିପାରିଥିଲେ ଧୋନି । ପୁରା ଟିମ କେବଳ 224 ରନ କରିବାରେ ସକ୍ଷମ ହୋଇଥିଲା ।

ଏହି ମ୍ୟାଚରେ ଭାରତର ବିଜୟ ହୋଇଥିଲେ ମଧ୍ୟ ଧୋନିଙ୍କ ଧିମା ଇଂନିସ ଯୋଗୁଁ ସଚିନ ତେନ୍ଦୁଲକର ସମେତ ଅନେକ ଖେଳାଳି ତାଙ୍କୁ ସମାଲୋଚନା କରିଥିଲେ । କିନ୍ତୁ ଗାଙ୍ଗୁଲି ଧୋନିଙ୍କ ପାଇଁ ରଖିଛନ୍ତି ଭିନ୍ନ ମତ । ଗାଙ୍ଗୁଲି କହିଛନ୍ତି ଯେ ଗୋଟିଏ ମ୍ୟାଚରେ ଧୋନିଙ୍କ ପ୍ରଦର୍ଶନ ଭଲ ହୋଇନଥିଲେ ମଧ୍ୟ ସେ ଟୁର୍ଣ୍ଣାମେଣ୍ଟର ବାକିଥିବା ମ୍ୟାଚରେ ସେ ଟିମ ପାଇଁ ବହୁତ କାମରେ ଆସିବେ ।

ସଚିନ କହିଥିଲେ ଯେ ‘ମୁଁ ନିରାଶ ହୋଇଛି । ଟିମ ଭଲ ପ୍ରଦର୍ଶନ କରି ପାରିଥାନ୍ତା । ଧୋନି ଓ କେଦାର ଯାଦବଙ୍କ ଭାଗିଦାରୀରେ ମୁଁ ଖୁସି ଅଛି କିନ୍ତୁ ଏହା ବହୁତ ଧିମା ଥିଲା । 50 ଓଭରରୁ ମାତ୍ର 34 ଓଭର କେବଳ ସ୍ପିନ ବୋଲିଂର ସାମ୍ନା କରିଥୁଲା ଟିମ ଏହା ସତ୍ତ୍ୱେ କେବଳ 119 ରନ କରି ପାରିଥିଲା । ଧୋନିଙ୍କ ବ୍ୟାଟିଂରେ କୌଣସି ସକାରାତ୍ମକତା ପରିଲକ୍ଷିତ ହେଉନଥିଲା ।’

ସେପଟେ ଗାଙ୍ଗୁଲି କହିଛନ୍ତି ଯେ, ‘ଧୋନି ବହୁତ ଭଲ ବ୍ୟାଟ୍ସ,ମ୍ୟାନ ଅଟନ୍ତି । ଯଦିଓ ଆଫଗାନିସ୍ତାନ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଖରାପ ଥିଲା କିନ୍ତୁ ସେ ନିଶ୍ଚିତ ଏହି ବିଶ୍ବକପରେ ନିଜକୁ ପ୍ରମାଣିତ କରିବେ । ସେ କେବଳ ଗୋଟିଏ ମ୍ୟାଚରେ ହିଁ ଖରାପ ଖେଳିଛନ୍ତି’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.