ETV Bharat / sports

ନେଟରେ ଝାଳ ବୁହାଇଲେ ଆହତ ଭୁବି, ମଇଦାନକୁ ଶୀଘ୍ର ଫେରିବେ

ଶୀଘ୍ର ମଇଦାନକୁ ଫେରିପାରନ୍ତି ଟିମ ଇଣ୍ଡିଆର ଫାଷ୍ଟ ବୋଲର ଭୁବନେଶ୍ବର କୁମାର । ପାକିସ୍ତାନ ବିପକ୍ଷ ମ୍ୟାଚରେ ମାଂସପେଶୀ ଟାଣି ହୋଇ ଆହତ ହୋଇଥିବା ଭୁବନେଶ୍ବରଙ୍କୁ ନେଟରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

author img

By

Published : Jun 26, 2019, 4:55 AM IST

Updated : Jun 26, 2019, 4:23 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@BCCi

ମାଞ୍ଚେଷ୍ଟର: ଚଳିତ ବିଶ୍ବକପରେ ଭାରତର ପ୍ରଦର୍ଶନ ରହିଛି ବେଶ ଦମଦାର । କିନ୍ତୁ ଫାଷ୍ଟ ବୋଲର ଭୁବନେଶ୍ବର କୁମାରଙ୍କ ଅନୁପସ୍ଥିତି ଟିମର ଚିନ୍ତା ବଢ଼ାଇପାରେ । ଇତି ମଧ୍ୟରେ କିନ୍ତୁ ଇଂଲଣ୍ଡରୁ ଖୁସି ଖବର ଆସିବାର ସମ୍ଭାବନା ରହିଛି । କାରଣ ଆହତ ଭୁବନେଶ୍ବର କୁମାରଙ୍କୁ ମଙ୍ଗଳବାର ନେଟରେ ଖୁବ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା । ମାଞ୍ଚେଷ୍ଟରରେ ଇନଡୋର ପ୍ରାକ୍ଟିସ ବେଳେ ଭୁବିଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା ।

injured, bhubneswar kumar, seen, practicing, nets, bcci, shared, video, ମାଞ୍ଚେଷ୍ଟର, ଭୁବନେଶ୍ବର କୁମାର
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@BCCi

ବିସିସିଆଇ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଭୁବନେଶ୍ବରଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି । ଏହାସହ ଅଭ୍ୟାସ ବେଳର ଫଟୋ ସବୁ ମଧ୍ୟ ସେୟାର କରିଛି ବିସିସିଆଇ । ଏହି ଫଟୋରେ କୋଚ ରବି ଶାସ୍ତ୍ରୀ ଟିମ ଇଣ୍ଡିଆର ଅଧିନାୟକ କୋହଲି ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଗୁରୁବାର ଭାରତୀୟ ସେନା ୱେଷ୍ଟଣ୍ଡିଜ ବିପକ୍ଷରେ ମଇଦାନକୁ ଓହ୍ଲାଇବ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@BCCi

ସୂଚନା ଯୋଗ୍ୟ ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବୋଲିଂ କରିବା ବେଳେ ଭୁବିଙ୍କ ମାଂସପେସୀ ଟାଣି ହୋଇଯାଇ ସମସ୍ୟା ଉତ୍ପନ୍ନ ହୋଇଥିଲା । ଏହି କାରଣରୁ ତାଙ୍କୁ ମ୍ୟାଚ ମଝିରୁ ମଇଦାନ ଛାଡିବାକୁ ପଡିଥିଲା । ତାଙ୍କ ସ୍ଥାନରେ ବୋଲିଂ କରିଥିଲେ ବିଜୟ ଶଙ୍କର । ସେପଟେ ଆହତ ଭୁବନେଶ୍ବରଙ୍କ ସ୍ଥାନରେ ଟିମରେ ସାମିଲ ହେବାକୁ ମାଞ୍ଚେଷ୍ଟର ପହଁଞ୍ଚିଛନ୍ତି ନବଦୀପ ସୈନୀ । ତେବେ ଟିମ ମ୍ୟାନେଜମେଣ୍ଟ ଭୁବନେଶ୍ବରଙ୍କ ସ୍ଥିତି ନେଇ କୌଣସି ସୂଚନା ଦେଇ ନାହାନ୍ତି ।

ଭାରତୀୟ ଟିମ ସ୍ପଷ୍ଟ କରିଛି ଯେ ନବଦୀପ କେବଳ ଜଣେ ନେଟ ବୋଲର ଭାବେ ଟିମ ସହ ଯୋଡି ହୋଇ ରହିଥିଲେ । ବିଶ୍ବକପ ପାଇଁ ଚୟନ କରାଯାଇଥିବା 15 ଜଣିଆ ଟିମରେ ଜଣେ ଷ୍ଟାଣ୍ଡ ବାଏ ଭାବରେ ନବଦୀପଙ୍କୁ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jun 26, 2019, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.