ETV Bharat / sports

ବିଶ୍ବକପରେ ଭାରତର ନେତୃତ୍ୱ ନେଇଥିବା ‘ସ୍ପେଶାଲ-6’

ବିଶ୍ବକପ ଆରମ୍ଭ ହେବା ଦିନଠାରୁ ଏଯାଏଁ ‘ସ୍ପେଶାଲ-6’ ଅଧିନାୟକ ଭାରତୀୟ ଦଳର ନେତୃତ୍ବ ନେଇସାରିଛନ୍ତି । କିଏ ହୋଇଛନ୍ତି ସଫଳ, ତ ଆଉ କିଏ ହୋଇଛନ୍ତି ଅସଫଳ ।

author img

By

Published : May 15, 2019, 9:44 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଉ ହାତଗଣତି କିଛିଟା ଦିନ ପରେ କ୍ରିକେଟର ମହାକୁମ୍ଭ ଆରମ୍ଭ ହୋଇଯିବ । 10ଟି ଦେଶ ପ୍ରସ୍ତୁତ ହୋଇସାରିଲେଣି କ୍ରିକେଟ ବିଶ୍ବକପର ଟ୍ରଫି ହାତାଇବା ପାଇଁ । ଏଥିପାଇଁ ଟିମ ଇଣ୍ଡିଆ ମଧ୍ୟ ହୋଇ ସାରିଛି ପ୍ରସ୍ତୁତ । ତେବେ ବିଶ୍ବକପ ପୂର୍ବରୁ ଆସନ୍ତୁ ନଜର ପାକାଇବା ବିଶ୍ବକପରେ ଭାରତରେ ନେତୃତ୍ବ ନେଇଥିବା 6 ଜଣ ଅଧିନାୟକଙ୍କ ଉପରେ ।

ଏସ୍‌ ଭେଙ୍କଟରାଘବନ (1975 ଓ 1979)
1975 ଓ 1979ରେ ଭାରତୀୟ ବିଶ୍ବକପ୍ ଦଳର ନେତୃତ୍ବ ନେଇଥିଲେ ଏସ୍‌ ଭେଙ୍କଟରାଘବନ । ଭାରତ ସେତେବେଳେ ଏକଦିବସୀୟରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା । 6ଟି ମ୍ୟାଟରୁ ମାତ୍ର ଗୋଟିଏ ମ୍ୟାଚ ଜିତିଥିଲା ଭାରତ । ଭେଙ୍କଟରାଘବନ ମଧ୍ୟ ଏହି ବିଶ୍ବକପରେ ସେତେଟା ଭଲ ପ୍ରଦର୍ଶନ କରି ପାରିନିଲେ । 6 ଟି ମ୍ୟାଚରେ ଗୋଟିଏ ମଧ୍ୟ ୱିକେଟ ନେଇ ପାରିନଥିଲେ ରାଘବନ । 1979 ଇଂଲଣ୍ଡରେ ହୋଇଥିବା ବିଶ୍ବକପରେ ମଧ୍ୟ ଭାରତର ନେତୃତ୍ବ ନେଇଥିଲେ ରାଘବନ।

indian, captains, lead, brigade, world cup
ଫାଇଲ ଫଟୋ

କପିଲ ଦେବ (1983 ଓ 1987)
ଭାରତୀୟ କ୍ରିକେଟ ଇତିହାସରେ କପିଲ ଦେବଙ୍କୁ ସର୍ବଦା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି । ଏବେ ମଧ୍ୟ ତାଙ୍କୁ ଭାରତର ସବୁଠାରୁ ମହାନ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ । ଅଧିନାୟକ ଭାବେ ତାଙ୍କର ସବୁଠାରୁ ଶ୍ରେଷ୍ଠ ଅବଦାନ ହେଲା 1983 ବିଶ୍ବକପ୍ । 1983 ବିଶ୍ବକପ ଆରମ୍ଭରେ ସମସ୍ତେ ଭାବି ଥିଲେ ଏଥର ମଧ୍ୟ କେବଳ ସଂଖ୍ୟାରେ ବୃଦ୍ଧି ହେବ, କିନ୍ତୁ କପିଲଙ୍କ ଡେଭିଲ୍ସ ଟିମ୍ କରାମତି କ୍ରିକେଟ ଇତିହାସରେ ଅମର ହୋଇ ରହିଗଲା । ଏହି ବିଜୟର ମୁଖ୍ୟ ବିନ୍ଧାଣି ଯେ କପିଲ ଦେବ ଥିଲେ ସେଥିରେ କୌଣସି ଦ୍ବିମତ ନାହିଁ । ଏହି ମ୍ୟାଚରେ କପିଲ ଜିମ୍ବାୱେ ବିପକ୍ଷରେ ଅପରାଜିତ 175 ରନ କରି ଭାରତକୁ ଜଟିଳ ପରିସ୍ଥିତିରୁ ବାହାର କରିଥିଲେ । ଫାଇନାଲ ମ୍ୟାଚରେ ତାଙ୍କ ଚମତ୍କାର କ୍ୟାଚ ମଧ୍ୟ ଅବିସ୍ମରଣାୟ ଯାହା, ଓ୍ବେଷ୍ଟଇଣ୍ଡିଜ୍ ଗ୍ରେଟ୍ ରିଚାର୍ଡ୍ସଙ୍କୁ ପଭିଲିୟନ ପଠାଇବାରେ ସାହାଯ୍ୟ କରିଥିଲା ।

