ETV Bharat / sports

ଘୁଞ୍ଚିଲା ଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା - ଭାରତୀୟ ଦଳ ଘୋଷଣା

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ କ୍ୟାପଟେନ କୋହଲି ଓ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଦଳ ଘୋଷଣାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 19, 2019, 10:52 AM IST

Updated : Jul 19, 2019, 11:06 AM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହୋଇପାରୁନି ଭାରତୀୟ ଦଳ । ଶୁକ୍ରବାର ଜାତୀୟ ଚୟନକର୍ତ୍ତା କମିଟିର ବୈଠକ ପରେ ଭାରତୀୟ ଦଳ ଘୋଷଣା ହେବାର ଥିଲା । ତେବେ ବିସିସିଆଇ ପକ୍ଷରୁ ଏହାକୁ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି । ଏପରି ନିଷ୍ପତ୍ତି ନେବାର କାରଣ ଖୋଦ କ୍ୟାପଟେନ କୋହଲି ଓ ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ଏହି 2 ଖେଳାଳିଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତରେ ସାମିଲ ନେଇ ଅଡୁଆରେ ପଡିଛନ୍ତି ଚୟନକର୍ତ୍ତା ।

ୱେଷ୍ଟଇଣ୍ଡିଜ ଗସ୍ତ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ୱେଷ୍ଟଇଣ୍ଡିଜ ଗସ୍ତ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଧୋନିଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବିଶ୍ବକପ ସେମିରେ ଭାରତୀୟ ଦଳ ପରାଜିତ ହେବା ପରେ ଧୋନି ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଧୋନି ଏହି ଘଟଣାରେ ସଂପୂର୍ଣ୍ଣ ନୀରବ ରହିଛନ୍ତି । ଏମିତିକି ଅବସର ଘଟଣାରେ ଧୋନି କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିନାହାଁନ୍ତି । ଯଦି ଧୋନି ଅବସର ନ ନିଅନ୍ତି, ତେବେ ଚୟନକର୍ତ୍ତା ତାଙ୍କୁ ଦଳରୁ ବାଦ ଦେଇପାରନ୍ତି ।

ୱେଷ୍ଟଇଣ୍ଡିଜ ଗସ୍ତ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅନ୍ୟପକ୍ଷେ ବିଶ୍ବକପରୁ ବିଦାୟ ପରେ କୋହଲିଙ୍କ ଅଧିନାୟକତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ଏମିତିକି ଦିନିକିଆରେ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ କ୍ୟାପଟେନ କରିବାକୁ ଦାବି ହେଉଛି । ତେବେ ବିଶ୍ବକପ ପରି ବଡ ଟୁର୍ଣ୍ଣାମେଣ୍ଟ ପରେ ବିସିସିଆଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ଚାହୁଁଥିଲା । ମାତ୍ର କୋହଲି ଓ ଅନ୍ୟ ସମସ୍ତ ସିନିୟର ଖେଳାଳି ୱେଷ୍ଟଇଣ୍ଡିଆଜ ଗସ୍ତ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ସୁଦ୍ଧା ଖେଳାଳିଙ୍କ ଫିଟିନେସ ସାର୍ଟିଫିକେଟ ଚୟନ କମିଟିର ହସ୍ତଗତ ହେବ । ସେଥିପାଇଁ ଦଳ ଘୋଷଣା ପାଇଁ ପୂର୍ବ ନିର୍ଦ୍ଧାରିତ ଶୁକ୍ରବାର ପରିବର୍ତ୍ତେ ରବିବାରକୁ ଘୁଞ୍ଚାଇ ଦିଆଯାଇଛି ।

Intro:Body:Conclusion:
Last Updated : Jul 19, 2019, 11:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.