ETV Bharat / sports

ବିଶ୍ବକପ 2019: ମୈଦାନରେ ଆଜି ପଡୋଶୀ ଫାଇଟ

ବିଶ୍ବକପର ୩୬ତମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ଆଫଗାନିସ୍ତାନ । ସେହିପରି ୩୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଗତଥରର ରନର୍ସ ଅପ ନ୍ୟୁଜିଲାଣ୍ଡ ।

ଫାଇଲ ଫଟୋ
author img

By

Published : Jun 29, 2019, 2:42 PM IST

Updated : Jun 29, 2019, 2:52 PM IST

ଲଣ୍ଡନ: ଆଇସିସି କ୍ରିକେଟ ବିଶ୍ବକପରେ ଆଜି ଖେଳାଯିବ 2ଟି ମ୍ୟାଚ । ତେବେ ଆଜିର ଫାଇଟରେ ପଡୋଶୀଙ୍କ ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚରେ 2 ଏସିଆ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ । ଦ୍ବିତୀୟ ମ୍ୟାଚରେ 2 ପଡୋଶୀ ଦେଶ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଖେଳିବେ । ଉଭୟ ମ୍ୟାଚର ଅନେକ ଗୁରୁତ୍ବ ରହିଛି ।

world cup
ଫାଇଲ ଫଟୋ

ବିଶ୍ବକପର ୩୬ତମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ଆଫଗାନିସ୍ତାନ । ଅପରାହ୍ନ ୩ଟାରେ ଇଂଲଣ୍ଡର ହିଡିଙ୍ଗଲେ, ଲର୍ଡସରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ । ଶେଷ ଖବର ଅନୁସାରେ ଆଫଗାନିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ସେମିଫାଇନାଲ ଦୌଡରେ ରହିବାକୁ ହେଲେ ପାକିସ୍ତାନକୁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ । ଆଫଗାନିସ୍ତାନ ଚଳିତ ବିଶ୍ବକପରୁ ବାଦ ପଡିସାରିଛି । ଫଳରେ ଏହା ବିନା ଚିନ୍ତାରେ ଖେଳିବ ଯାହା ପାକିସ୍ତାନ ଲାଗି ସମସ୍ୟା ସୃଷ୍ଟି କରିପାରେ । ଯଦି ପାକିସ୍ତାନ ଆଜି ପରାସ୍ତ ହୁଏ, ତେବେ ଏହାର ସେମିଫାଇନାଲ ଆଶା ଧୂଳିସାତ ହେବ ।

cricket
ଫାଇଲ ଫଟୋ

ଏବେ ସୁଦ୍ଧା ପାକିସ୍ତାନ 7ଟି ମ୍ୟାଚରୁ 7 ପଏଣ୍ଟ ସହ 6ଷ୍ଠ ସ୍ଥାନରେ ରହିଛି । ପାକିସ୍ତାନର ଆଗାମୀ 2ଟି ମ୍ୟାଚ ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦଳଙ୍କ ବିରୋଧରେ ରହିଛି । ତେଣୁ ଏହା ଜିତି ସେମିଫାଇନାଲ ପ୍ରବେଶ କରିବାକୁ ଏହା ନିଶ୍ଚିତ ଉଦ୍ୟମ କରିବ । ଭାରତ ଠାରୁ ପରାଜିତ ହେବା ପରେ ଏହା ନିଜ ପ୍ରଦର୍ଶନରେ ଅନେକ ଉନ୍ନତି ଆଣିଛି । ଫଳରେ ଏବେ ଏହାର ସେମିଫାଇନାଲ ଆଶା ବଢିବାରେ ଲାଗିଛି ।

world cup
ଫାଇଲ ଫଟୋ

ସେହିପରି ଆଜି ବିଶ୍ବକପର 2ୟ ମ୍ୟାଚରେ ଦେଖିବାକୁ ମିଳିବ ଦମଦାର ଫାଇଟ । ୩୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଗତଥରର ରନର୍ସ ଅପ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୬ଟାରେ କ୍ରିକେଟର ମକ୍କା ଭାବେ ପରିଚିତ ଲଣ୍ଡନର ଲର୍ଡସ ଠାରେ ଏହି ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ଚଳିତ ବିଶ୍ବକପର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିସାରିଛି ।

cricket
ଫାଇଲ ଫଟୋ

ତେବେ ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରି ସେମିଫାଇନାଲ ଟିକେଟ ପକ୍କା କରିବାକୁ ଉଦ୍ୟମ କରିବ । ଉଭୟ ଦଳର ବ୍ୟାଟ୍ସମ୍ୟାନ ଚତ୍ମକାର ଫର୍ମରେ ଥିବାବେଳେ 2 ଅଧିନାୟକଙ୍କ ପ୍ରଦର୍ଶନ ଦଳକୁ ଉତ୍ସାହିତ କରିଛି । ଦଳର ବୋଲରଙ୍କ ଫର୍ମ ମଧ୍ୟ ଉତ୍ସାହଜନକ ରହିଛି । ବୋଲଟ ଓ ଷ୍ଟାର୍କଙ୍କ ପ୍ରଦର୍ଶନ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ ।

ଏବେ ସୁଦ୍ଧା ୧୨ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେପଟେ ୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । କିୱି-କଙ୍ଗାରୁ ଫାଇଟକୁ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ହାଇଭୋଲଟେଜ ମୁକାବିଲା କୁହାଯାଉଛି । ଗତ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ କଙ୍ଗାରୁ ଦଳ ଚମ୍ପିଆନ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ କିୱି ଦଳ ନିଶ୍ଚୟ ଚେଷ୍ଟା କରିବ ।

Intro:Body:Conclusion:
Last Updated : Jun 29, 2019, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.