ମହମ୍ମଦ ଆଜାରୁଦ୍ଦିନ (1992, 1996, ଓ 1999)
ଅଦ୍ଯାବଧି ଆଜାରାଦ୍ଦୁନ ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏ ତିନି ତିନି ଥର ବିଶ୍ବକପରେ ଭାରତର ନେତୃତ୍ବ ନେଇଛନ୍ତି । 1992ରେ ଆଜାରୁଦ୍ଦିନ ସେତେଟା ସଫଳ ହୋଇପାରିନଥିଲେ । 8ଟି ମ୍ୟାଚରୁ କେବଳ 2 ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଚାରି ବର୍ଷ ପରେ, ଏକ ଭିନ୍ନ କାହାଣୀ ଦେଖିବାକୁ ମିଳିଥିଲା ଯେତେବେଳେ ସଚିନ ତେନ୍ଦୁଲକର ନିଜ ଧୂଆଁଧାର ବ୍ୟାଟିଂ ବଳରେ ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ସଫଳ ହୋଇଥିଲେ । ଯାହା ଆଜାରୁଦ୍ଦିନ ଟିମର ନେତୃତ୍ବ ନେବାରେ ବେସ ସହାୟକ ହୋଇଥିଲା । 1999 ବିଶ୍ବକପ୍ ଆଜାରୁଦ୍ଦିନଙ୍କ ପାଇଁ ଭଲ ନଥିଲା । ଭାରତୀୟ ଦଳ ସୁପର-6 ପର୍ଯ୍ୟାୟ ମଧ୍ୟ ଅତିକ୍ରମ କରି ପାରିନଥିଲା ।

ସୌରଭ ଗାଙ୍ଗୁଲି (2003)
ମାତ୍ର ଗୋଟିଏ ପାଦ ଦୂରରେ ରହି ବିଶ୍ବକପ ହାତେଇବାରୁ ବଞ୍ଚିତ ହୋଇଥିଲା ସୌରଭଙ୍କ ନେତୃତ୍ବା ଧିନ ଭାରତୀୟ ଟିମ । 2003 ଜୋହାନ୍ସବର୍ଗଠାରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲ ମ୍ୟାଚ ହାରି ବିଶ୍ବକପ ହରାଇଥିଲା ଭାରତ । ଆରମ୍ଭରୁ ସେତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଭାରତର ଭାଗ୍ୟ ପରିବର୍ତ୍ତନ ହୋଇଥିଲା କିଛିଟା ବ୍ୟକ୍ତିଗତ ପ୍ରଦର୍ଶନ ଓ ଗାଙ୍ଗୁଲିଙ୍କ ନେତୃତ୍ବ ପାଇଁ । ଚମତ୍କାର ଅଧିନାୟକତ୍ବ ସହ ଗାଙ୍ଗୁଲି ବ୍ୟାଟିଂରେ ମଧ୍ୟ କରିଥିଲେ ଭଲ ପ୍ରଦର୍ଶନ । ଏହି ବିଶ୍ବକପରେ ତିନୋଟି ଶତକ ସହ ସଚିନଙ୍କ ପଛକୁ ସର୍ବାଧିକ ରନ ସ୍କୋରର ଭାବେ ବିବେଚିତ ହୋଇଥିଲେ ଗାଙ୍ଗୁଲି ।

ରାହୁଲ ଦ୍ରାବିଡ (2007)

ଦ୍ରାବିଡଙ୍କ ତେତୃତ୍ବରେ ଟିମ୍ ଇଣ୍ଡିଆ 2007 ବିଶ୍ବକପ ଖେଳିଥିଲା । ହେଲେ ଟିମ ଲିଗ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା । ଦ୍ରାବିଡଙ୍କ ଟିମରେ ତେନ୍ଦୁଲକର, ଗାଙ୍ଗୁଲି, ଯୁବରାଜ, ସେହୱାଗଙ୍କ ପରି ଖେଳାଳି ଥାଇ ମଧ୍ୟ ଦଳ ସମସ୍ତଙ୍କୁ ନିରାଶ କରିଥିଲା ।

ଏମଏସ ଧୋନି (2011 ଓ 2015)
2011 ବିଶ୍ବକପର ଫାଇନାଲ ମ୍ୟାଚ, ଧୋନିଙ୍କ ୱିନିଂ ଛକା ବଳରେ ଭାରତ ପାଇଥିଲା ଦ୍ୱିତୀୟ ବିଶ୍ବକପ । ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ଧୋନିଙ୍କ ଅପରାଜିତ 91 ରନ ଭାରତକୁ କେବଳ ବିଶ୍ବକପ ଦେଇ ନଥିଲା ଧୋନିଙ୍କୁ ସଜାଇ ଦେଲା ସାମୀତ ଓଭରର ଅନ୍ୟତମ ଶ୍ରେଷ୍ଠ ଖେଳାଳି । 2011 ଟୁର୍ଣ୍ଣାମେଣ୍ଟର ପ୍ରତ୍ୟକ ମ୍ୟାଚରେ ଧୋନିଙ୍କ ଖେଳପ୍ରତି ରହିଥିବା ପାରିଦର୍ଶିତା ଓ ତାଙ୍କ ଶାନ୍ତ ସ୍ବଭାବ ପ୍ରତିଫଳିତ ହୋଇଥିଲା । ପୁଣିଥରେ 2015 ବିଶ୍ବକପରେ ଧୋନି ବାହିନୀ ପଡିଆକୁ ଓହ୍ଲାଇଥିଲା ଏଥର କିନ୍ତୁ ସେମିଫାଇନାରେ ହିଁ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଭାରତ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.